ETV Bharat / state

କମ୍ପାନୀ ଜମି ନେଲା ହେଲେ ନିଯୁକ୍ତି ଦେଲାନି: ଜମିହରାଙ୍କ ପାଇଁ ଅନଶନରେ ବସିଲେ ବିଧାୟକ

author img

By

Published : Aug 17, 2021, 9:16 PM IST

କମ୍ପାନୀ ଜମି ନେଲା କିନ୍ତୁ ନିଯୁକ୍ତି ଦେଲାନି: ଜମିହରାଙ୍କ ପାଇଁ ଅନଶନରେ ବସିଲେ ବିଧାୟକ
କମ୍ପାନୀ ଜମି ନେଲା କିନ୍ତୁ ନିଯୁକ୍ତି ଦେଲାନି: ଜମିହରାଙ୍କ ପାଇଁ ଅନଶନରେ ବସିଲେ ବିଧାୟକ

କମ୍ପାନୀ ପାଇଁ ଜମି ହରାଇଲେ । କିନ୍ତୁ ୩୦ ବର୍ଷ ପରେ ମଧ୍ୟ ମିଳିଲାନି ନିଯୁକ୍ତି । ପୂର୍ବ ଚୁକ୍ତିକୁ ମାନିବାକୁ କମ୍ପାନୀ କର୍ତ୍ତୃପକ୍ଷ ନାରାଜ । ଧାରଣାରେ ବସିଲେ ତାଳଚେର ବିଧାୟକ । ଅଧିକ ପଢନ୍ତୁ...

ଅନୁଗୋଳ: କମ୍ପାନୀ ପାଇଁ ଜମି ହରାଇଥିବା ଜମିହରାଙ୍କୁ ସେମାନଙ୍କ ନ୍ୟାୟ ଦେବା ପାଇଁ ଆନ୍ଦୋଳନରେ ଜନ ପ୍ରତିନିଧି । ଅନୁଗୋଳ ଜିଲ୍ଲା କଣିହାଁ ଠାରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ NTPC ମୁଖ୍ୟ ପାଠକ ସମ୍ମୁଖରେ ଅନଶନରେ ବସିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ।

କମ୍ପାନୀ ଜମି ନେଲା କିନ୍ତୁ ନିଯୁକ୍ତି ଦେଲାନି: ଜମିହରାଙ୍କ ପାଇଁ ଅନଶନରେ ବସିଲେ ବିଧାୟକ

ଅନୁଗୋଳ ଜିଲାର କଣିହାଁ ଠାରେ ଥିବା NTPC ପାୱାର ପ୍ଲାଣ୍ଟ ପାଇଁ ଜମି ହରାଇଥିବା ପରିବାରଙ୍କୁ 30 ବର୍ଷ ହେବ ନିଯୁକ୍ତି ମିଳିନି । ନିଯୁକ୍ତି ଦେବା ନେଇ RPDACରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଉଦ୍ୟୋଗ କର୍ତ୍ତୃପକ୍ଷ ଏହାକୁ ମାନୁ ନାହାନ୍ତି । ଜମିହରାଙ୍କୁ ନିଯୁକ୍ତି ଦେବାନେଇ ସ୍ଥାନୀୟ ବିଧାୟକ ବିଭିନ୍ନ ଉଚ୍ଚ କର୍ତ୍ତୃପକ୍ଷ ଏପରିକି NTPC ପରିଚାଳନା ନିର୍ଦ୍ଦେଶକଙ୍କୁ ଭେଟି ଦାବି ଜଣାଇଥିଲେ ବି କେହି ନ ଶୁଣିବାରୁ ବାଧ୍ୟ ହୋଇ ଅନଶନରେ ବସିଥିବା ବିଧାୟକ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.