ETV Bharat / state

ଜଙ୍ଗଲରୁ ଗଳିତ କଙ୍କାଳ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ନେଇ ପୋଲିସର ତଦନ୍ତ ଜାରି

author img

By

Published : Sep 11, 2021, 4:26 PM IST

Updated : Oct 4, 2021, 6:48 PM IST

ସନ୍ଦେହଜନକ ଅବସ୍ଥାରେ ମଣିଷ କଙ୍କାଳ ଜବତ । ଘଟଣାସ୍ଥଳରେ ଶରୀରଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିବା ବେଳେ କେବଳ କଙ୍କାଳ ପଡି ରହିଥିବା ନେଇ ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ଜଙ୍ଗଲରୁ ଗଳିତ କଙ୍କାଳ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ନେଇ ପୋଲିସର ତଦନ୍ତ ଜାରି
ଜଙ୍ଗଲରୁ ଗଳିତ କଙ୍କାଳ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ନେଇ ପୋଲିସର ତଦନ୍ତ ଜାରି

ଅନୁଗୋଳ: ସନ୍ଦେହଜନକ ଅବସ୍ଥାରେ ଗାଁ ପାଖ ନିଛାଟିଆ ଜଙ୍ଗଲରୁ କଙ୍କାଳ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ସୂଚନାନୁସାରେ ଆଜି (ଶନିବାର) ସକାଳ ସମୟରେ ଗାଁ ପାଖ ଜଙ୍ଗଲରୁ ପ୍ରବଳ ମାତ୍ରାରେ ଦୁର୍ଗନ୍ଧ ଆସୁଥିବା ଜାଣି ଗାଁ ଲୋକେ ଖୋଜାଖୋଜି କରିବା ପରେ ଏକ ମଣିଷ ଶରୀର ଦେଖିବାକୁ ପାଇଥିଲେ ।

ଜଙ୍ଗଲରୁ ଗଳିତ କଙ୍କାଳ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ନେଇ ପୋଲିସର ତଦନ୍ତ ଜାରି

ଘଟଣାସ୍ଥଳରେ ଶରୀରଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିବାବେଳେ କେବଳ କଙ୍କାଳ ପଡି ରହିଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଅନୁଗୋଳ ପୋଲିସ ଓ ସ୍ଥାନୀୟ SDPO ଘଟଣାସ୍ଥଳରେ ପହଞ୍ଚି ସର ଜମିନ ତଦନ୍ତ ଆରମ୍ଭ କରିଛନ୍ତି ।

ସେପଟେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ନିଛାଟିଆ ଅଞ୍ଚଳରେ ବିଭିନ୍ନ ସମୟରେ ଏଠାରେ ଅନୈତିକ କାର୍ଯ୍ୟ ଚାଲୁଥିବାନେଇ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯିବା ସହ ମୃତ ବ୍ୟକ୍ତି ଜଣକ କିଏ ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Oct 4, 2021, 6:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.