ETV Bharat / state

ଫାଣ୍ଡି ପରିସରରେ ବୟସ୍କ ବ୍ୟକ୍ତିଙ୍କ ଉନ୍ମକ୍ତ କାଣ୍ଡ: ପୋଲିସ ଟୋପି ପିନ୍ଧି କାଗଜପତ୍ର ଫୋପାଡିଲେ

author img

By

Published : Dec 22, 2021, 9:59 PM IST

ଅଭିଯୋଗ ନଶୁଣିବାରୁ ଫାଣ୍ଡି ପରିସରରେ ବୟସ୍କ ବ୍ୟକ୍ତିଙ୍କ ଉନ୍ମକ୍ତ କାଣ୍ଡ
ଅଭିଯୋଗ ନଶୁଣିବାରୁ ଫାଣ୍ଡି ପରିସରରେ ବୟସ୍କ ବ୍ୟକ୍ତିଙ୍କ ଉନ୍ମକ୍ତ କାଣ୍ଡ

ଅଭିଯୋଗ ନ ଶୁଣିବାରୁ ଫାଣ୍ଡି ପରିସରରେ ବୟସ୍କ ବ୍ୟକ୍ତିଙ୍କ ଉନ୍ମକ୍ତ କାଣ୍ଡ । ଫାଣ୍ଡି ଭିତରେ ପଶିଲେ, ମୁଣ୍ଡରେ ପୋଲିସ କ୍ୟାପ ପିନ୍ଧି ଆସବାବପତ୍ର ସହ ସରକାରୀ କାଗଜପତ୍ର ଫିଙ୍ଗିଲେ । ଚୁପ ରହିଲା ପୋଲିସ । ଅଧିକ ପଢନ୍ତୁ

ଅନୁଗୋଳ: ବିନା ଅନୁମତିରେ ଜମିରେ ବୋରୱେଲ ଖୋଳାଯାଇ ସର୍ଭେ କରାଯିବାକୁ ବିରୋଧ କରି ଫାଣ୍ଡିକୁ ଆସିଥିଲେ । ହେଲେ ପୋଲିସ ଶୁଣିଲାନି । ପରେ ଫାଣ୍ଡି ପରିସରରେ ଉନ୍ମକ୍ତ କାଣ୍ଡ ଭିଆଇଲେ ଜଣେ ବୟସ୍କ ବ୍ୟକ୍ତି । ଫାଣ୍ଡି ପରିସରରେ ଭଙ୍ଗାରୁଜା କରିବା ଦୀର୍ଘ ସମୟ ଧରି ହୋହାଲ୍ଲା ମଚାଇଥିଲେ ଏହି ବ୍ୟକ୍ତି ଜଣଙ୍କ, ହେଲେ ସବୁ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜିଥିଲେ ଫାଣ୍ଡି ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ । ଏପରି ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧୀନସ୍ତ ବାଗଡିଆ ଫାଣ୍ଡିରେ ।

ଅଭିଯୋଗ ନଶୁଣିବାରୁ ଫାଣ୍ଡି ପରିସରରେ ବୟସ୍କ ବ୍ୟକ୍ତିଙ୍କ ଉନ୍ମକ୍ତ କାଣ୍ଡ

ମିଳିଥିବା ସୂଚନା ଅନସାରେ, ଏହି ବୟସ୍କ ବ୍ୟକ୍ତିଜଣଙ୍କ ହେଉଛନ୍ତି ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଖମାର ଗ୍ରାମର ଭାଷ୍କର ସାହୁ । ବିନା ଅନୁମତିରେ ତାଙ୍କ ଜମିରେ ବୋରୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ ଏହାକୁ ବିରୋଧ କରି ସେ ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ସେଠାରୁ କିଛି ସୁଫଳ ନ ମିଳିବାରୁ ଏକ ଶଗଡରେ ନିଜ ମା‘ ଓ ନାତୁଣିକୁ ଆଣି ବାଗଡିଆରୁ ଖମାର ଯାଇଥିବା ୧୫୩ ବି ଜାତୀୟ ରାଜପଥରେ ଅବରୋଧ କରିଥଲେ ଭାସ୍କର ।

ପରେ ସ୍ଥାନୀୟ ଫାଣ୍ଡି ପରିସରରେ ପହଞ୍ଚି ଭଙ୍ଗାରୁଜା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏପରିକି ମୁଣ୍ଡରେ ଏକ ପୋଲିସ କ୍ୟାପ ମଧ୍ୟ ଲଗାଇ ଦୀର୍ଘ ସମୟ ଧରି ହୋହାଲ୍ଲା କରିବା ସହ ଫାଣ୍ଡି ମୁଖ୍ୟ ଫାଟକ ସମେତ ଆସବାବପତ୍ର ଓ କାଗଜ ପତ୍ର ଆଦି ରାସ୍ତାକୁ ନେଇ ଆସି ଫିଙ୍ଗା ଫୋପଡା ମଧ୍ୟ କରିଥିଲେ । ବ୍ୟକ୍ତି ଜଣଙ୍କ ଦୀର୍ଘ ସମୟ ଧରି ଏଭଳି ଉନ୍ମତ କାଣ୍ଡ ଭିଆଇ ଥିଲେ ମଧ୍ୟ ଫାଣ୍ଡି ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିବା ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.