ETV Bharat / state

ଜମି ହରାଇବା ପରେ ବି ନିଯୁକ୍ତି ଦେଉନି କମ୍ପାନୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ 2 ପରିବାରର ଆମରଣ ଅନଶନ

author img

By

Published : Sep 28, 2021, 8:30 PM IST

Updated : Sep 28, 2021, 9:26 PM IST

ଜମି ହରାଇବା ପରେ ବି ନିଯୁକ୍ତି ଦେଉନି କମ୍ପାନୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ 2 ପରିବାରର ଆମରଣ ଅନଶନ
ଜମି ହରାଇବା ପରେ ବି ନିଯୁକ୍ତି ଦେଉନି କମ୍ପାନୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ 2 ପରିବାରର ଆମରଣ ଅନଶନ

ଜମି ହରାଇଥିବା ଜମିହରାଙ୍କୁ ନିଯୁକ୍ତି ଦେଉନାହିଁ ରାଷ୍ଟ୍ରାୟତଃ ଉଦ୍ୟୋଗ । କମ୍ପାନୀର ଅବହେଳା ବିରୋଧରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡି 2 ପରିବାରର ଆମରଣ ଅନଶନ । ଅଧିକ ପଢନ୍ତୁ...

ଅନୁଗୋଳ: ଜମି ହରାଇଥିବା ଜମିହରାଙ୍କୁ ନିଯୁକ୍ତି ଦେଉନାହିଁ ରାଷ୍ଟ୍ରାୟତଃ ଉଦ୍ୟୋଗ । ଏପରି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଦୁଇ ଜମିହରା ପରିବାର । ସ୍ଥାନୀୟ ବିଜିଗୋଳ ଓ ଗଦାଶିଲା ଗାଁର ବିନ୍ଦୁସାଗର ପାଣି ଓ ସବିତାରାଣୀ ପ୍ରଧାନଙ୍କ ପରିବାର ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ଲୋଡି ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି ।

ଜମି ହରାଇବା ପରେ ବି ନିଯୁକ୍ତି ଦେଉନି କମ୍ପାନୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ 2 ପରିବାରର ଆମରଣ ଅନଶନ

ଅନସନକାରୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ଦିନ ହେବ ଜିଲ୍ଲାର କଣିହାଁରେ ଥିବା NTPC ପାଇଁ ସେମାନେ ଜମି ହରାଇଛନ୍ତି । କିନ୍ତୁ କମ୍ପାନୀ ସେମାନଙ୍କୁ ଚାକିରୀ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସମୟ ଗଡାଇ ଚାଲିଛି । ନିକଟରେ 17 କ୍ଷତିଗ୍ରସ୍ତ ପରିବାରକୁ ନିଯୁକ୍ତି ଦେବାନେଇ NTPC ପଦକ୍ଷେପ ନେଇଥିବାବେଳେ ଏହି 2 କ୍ଷତିଗ୍ରସ୍ତ ପରିବାରର ନାଁ ତାଲିକାରେ ସାମିଲ କରାଯାଇ ନଥିବା ଅଭିଯୋଗ ହୋଇଛି ।

କମ୍ପାନୀର ଏପରି ଅବହେଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ନିଯୁକ୍ତି ପ୍ରଦାନ କରିବାରେ ଜିଲ୍ଲା ପ୍ରଶାସନ ପଦକ୍ଷେପ କରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ଉଭୟ ପରିବାର । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପ୍ରତି ପ୍ରଶାସନ ଦୃଷ୍ଟି ନଦେଇଛି ସେ ପର୍ଯ୍ୟନ୍ତ ଅନଶନ ଜାରି ରଖିବା ନେଇ ମଧ୍ୟ ଉଭୟ ପରିବାର ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated :Sep 28, 2021, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.