ଆସୁଛନ୍ତି ମା' ଦୁର୍ଗତିନାଶିନୀ, ସଜେଇ ହେଲାଣି ପୂଜା ମଣ୍ଡପ

author img

By

Published : Sep 28, 2022, 9:23 PM IST

Updated : Sep 28, 2022, 9:47 PM IST

ସଜେଇ ହେଲାଣି ଯାଜପୁରର ପୂଜା ମଣ୍ଡପ

ଧରାବତରଣ କରିବେ ଜଗତ ଜନନୀ, ସଜେଇ ହେଲାଣି ଯାଜପୁର ଜିଲ୍ଲା । ଦୁଇବର୍ଷ କୋଭିଡ ପାଇଁ ବନ୍ଦଥିବା ପୂଜା ମଣ୍ଡପ ଗୁଡିକରେ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ପୂର୍ବପରି ସମସ୍ତ ପୂଜା ମଣ୍ଡପରେ ମା’ ଦୁର୍ଗାଦେବୀଙ୍କ ପୂଜା ଚାଲିବ । ଏନେଇ ଉତ୍ସବ ମୁଖର ହୋଇ ଉଠିବ ସମସ୍ତ ପୂଜା ମଣ୍ଡପ । ଦେଖନ୍ତୁ ଏହି ରିପୋର୍ଟ

ଯାଜପୁର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଧୂମ ଧାମରେ ରାଜ୍ୟବାସୀ ପାଳିବେ ଦୂର୍ଗା ପୂଜା । ଏନେଇ ବେଶ ଚଳଚଞ୍ଚଳ ହୋଇ ଉଠିଛି ଯାଜପୁର ଜିଲ୍ଲା । ଆଉ ଏପଟେ ମୂର୍ତ୍ତି ଗ଼ଢିବାରେ ବ୍ୟସ୍ତ କାରିଗର । ମୂର୍ତ୍ତି ନିର୍ମାଣ କରି ଜୀବିକା ନିର୍ବାହ କରୁଥିବା କାରିଗରମାନେ ଜୋରସୋର ଲାଗିଛନ୍ତି ମୂର୍ତ୍ତି ଗଢିବାରେ । ଚଳିତ ବର୍ଷ ନାହିଁ ମୂର୍ତ୍ତି ଉଚ୍ଚତାର କଟକଣା ନଥିବା ବେଳେ ପୂଜା କମିଟିର ବରାଦ ଅନୁଯାୟୀ ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର ।ହାତରେ ମାତ୍ର ଆଉ ଦିନ କେଇଟା ସମୟ ଥିବାରୁ ତୁଳୀ ଧରି ଲାଗିପଡିଛନ୍ତି କାମରେ । ରଙ୍ଗବେରଙ୍କର ତୁଳୀରେ ମା’ଙ୍କୁ ଶେଷ ସ୍ପର୍ଶ ଦେଉଛନ୍ତି କାରୀଗର । ପୂଜା କମିଟିମାନଙ୍କ ପକ୍ଷରୁ ମଧ୍ୟ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଦୁଇବର୍ଷ ପରେ ପୂର୍ବପରି ମାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି । ବିଭିନ୍ନ ମଣ୍ଡପରେ ଭକ୍ତ ମାନଙ୍କ ଗହଳି ହେବାର ଲକ୍ଷ୍ୟ ରଖି ଭକ୍ତ ମାନଙ୍କ ପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l

ସଜେଇ ହେଲାଣି ଯାଜପୁରର ପୂଜା ମଣ୍ଡପ

ଏହା ମଧ୍ୟ ପଢନ୍ତୁ: ଆସୁଛନ୍ତି ମା', ପୁରୁଣା ଷ୍ଟେସନ ବଜାରରେ ଆକର୍ଷଣ ସାଜିବ ବନାରସ ଗଙ୍ଗା ଘାଟ ତୋରଣ

ଏନେଇ ଯାଜପୁର ଜିଲ୍ଲାର ଏକ ମୂର୍ତ୍ତି କାରିଗର କହିଛନ୍ତି ଯେ, "ବହୁତ ବର୍ଷ ହେଲାଣି ଏଠାରେ ମୂର୍ତ୍ତି କରାଯାଉଛି । ଗତ ଦୁଇବର୍ଷ ଧରି କୋରନା କଟାକଣା ପାଇଁ ମୂର୍ତ୍ତିର ଉଚ୍ଚତା କମାଯାଇଥିବା ବେଳେ ଚଳିତ ବର୍ଷ କଟକଣା ମୁକ୍ତ ହେବ । ଏବର୍ଷ ଭଲ ଦିପଇସା ରୋଜଗାର ହେବ ବୋଲି ଆଶା କରୁଛୁ । ମାଆଙ୍କର ଖଡିଲଗା କାମ ସରିଥିବା ବେଳେ ରଙ୍ଗକାମ ଦୁଇଦିନ ଭିତରେ ସରିବ । ଏକ ବର୍ଷ ନୂଆ ମଡେଲରେ ମାଙ୍କ ମୂର୍ତ୍ତି କରାଯାଉଛି ।"

ଯାଜପୁର ଜିଲ୍ଲାର 10ବ୍ଳକ ଓ ଦୁଇଟି ପୌରପରିଷଦ ଯଥା ବ୍ୟାସନଗର ଓ ଯାଜପୁର ଟାଉନ ମଧ୍ୟ ମାଙ୍କ ଆଗମନ ପାଇଁ ଚଳ ଚଞ୍ଚଳ ହୋଇଉଠିଛି l ଏପଟେ ମାଙ୍କ ସ୍ୱାଗତ ପାଇଁ ସଜେଇ ହେଲାଣି ଧରଣୀ । ପାର୍ବଣରେ ମାଙ୍କ ଆଗମନ ପାଇଁ ଦେଖିବାକୁ ମିଳିଛି ବିଲ, ବାଡ଼ି, ନଇପଠାରେ କାଶତଣ୍ଡୀ ଫୁଲର ତୋରଣ l ସତେ ଯେମିତି ମାନଙ୍କ ଆଗମନକୁ ଅପେକ୍ଷ କରିଛି କାଶତଣ୍ଡି ଫୁଲ । ଧୋବ ଫରଫର କାଶତଣ୍ଡୀ ଆକାଶ ସହ ମିଶି ସମସ୍ତଙ୍କୁ ଆନମନା କରୁଛି । ସେହିପରି ମାଙ୍କୁ ସ୍ୱାଗତ ପାଇଁ ଆୟୋଜକମାନେ ମଧ୍ୟ ଖୁସି ଅଛନ୍ତି । କିଭଳି ବିଭିନ୍ନ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସିବ ପୂଜା ମଣ୍ଡପ ସେଥିପାଇଁ ପୁରା ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତ ପୂଜା କମିଟି । ଶାରଦୀୟ ଦୁର୍ଗାପୂଜା ଆସିଲେ ଗାଁ ରୁ ସହର ସବୁଠି ଦେଖିବାକୁ ମିଳେ ଆନନ୍ଦର ମାହୋଲ ଆଉ ହସି ଉଠେ ପୁରା ପରିବେଶ । ଦୁଇ ବର୍ଷ ବନ୍ଦ ଥିବା ପୂଜା ଚଳିତ ବର୍ଷ ମହା ଆଡମ୍ବରରେ ପାଳନ ହେବ ମାଙ୍କ ପୂଜା ଏଥିପାଇଁ ସମସ୍ତେ ଖୁସିଥିବା କୁହନ୍ତି ଭକ୍ତ ଓ ପୂଜା କମିଟିର ସଭ୍ୟ l

ଏନେଇ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ କହିଛନ୍ତି ଯେ, "ପୂଜା ପାଇଁ ସମସ୍ତ ପ୍ରସ୍ତତି କରାଯାଇଛି । ବିଭିନ୍ନ ବିଭାଗକୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି । ରାସ୍ତା, ଇଲେକ୍ଟ୍ରି ଭଳି କାମକୁ ସୁରୁଖୁରୁରେ ତୁଲାଇବା ପାଇଁ ପରାମର୍ଶ ଦିଆଯାଇଛି । ମାଙ୍କ ପୂଜା ସମୟରେ ବିଜୁଳିର ଯେମିତି କିଛି ସମସ୍ୟା ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯାଇଛି । ସେପଟେ ଦୁର୍ଗାପୂଜରେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ତା ପ୍ରତି ଦୃଷ୍ଟି ଦିଆଯାଇଛି ।"

ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ମା ଦୁର୍ଗାଙ୍କ ପୂଜା ଉପରେ କୌଣସି କଟକଣା ନଥିବାରୁ ଭକ୍ତଙ୍କ ମନରେ ଉସାହ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ପରେ ଜାକଜମକରେ ଦୁର୍ଗାପୂଜା ପାଳିବେ ଯାଜପୁରବାସୀ ।

ଇଟିଭି ଭାରତ, ଯାଜପୁର

Last Updated :Sep 28, 2022, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.