ETV Bharat / state

ଅନୁଗୋଳରେ ଜୋରସୋରରେ ଚାଲିଛି ମହାନବମୀ ପୂଜା, ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ

author img

By

Published : Oct 7, 2019, 10:31 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଅନୁଗୋଳ

ଆଜି ମଣ୍ଡପମାନଙ୍କରେ ଅନୁଷ୍ଠିତ ହେଉଛି ମହାନବମୀ । ସବୁଠି ଚାଲିଛି ମହାନବମୀ ପାଇଁ ସ୍ଵତନ୍ତ୍ର ପୂଜା ନୀତି । କେତେକ ମଣ୍ଡପରେ କୁମାରୀ ପୂଜା ମଧ୍ୟ କରାଯାଉଛି ।

ଅନୁଗୋଳ: ଆଜି ମଣ୍ଡପମାନଙ୍କରେ ଅନୁଷ୍ଠିତ ହେଉଛି ମହାନବମୀ । ସବୁଠି ଚାଲିଛି ମହାନବମୀ ପାଇଁ ସ୍ଵତନ୍ତ୍ର ପୂଜା ନୀତି । କେତେକ ମଣ୍ଡପରେ କୁମାରୀ ପୂଜା ମଧ୍ୟ କରାଯାଉଛି ।

ଦେବୀ ଦଶଭୁଜାଙ୍କ ପୂଜା ଉତ୍ସବ ପାଇଁ ସବୁଠି ଉତ୍ସବର ମାହୋଲ । ମାଙ୍କୁ ଆରାଧନା କରି ମାଙ୍କ ସାନିଧ୍ୟ ପାଇବାକୁ ସମସ୍ତେ ଆଗଭର । ଆଜି ମଣ୍ଡପ ମାନଙ୍କରେ ଦେବୀ ଦୁର୍ଗାଙ୍କ ନବମୀ ପୂଜା କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ ମାଙ୍କର ନବମୀ ପୂଜା ଆରମ୍ଭ ହୋଇଛି । ସୂର୍ଯ୍ୟପୂଜା, ମଙ୍ଗଆଳତି ପରେ ଷୋଡଶ ଉପଚାରରେ ମାଙ୍କୁ ପୂଜା କରାଯାଉଛି । ଏହା ସହିତ ସବୁ ମଣ୍ଡପରେ ଚଣ୍ଡୀପାଠ ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଅନୁଗୋଳ

ଏଥିପାଇଁ ଅନୁଗୋଳ ସହରର ମଣ୍ଡପ ମାନଙ୍କରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସବୁ ପୂଜା ମଣ୍ଡପରେ ମହା ଆଡମ୍ବରରେ ଚାଲିଛି ମାଙ୍କ ନବମୀ ପୂଜା । ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି । ସହରର ୧୦ ଟି ସ୍ଥାନରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଉଛି । ଏଥର ଅମଲାପଡା , ଶିମିଳିପଡା, ହେମସୁରପଡା ହୁଲୁରିଶିଙ୍ଘା ଓ ଦଶହରା ପଡିଆକୁ ଛାଡି ଦେଲେ ଅନେକ ମଣ୍ଡପରେ ହରପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି ।

ଏପଟେ ପୂଜା ପାଇଁ ସନ୍ଧ୍ୟା ହେବା କ୍ଷଣି ମଣ୍ଡପମାନଙ୍କରେ ଭିଡ ବଢି ଯାଉଛି । ମାଙ୍କ ଦର୍ଶନ କରିବା ସହ ପରିବାର ସହ ପୂଜା ବୁଲୁଛନ୍ତି ସମସ୍ତେ । ପୂଜା ଭିଡକୁ ନଜରରେ ରଖି ଦଶହରା ପଡିଆରେ ପଡିଛି ମିନା ବଜାର । ଦୋଳି ଖେଳ ସାଙ୍ଗକୁ ଚାଟ ଓ ଗୁପଚୁପ ଖାଇବାର ମଜା ନେଉଛନ୍ତି ପୂଜା ବୁଲିଆସୁଥିବା ଲୋକେ । ଏହାଛଡା କେତେକ ମଣ୍ଡପରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

ବରଷକେ ଥରେ ମାଙ୍କ ପୂଜାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ କେହିବି ହାତ ଛଡା କରୁ ନାହାଁନ୍ତି । ପୂଜାରେ ସରକାରୀ ଛୁଟିଥିବାରୁ କର୍ମଜୀବୀମାନେ ପୂଜାର ଭରପୁର ମଜା ଉଠାଉଛନ୍ତି । ନୀତି ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ଦଶମୀ ପୂଜା କରାଯିବ । ପୂଜାପରେ କରାଯିବ ଘଟ ବିସର୍ଜନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଶାରଦୀୟ ଉତ୍ସବ ରେ ସମସ୍ତେ ମତୁଆଲା । ମା ଙ୍କ ଧରାବତରଣ ରେ ପୁଲକିତ ସମସ୍ତେ । ଆଜି ମଣ୍ଡପ ମାନଙ୍କ ରେ ଅନୁଷ୍ଠିତ ହେଉଛି ମହାନବମୀ । ସବୁଠି ଚାଲିଛି ମହା ନବମୀ ପାଇଁ ସ୍ଵତନ୍ତ୍ର ପୂଜା ନୀତି । କେତେକ ମଣ୍ଡପରେ କୁମାରୀ ପୂଜା ମଧ୍ୟ କରାଯାଉଛି । Body:Vo – 1
ଦେବୀ ଦଶଭୁଜାଙ୍କ ପୂଜା ଉତ୍ସବ ପାଇଁ ସବୁଠି ଉତ୍ସବର ମାହୋଲ । ମାଙ୍କୁ ଆରାଧନା କରି ମାଙ୍କ ସାନିଧ୍ୟ ପାଇବାକୁ ସମସ୍ତେ ଆଗଭର । ଆଜି ମଣ୍ଡପ ମାନଙ୍କରେ ଦେବୀ ଦୂର୍ଗାଙ୍କ ନବମୀ ପୂଜା କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ ମାଙ୍କର ନବମୀ ପୂଜା ଆରମ୍ଭ ହୋଇଛି । ସୂର୍ଯ୍ୟପୂଜା , ମଙ୍ଗଆଳତି ପରେ ଷୋଡଶ ଉପଚାରରେ ମାଙ୍କୁ ପୂଜା କରାଯାଉଛି । ଏହା ସହିତ ସବୁ ମଣ୍ଡପରେ ଚଣ୍ଡୀପାଠ ଚାଲିଛି । ଏଥିପାଇଁ ଅନୁଗୋଳ ସହରର ମଣ୍ଡପ ମାନଙ୍କରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସବୁ ପୂଜା ମଣ୍ଡପରେ ମହା ଆଡମ୍ବରରେ ଚାଲିଛି ମା ଙ୍କ ନବମୀ ପୂଜା । ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି । ସହରର ୧୦ ଟି ସ୍ଥାନରେ ଦେବୀ ଦୂର୍ଗା ଙ୍କୁ ଆରାଧନା କରାଯାଉଛି । ଏଥର ଅମଲାପଡା , ଶିମିଳିପଡା, ହେମସୁରପଡା ହୁଲୁରିଶିଙ୍ଘା ଓ ଦଶହରା ପଡିଆ କୁ ଛାଡି ଦେଲେ ଅନେକ ମଣ୍ଡପରେ ହରପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି ।
Byte – 1 ରବିନାରାୟଣ ମିଶ୍ର , ପୂଜକ
Byte – 2 ଚନ୍ଦ୍ରା ରାୟ , ଶ୍ରଦ୍ଧାଳୁ
Vo – 2
ପୂଜା ପାଇଁ ସନ୍ଧ୍ୟା ହେବ କ୍ଷଣି ମଣ୍ଡପ ମାନଙ୍କରେ ଭିଡ ବଢି ଯାଉଛି । ମାଙ୍କ ଦର୍ଶନ କରିବା ସହ ପରିବାର ସହ ପୂଜା ବୁଲୁଛନ୍ତି ସମସ୍ତେ । ପୂଜା ଭିଡ କୁ ନଜରରେ ରାଖୀ ଦଶହରା ପଡିଆ ରେ ପଡିଛି ମିନା ବଜାର । ଡୋଲି ଖେଳ ସାଙ୍ଗକୁ ଚାଟ ଓ ଗୁପଚୁପ ଖାଇବାର ମଜା ନେଉଛନ୍ତି ପୂଜା ବୁଲିଆସୁଥିବା ଲୋକେ । ଏହାଛଡା କେତେକ ମଣ୍ଡପ ରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ବରସକେ ଥରେ ମାଙ୍କ ପୂଜା ରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁ କେହିବି ହାତ ଛଡା କରୁ ନାହାଁନ୍ତି । ପୂଜାରେ ସରକାରୀ ଛୁଟିଥିବାରୁ କର୍ମଜୀବି ମାନେ ପୂଜାର ଭରପୁର ମଜା ଉଠାଉଛନ୍ତି ।
Byte – 3 ଅଞ୍ଜଳି ସିଂ , ଶ୍ରଦ୍ଧାଳୁ
Byte – 4 ବିଜୟା ଘୋଷ , ଶ୍ରଦ୍ଧାଳୁ
Conclusion:ନୀତି ନିରଘଣ୍ଟ ଅନୁସାରେ ଆସନ୍ତା କାଲି ଦଶମୀ ପୂଜା କରାଯିବ । ଅପରାଜିତା ପୂଜାପରେ କରାଯିବ ଘଟ ବିସର୍ଜନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.