ETV Bharat / state

ଶୌଚ ପାଇଁ ଯାଇଥିଲେ ଯୁବକ, ଦଳି ମାରିଦେଲା ଦନ୍ତା

author img

By

Published : Jan 2, 2023, 2:02 PM IST

elephant attack
elephant attack

ଶୌଚ ପାଇଁ ଯାଇଥିବା ବେଳେ ଦଳି ମାରିଦେଲା ଦନ୍ତା । ବନ୍ତଳା ବନାଞ୍ଚଳରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

elephant attack

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ଦିନକୁ ଦିନ ହାତୀ ମଣିଷ ଲଢେଇ ତୀବ୍ରତର ହେଉଛି । ତେବେ ଆଜି ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକ ଜଣକ ହମମିରା ଗାଁର ନୀତିଆ ଗୋଚ୍ଛାୟତ । ଜିଲ୍ଲାର ବନ୍ତଳା ବନାଞ୍ଚଳରେ ଘଟିଛି ଏହି ଘଟଣା ।

ଏହା ମଧ୍ୟ ପଢନ୍ତୁ: GST Collection: ଡିସେମ୍ବରରେ GST ଆଦାୟ ରେ ୧୫ ପ୍ରତିଶତ ବୃଦ୍ଧି, ୧.୪୯ ଲକ୍ଷ କୋଟି ଆଦାୟ

ସୂଚନାଅନୁସାରେ, ବନ୍ତଳା ସମେତ ଜିଲାର ଏକାଧିକ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି । ନୀତିଆ ଶୌଚ ପାଇଁ ଗାଁ ପାଖ ନାଳକୁ ଯାଇଥିଲେ । ଏହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଖବରପାଇ ଗ୍ରାମବାସୀ ନାଳରୁ ମୃତଦେହ ଉଦ୍ଧାର କରିବା ସହ ପୋଲିସ ଏବଂ ବନବିଭାଗକୁ ଖବର ଦେଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଥିଲେ । ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସ୍ଥିତିରେ ସୁଦ୍ଧାର ଆସିଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.