ETV Bharat / state

ଅନୁଗୋଳରେ ବେକାବୁ କୋରୋନା, ଦିନକରେ 231 ଆକ୍ରାନ୍ତ ଚିହ୍ନଟ

author img

By

Published : Oct 13, 2020, 10:51 PM IST

ଅନୁଗୋଳରେ ବେକାବୁ କୋରୋନା, ଦିନକରେ 231 ଆକ୍ରାନ୍ତ ଚିହ୍ନଟ
ଅନୁଗୋଳରେ ବେକାବୁ କୋରୋନା, ଦିନକରେ 231 ଆକ୍ରାନ୍ତ ଚିହ୍ନଟ

ଅନୁଗୋଳରେ କୋରୋନା ସ୍ଥିତି ଅସମ୍ଭାଳ ହେବାକୁ ଲାଗିଛି। ମଙ୍ଗଳବାର ଦିନ 231 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋରୋନା ସଂକ୍ରମଣକୁ ରୋକିବାକୁ ଜିଲ୍ଲାପାଳ ବିଭିନ୍ନସ୍ଥରରେ ସମୀକ୍ଷା କରିଛନ୍ତି। ଅଧିକ ପଢ଼ନ୍ତୁ...

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଦିନ 231 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଅନୁଗୋଳରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ହଜାର 636କୁ ବୃଦ୍ଧି ପାଇଛି ।

231 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ତାଳଚେର ବ୍ଲକ୍ ଅଞ୍ଚଳରୁ ୩୫ ଜଣ ( ୨୮ ଜଣ ପୁରୁଷ ଓ ୭ଜଣ ମହିଳା ), ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୩ ଜଣ ( ୨୪ଜଣ ପୁରୁଷ ଓ ୯ଜଣ ମହିଳା ), ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୨୯ ଜଣ ( ୨୪ଜଣ ପୁରୁଷ ଓ ୫ଜଣ ମହିଳା ), କଣିହାଁ ବ୍ଳକ ଅଞ୍ଚଳରୁ ୨୮ ଜଣ ( ୨୧ଜଣ ପୁରୁଷ ଓ ୭ଜଣ ମହିଳା ), ତାଳଚେର ପୌରାଞ୍ଚଳରୁ ୨୪ ଜଣ ( ୨୦ଜଣ ପୁରୁଷ ଓ ୪ଜଣ ମହିଳା ), ଅନୁଗୋଳ ବ୍ଳକ ଅଞ୍ଚଳରୁ ୨୩ ଜଣ ( ୧୪ଜଣ ପୁରୁଷ ଓ୯ ଜଣ ମହିଳା ), ଅନୁଗୋଳ ପୌରାଞ୍ଚଳରୁ ୧୮ ଜଣ ( ୧୧ଜଣ ପୁରୁଷ ଓ ୭ଜଣ ମହିଳା ), ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୬ ଜଣ ( ୧୦ଜଣ ପୁରୁଷ ଓ ୬ଜଣ ମହିଳା ), କିଶୋରନଗର ବ୍ଲକ ଅଞ୍ଚଳରୁ ୮ ଜଣ ( ୬ ଜଣ ପୁରୁଷ ଓ ୨ ଜଣ ମହିଳା ), ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୭ ଜଣ ( ୧ ଜଣ ପୁରୁଷ ଓ ୬ଜଣ ମହିଳା ) ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ଜଣ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାସହ ଅନୁଗୋଳରେ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୬ ଜଣ କୋଭିଡ ହସ୍ପିଟାଲରୁ ଓ ୧୦୧ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ସେପଟେ ଅନୁଗୋଳରେ କୋରୋନା ସ୍ଥିତିକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ରାପିଡ୍ ରେସପନ୍ସ ଟିମ୍ ସବୁ ସ୍ଥାନରେ ପହଞ୍ଚିବା , କରୋନା ସମ୍ପର୍କିତ ତଥ୍ୟର ସଠିକ୍ ଆଦାନ ପ୍ରଦାନ ଓ ମେଡିସିନ୍ କିଟ୍ ସମସ୍ତ ଆକ୍ରାନ୍ତଙ୍କ ଘରେ ପହଞ୍ଚାଇବାକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ବୁଧବାର ଅନୁଗୋଳ ଜିଲ୍ଲାରେ ୪ ଜଣ ପ୍ଲାଜମା ଦାନ କରିବେ। ପ୍ଲାଜମା ଦାତାଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.