ବାଲୁବଜାରର ବିନୋଦ ବିହାରୀ ପୀଠର ସ୍ୱତନ୍ତ୍ରତା, ଯିଏ ମୂର୍ତ୍ତି କାରିଗର ସେ ପୂଜକ

author img

By

Published : Sep 29, 2022, 10:05 PM IST

ବାଲୁବଜାରର ବିନୋଦ ବିହାରୀ ପୀଠର ସ୍ବତନ୍ତ୍ରତା

ଐତିହାସିକ ସହର କଟକ । ଦଶହରା ପର୍ବ ଆସିଲେ ଚଳଚଞ୍ଚଳ ହୋଇଉଠେ କଟକ ସହରର ବାଉନ ବଜାର ତେପନ ଗଳି । ଏଠାରେ ଏମିତି ଏକ ପୀଠ ରହିଛି ଯେଉଁଠାର ପରମ୍ପରା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଏକ ପୀଠ ହେଉଛି ବାଲୁବଜାରର ବିନୋଦ ବିହାରୀ ପୀଠ । ଦେଖନ୍ତୁ ଏହି ରିପୋର୍ଟ

କଟକ: ଦଶହରା କଥା କହିଲେ ମନେପଡେ କଟକ ସହରର କଥା । କଟକର ଇତିହାସ ଯେମିତି ରୋମାଞ୍ଚକ ପରମ୍ପରା ମଧ୍ୟ ସେତିକି ପୁରୁଣା । ସହରର ବାଉନବଜାର ତେପନ ଗଳିରେ ଜାକ ଜମକରେ ପାଳିତ ହୁଏ ଦଶହରା । ହଜାରେ ବର୍ଷର ସହର କଟକରେ ଆଜି ବି ରହିଛି ସେହି ପୁରୁଣା ପରମ୍ପରାର ଛାପ । ଖାସ କରି ଦଶହରା ସମୟରେ ଏହି ପରମ୍ପରାର ଝଲକ ଆଜି ଯାଏଁ ମଧ୍ୟ ଦେଖିବାକୁ ମିଳିଥାଏ । ନାଁ ପରିବର୍ତ୍ତନ ହୋଇଛି ମା ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତ୍ତୀର ଗଠନ ନାଁ ପରିବର୍ତ୍ତନ ହୋଇଛି ମା ଦୁର୍ଗାଙ୍କ ପୂଜା ରତିନୀତି । ଶହ ଶହ ବର୍ଷ ଧରି ସେହି ଏକା ଶୈଳୀରେ ସ୍ଥାପିତ କରାଯାଇ ପୂଜା ପାଇ ଆସୁଛନ୍ତି ମା’ ଦୁର୍ଗା ।

ବାଲୁବଜାରର ବିନୋଦ ବିହାରୀ ପୀଠର ସ୍ବତନ୍ତ୍ରତା,

ଏହା ମଧ୍ୟ ପଢନ୍ତୁ: ୨୭୦ ବର୍ଷରେ ସର୍ପା ଦୁର୍ଗା ମଣ୍ଡପ, ଦଶହରାରେ ହୁଏ ମା’ଙ୍କ ବିସର୍ଜନ

ଭିନ୍ନ ଭିନ୍ନ ପୂଜା ମଣ୍ଡପରେ ମା'ଙ୍କୁ ପୂଜା କରାଯାଉଥିବା ବେଳେ ବାଲୁବଜାରର ବିନୋଦ ବିହାରୀ ପୀଠର ବିଶେଷ ସ୍ବତନ୍ତ୍ରତା ରହିଛି । ଏଠାକାର ପରମ୍ପରା ଓ ପୂଜା ରିତିନୀତିରେ ସବୁ ପୂଜା ମଣ୍ଡପ ତୁଳନାରେ ଭିନ୍ନ । ଶହ ଶହ ବର୍ଷ ମଧ୍ୟରେ କଟକ ସହର ପାକୃତିକ ଦୁର୍ବିପାକ ହେଉ ବା ମାହାମାରୀର ପ୍ରକୋପ ହେଉ କେବେବି ଏହାର ପରମ୍ପରା ଉପରେ ପ୍ରଭାବ ପକାଇ ପଡିନାହିଁ । କେବଳ ସେତିକି ନୁହେଁ ଇଏ ଏମିତି ଏକ ମଣ୍ଡପ ଯେଉଁଠାରେ ମାଙ୍କ ରଙ୍ଗ କାର୍ଯ୍ୟରେ କେବେ ରାସାୟନିକ ରଙ୍ଗ ବ୍ୟବହାର କରାଯାଏ ନାହିଁ। ପ୍ରାକୃତିକ ରଙ୍ଗରେ ମାଙ୍କୁ ରଙ୍ଗ କରାଯାଇଥାଏ ।

କଣ ରହିଛି ଏହି ପୀଠର ସ୍ବତନ୍ତ୍ରତା:

କଟକରେ ଦଶହରା ପୂଜାର ମୂଳଦୁଆ ପଡିଥିଲା ବାଲୁବଜାରର ବିନୋଦ ବିହାରୀ ପୀଠରେ । ନଦିଆ ନବଦ୍ୱିପରୁ ଆସିଥିବା ବାନାର୍ଜୀ ପରିବାର ଏହି ପିଠରେ ୧୫୦୮ ମସିହାରେ ଘଟପୂଜା ପରେ ୧୫୧୪ ମସିହାରେ ମୃମୟୀ ମୃର୍ତ୍ତୀରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ । ଦୀର୍ଘ ୫୦୬ ବର୍ଷ ଧରି ଏଠାରେ ପୂଜା ଆୟୋଜନ କରାଯାଉଛି । ୨୦୦୨ ମସିହାରୁ ଏହି ମଣ୍ଡପରେ ଚାନ୍ଦି ମେଢ଼ ଆରମ୍ଭ କରାଯାଇଥିଲା। ପ୍ରାୟ ସାଢ଼େ ୩ କୁଇଣ୍ଟାଲ ଚାନ୍ଦିରେ ଏହି ମେଢ଼ ପ୍ରସ୍ତୁତ କରାଯାଇଛି।

ଏହି ମଣ୍ଡପର ବିଶେଷତ୍ବ ହେଉଛି ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ବ୍ୟବହାର ହୁଏ ନାହିଁ ରାସାୟନିକ ରଙ୍ଗ। ପ୍ରାକୃତିକ ଭାବରେ ରଙ୍ଗ ପ୍ରସ୍ତୁତ କରି ମାଙ୍କ ରଙ୍ଗ କାର୍ଯ୍ୟ ହୋଇଥାଏ । ରଥଯାତ୍ରା ସମୟରୁ ରଙ୍ଗ ପାଇଁ ବିଭିନ୍ନ ପ୍ରାକୃତିକ ସାମଗ୍ରୀ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଥାଏ । ତେନ୍ତୁଳି ମଞ୍ଜି, ତେନ୍ତୁଳି ପାଉଡର, କଇଁଥ ଅଠା, ଶଙ୍ଖ ଗୁଣ୍ଡ, ମନ୍ଦାର, ହଳଦୀ ଆଦି ବିଭିନ୍ନ ପ୍ରକାର ପ୍ରାକୃତିକ ସାମଗ୍ରୀକୁ ପ୍ରଥମେ ଶୁଖାଇ ଗୁଣ୍ଡ କରି ରଙ୍ଗ ପ୍ରସ୍ତୁତ କରାଯାଏ । ପରେ ମା'ଙ୍କ ରଙ୍ଗରେ ବ୍ୟବହାର କରାଯାଇଥାଏ।ସବୁଠାରୁ ବଡ଼ କଥା ହେଉଛି ଏହି ମଣ୍ଡପର ଯିଏ ମୂର୍ତ୍ତି କାରିଗର ସେ ପୂଜକ । ବଂଶାନୁ ଭାବରେ ଏହି ମୂର୍ତ୍ତି କାରିଗର ମା'ଙ୍କ ମୂର୍ତ୍ତି ନିର୍ମାଣ କରିବା ସହ ପୂଜା ମଧ୍ୟ କରିଥାନ୍ତି ।

କହିବାକୁ ଗଲେ ଏହି ମଣ୍ଡପରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ଅଷ୍ଟମୀରେ ପ୍ରାୟ ୫ ହଜାରରୁ ଅଧିକ ମହିଳା ଭକ୍ତ ଏଠାରେ ଉପସ୍ଥିତ ହୋଇ ବ୍ରତ ପାଳନ କରିଥାଆନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.