ETV Bharat / state

ସମବାୟ କେଳଙ୍କାରୀ, ମରୁଡି ସ୍ଥିତିରେ ବିନା ବୀମାରେ କୃଷିଋଣ

author img

By

Published : Sep 13, 2021, 7:11 AM IST

ସମବାୟ କେଳଙ୍କାରୀ, ମରୁଡି ସ୍ଥିତିରେ ବିନା ବୀମାରେ କୃଷିଋଣ
ସମବାୟ କେଳଙ୍କାରୀ, ମରୁଡି ସ୍ଥିତିରେ ବିନା ବୀମାରେ କୃଷିଋଣ

ଅନୁଗୋଳ ଜିଲ୍ଲାରେ ମରୁଡି ସ୍ଥିତିରେ ବିନା ବୀମାରେ କୃଷିଋଣ । ସମବାୟ ସମିିତିରେ ବ୍ୟାପକ କେଳଙ୍କାରୀ । ଅଧିକ ପଢନ୍ତୁ...

ଅନୁଗୋଳ: ସମବାୟ ସମିତିରୁ କୃଷିଋଣ ନେଇଥିବା ହଜାର ହଜାର ଚାଷୀଙ୍କୁ କରାଯାଇ ନାହିଁ ବୀମାଭୁକ୍ତ । ଗୋଟେ ପଟେ ଚାଷୀ ରୁଣ ନେଇ ଚାଷ କରିଥିବାବେଳେ ଏଥର ମରୁଡି ପରିସ୍ଥିତି ଦେଖା ଦେଇଛି । ବୀମା ନ ଥିବାରୁ ମରୁଡିଜନିତ କ୍ଷୟକ୍ଷତି ପାଇବାରୁ ବଞ୍ଚିତ ହେବେ ଚାଷୀ । ଏଭଳି ଘଟିଛି ଅନୁଗୋଳ ଜିଲ୍ଲାର ଚାଷୀଙ୍କ କ୍ଷେତ୍ରରେ। ସମବାୟ ବିଭାଗ ଅଧିକାରୀ ଏବଂ ବୀମା କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧୁ ଚନ୍ଦ୍ରିକାରେ ଏଭଳି ଚଞ୍ଚକତା ଚାଲିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ।

ସମବାୟ କେଳଙ୍କାରୀ, ମରୁଡି ସ୍ଥିତିରେ ବିନା ବୀମାରେ କୃଷିଋଣ

ପ୍ରତିବର୍ଷ ଖରିଫ ହେଉ କି ରବି ଋତୁରେ ଚାଷୀମାନେ ଏହି ସବୁ ସମିତିରୁ ଋଣ ନେଇ ଚାଷ କାର୍ଯ୍ୟ କରନ୍ତି। ଫସଲ ଅମଳ ହେବା ପରେ ଋଣ ପରିଶୋଧ କରନ୍ତି । ସମବାୟ ସମିତିର ନିୟମ ଅନୁସାରେ ଚାଷୀମାନେ ଋଣ ନେବା ସମୟରେ ସେମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯିବାର ନୀୟମ ରହିଛି । ବୀମା ଅନ୍ତର୍ଭୁକ୍ତ ହୋଇଥିଲେ ଧୋଇ ମରୁଡି ଭଳି ପରିସ୍ଥିତିରେ ସରକାର ଚାଷୀଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେବା ସହ ଋଣ ଛାଡ କରିଥାନ୍ତି । ଚାଷୀଙ୍କ ଋଣ ଅର୍ଥ ସମ୍ପୃକ୍ତ ବୀମା କମ୍ପାନୀ ଭରଣ କରି ଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଚଳିତ ବର୍ଷ ଅନୁଗୋଳ ଜିଲାରେ ସମବାୟ ବିଭାଗ ଚଞ୍ଚକତା କରି ଚାଷୀଙ୍କୁ ବୀମା ଅନ୍ତର୍ଭୁକ୍ତ କରି ନାହିଁ। ଏଭଳି ସ୍ଥିତିରେ ଚାଷୀମାନେ କଣ କରିବେ, କେମିତି ଋଣ ପରିଶୋଧ କରିବେ ସେହି ଚିନ୍ତାରେ ପଡ଼ି ଯାଇଛନ୍ତି ।

ଅନୁଗୋଳ ଜିଲ୍ଲାରେ ରହିଛି ୧୮୩ ଟି ସମବାୟ ସମିତି । ଜିଲାରେ ସମବାୟ ବିଭାଗ କରିଥିବା ଚଞ୍ଚକତା ପଦାକୁ ଆସିଛି ପୋକତୁଙ୍ଗା ସେବା ସମବାୟ ସମିତିରେ । ଏହି ସମିତି ଉପରେ ୩ଟି ପଞ୍ଚାୟତର ୨୪ଟି ଗାଁର ୨ହଜାର ଚାଷୀ ନିର୍ଭର କରୁଛନ୍ତି। ଚଳିତ ଖରିଫ ଋତୁରେ ୬୪୨ଜଣ ଚାଷୀ ସମିତିରୁ ପ୍ରାୟ ୨କୋଟି ଟଙ୍କା କୃଷି ଋଣ ନେଇଛନ୍ତି। କିନ୍ତୁ ଜଣେ ହେଲେ ଚାଷୀଙ୍କ ବୀମା କରାଯାଇ ନାହିଁ। ଫଳରେ ଏହି ସମିତିର ଚାଷୀମାନେ ୨କୋଟି ଟଙ୍କା ଫସଲ ବୀମା ସହ ଅନ୍ୟାନ୍ୟ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେବେ।

ଏହା ତ କେବଳ ଏକ ଉଦାହରଣ। କିନ୍ତୁ ଦେଖିବାକୁ ଗଲେ ଜିଲ୍ଲାର ସମସ୍ତ ସମିତିରୁ ପ୍ରାୟ ୪୦୦ କୋଟି ଟଙ୍କା କୃଷି ଋଣ ଯୋଗାଇ ଦିଆଯାଇଛି। କିନ୍ତୁ ସମୁଦାୟ ଚାଷୀଙ୍କ ମଧ୍ୟରୁ ଶତକଡା ୨ଭାଗ ଚାଷୀଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡ଼ିଛି । ଏନେଇ ବିଭାଗୀୟ ଅଧିକାରୀ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିବାବେଳେ ତଦନ୍ତ କରାଯାଉଥିବା କହି ସଫେଇ ଦେଇଛନ୍ତି । ଗୋଟେ ପଟେ ଚାଷୀଙ୍କୁ ମରୁଡିର ବୋଝ ମାଡି ବସୁଥିବାବେଳେ ସମବାୟ ବିଭାଗର ଚ୍ଞ୍ଚକତା ବୋଝ ଉପରେ ଲଳିତା ବିଡା ସଦୃଶ୍ଯ ହୋଇଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.