ETV Bharat / state

ମଣ୍ଡପରେ ବିରାଜିବେ ମା', ସଜେଇ ହେଲାଣି ପୂଜା ମଣ୍ଡପ

author img

By

Published : Sep 30, 2022, 5:47 PM IST

ମଣ୍ଡପରେ ବିରାଜିବେ ମା
ମଣ୍ଡପରେ ବିରାଜିବେ ମା

ଚାଲିଛି ପାର୍ବଣର ଋତୁ । ଧରାବତରଣ କରିବେ ଜଗତ ଜନନୀ । ଏଥିପାଇଁ ସଜେଇ ହେଲାଣି ଅନୁଗୋଳ ସହର । ଦୁଇବର୍ଷ କୋଭିଡ ପାଇଁ ବନ୍ଦଥିବା ପୂଜା ମଣ୍ଡପ ଗୁଡିକରେ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦେଖନ୍ତୁ ଏହି ରିପୋର୍ଟ

ଅନୁଗୋଳ: ଆଉ ଦିନ କେଇଟାର ଅପେକ୍ଷା । ଧରାପୃଷ୍ଠକୁ ବିଜେ କରିବେ ମା' ଜଗତ ଜନନୀ । ଏଥି ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ । ଦୀର୍ଘ ଦୁଇବର୍ଷ ପରେ କଟକଣା ମୁକ୍ତ ଦଶହରା ହେଉଥିବାରୁ ଚଳଚଞ୍ଚଳ ପୁର ପଲ୍ଲୀ । ଆଉ ଏପଟେ ମୂର୍ତ୍ତି ଗ଼ଢିବାରେ ବ୍ୟସ୍ତ କାରିଗର । ମୂର୍ତ୍ତି ନିର୍ମାଣ କରି ଜୀବିକା ନିର୍ବାହ କରୁଥିବା କାରିଗରମାନେ ଜୋରସୋର ଲାଗିଛନ୍ତି ମୂର୍ତ୍ତି ଗଢିବାରେ । କେତେକ ସ୍ଥାନରେ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ମଣ୍ତପ କାମ ଶେଷ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ଶନିବାର ବିଲ୍ୱ ବରଣ ପରେ ରବିବାର ଠାରୁ ଆରମ୍ଭ ହେବ ମଣ୍ଡପରେ ସପ୍ତମୀ ପୂଜା ।

ମଣ୍ଡପରେ ବିରାଜିବେ ମା

ଏହା ମଧ୍ୟ ପଢନ୍ତୁ: ବାଲୁବଜାରର ବିନୋଦ ବିହାରୀ ପୀଠର ସ୍ୱତନ୍ତ୍ରତା, ଯିଏ ମୂର୍ତ୍ତି କାରିଗର ସେ ପୂଜକ

ଅନୁଗୋଳ ସହରରେ ଏଥର ୧୧ ମଣ୍ଡପରେ ମା ଦଶ ଭୁଜାଙ୍କୁ ଆବାହନ କରାଯିବ । ଏଥିପାଇଁ ପୂଜା ପ୍ରସ୍ତୁତିରେ ଲାଗିପଡିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା , ଶିଳ୍ପୀ ଓ କାରିଗର । କୋରୋନା ପାଇଁ ଦୁଇ ବର୍ଷ କାଳ କଟକଣାରେ ମାଙ୍କୁ ପୂଜା କରାଯାଉଥିବା ବେଳେ ଏଥର ଜାକ ଜମକରେ ମାଙ୍କୁ ଆରାଧନା କରାଯିବା ନିମନ୍ତେ ପ୍ରସ୍ତୁତି ଜାରଦାର ଚାଲିଛି ।

ସହରର ଦୁର୍ଗାଶଙ୍କର ପୂଜା ସମିତି ୮୬ତମ ପୂଜା ଉତ୍ସବ ପାଳନ କରୁଛି । ସମିଳିପଡ଼ା ପୂଜା କମିଟି ୪୩ତମ ଦୁର୍ଗା ପୂଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଖୁବ ଜୋରରେ ଚଳାଇଛି । ସେପଟେ ହିନ୍ଦୁ, ମୁସଲମାନ ସବୁ ଧର୍ମର ଲୋକଙ୍କୁ ନେଇ ଏଥର ୫୮ତମ ପୂଜା ଉତ୍ସବ ପାଳୁଛି ହେମସୁର ପଡା ପୂଜା ସମିତି । ଏନେଇ ପୂଜା କମିଟି ସଭାପତି କହିଛନ୍ତି ଯେ, "ଦୁଇ ବର୍ଷ ହେଲା ମା'ଙ୍କ ପୂଜା ବନ୍ଦ ରହିଥିଲା । ଏବର୍ଷ ଆମେ ଆପ୍ରାଣ ଚେଷ୍ଟା କରୁଛୁ ଜାକ ଜମକରେ ପୂଜା କରିବା ପାଇଁ । ସାଜସଜ୍ଜା ମଧ୍ୟ ଆଡମ୍ବରରେ କରାଯାଉଛି । କଟକଣା ମୁକ୍ତ ଦଶହରା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେଉଛି । ଏହା ଭାଇଚାରାର ପର୍ବ ହୋଇଥିବାରୁ ସମସ୍ତେ ଏହି ପୂଜାରେ ସାମିଲ ହୋଇପାରିବେ ।"

ଏହା ମଧ୍ୟ ପଢନ୍ତୁ: ଆସୁଛନ୍ତି ମା' ଦୁର୍ଗତିନାଶିନୀ, ସଜେଇ ହେଲାଣି ପୂଜା ମଣ୍ଡପ

ସହରର ବିଭିନ୍ନ ପୂଜା ମଣ୍ଡପରେ ଧୁମଧାମରେ ପୂଜା ହେଉଥିବା ବେଳେ ହୁଲୁରସିଙ୍ଘା ପୂଜା କମିଟି ଏଥର ୬୮ତମ ବର୍ଷରେ ପଦାର୍ପଣ କରିଛି । ପୂଜାକୁ ଆକର୍ଷଣୀୟ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିକୁ ଶେଷ କରିବା ପାଇଁ ଲାଗି ପଡିଛନ୍ତି ମଣ୍ଡପର କର୍ମକର୍ତ୍ତା । ସେହିପରି ସହରର ସବୁଠୁ ପୁରୁଣା ପୂଜା ମଣ୍ଡପ ଅମଲାପଡା ଏଥର ୯୬ତମ ପୂଜା ଉତ୍ସବ ପାଳନ କରୁଛି । ଏଥିପାଇଁ ମୂର୍ତ୍ତି ପ୍ରସ୍ତୁତି ଠାରୁ ତୋରଣ ନିର୍ମାଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜାର ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଜନା କରିଛି ଅମଲାପଡା ପୂଜା ମଣ୍ଡପ । ସେହିପରି ସହରର ଅନ୍ୟ ସମସ୍ତ ପୂଜା ମଣ୍ଡପ ଶୁଶୁଡା, କାଲଟାକ୍ସ, ଷ୍ଟେସନ ଓ ଗୀତାଗ୍ରାମ ଆଦି ପୂଜା ମଣ୍ଡପରେ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମୃଣ୍ମ‌ୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ।

ମାଆଙ୍କ ଆଗମନକୁ ନେଇ ସହରବାସୀ କହିଛନ୍ତି ଯେ, "ରାଜ୍ୟରେ କୋରେନା କଟକଣା ଶେଷ ହୋଇଥିବା ବେଳେ ପୂଜା ଆଡମ୍ବରରେ ହେବ । ମୀନାବଜାର ସହ ବିଭିନ୍ନ ପ୍ରକାର ଦୋଳି ମଧ୍ୟ ପଡିବ । ସହରବାସୀ ମଧ୍ୟ ମାଙ୍କ ଆଗମନ ପାଇଁ ଉତ୍ସହିତ ଅଛନ୍ତି ।"

ଚଳିତ ବର୍ଷ ମାଙ୍କ ଦୁର୍ଗାପୂଜା ପୂଜା ମଣ୍ଡପରେ ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ । ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ମା ଦୁର୍ଗାଙ୍କ ପୂଜା ଉପରେ କୌଣସି କଟକଣା ନଥିବାରୁ ଭକ୍ତଙ୍କ ମନରେ ଉସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.