ETV Bharat / state

୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟିତ, ଅନୁଗୋଳରେ ୨ଟି ବସଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

author img

By ETV Bharat Odisha Team

Published : Aug 24, 2023, 9:18 AM IST

aamaa bus stand yojana
aamaa bus stand yojana

୨୪ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ । ସେଥି ମଧ୍ୟରେ ଅନୁଗୋଳ ଜିଲ୍ଲା ସ୍ଥାନ ପାଇଥିବା ବେଳେ ଦୁଇଟି ବସଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଅଧିକ ପଢନ୍ତୁ

aamaa bus stand yojana

ଅନୁଗୋଳ: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି । ଏହା ସହିତ ୨୪ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସେଥି ମଧ୍ୟରେ ଅନୁଗୋଳ ଜିଲ୍ଲା ସ୍ଥାନ ପାଇଥିବା ବେଳେ ଦୁଇଟି ବସଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ “ମୋ ପରିବହନ ସେବା”, ମୋବାଇଲ ଆପ୍, ଡ୍ରାଇଭରମାନଙ୍କ ତାଲିମ ନିମନ୍ତେ ଗଞ୍ଜାମ ଜିଲ୍ଲାର ପାଲୁର ଠାରେ ଅବସ୍ଥିତ ‘ସୁବାହକ ପ୍ରଶିକ୍ଷଣ କେନ୍ଦ୍ର’ର ଶୁଭ ଉଦଘାଟନ କରିଥିଲେ । ତେବେ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ବର୍ଷକୁ ୫୦ ହଜାର ଡ୍ରାଇଭରଙ୍କୁ ଯାତ୍ରୀମାନଙ୍କ ସୁରକ୍ଷା ଉପରେ ଉନ୍ନତମାନର ତାଲିମ ପ୍ରଦାନ କରାଯିବ । ଯୋଗାଯୋଗ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ବ୍ଲକରେ ନୂତନ ବସଷ୍ଟାଣ୍ଡ୍‌ର ସ୍ଥାପନ ଦ୍ବାରା ଓଡିଶାର ଜନସାଧାରଣ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, 5T ସଚିବ ଭିକେ ପାଣ୍ଡିଆନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀଗଣ, ପ୍ରତ୍ୟେକ ଜିଲ୍ଲାରୁ ଯୋଡି ହୋଇଥିବା ବିଧାୟକଗଣ ଏବଂ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ - କେନ୍ଦୁଝରରେ ଗଡିବ ମୋ ବସ, ୫ ସହରରେ ଇ-ବସ ସେବା

ଏହା ମଧ୍ୟ ପଢନ୍ତୁ - ବସଷ୍ଟାଣ୍ଡ ଉଦଘାଟନକୁ ପୂରିଲା ୨୩ ବର୍ଷ, କିନ୍ତୁ ଗଡ଼ିଲାନି ବସ

ଅନ୍ୟପଟେ ଏହି ଅବସରରେ ବିଧାୟକ ଆଠମଲ୍ଲିକ ରମେଶ ଚନ୍ଦ୍ର ସାଏ ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନୁଗୋଳ ଜିଲ୍ଲାର କିଶୋରନଗର ଠାରେ ୨.୫୪ ଏକର ପରିମିତ ସ୍ଥାନରେ ଓ ବଇଣ୍ଡା ଠାରେ ୩.୯୫ ଏକର ପରିମିତ ସ୍ଥାନରେ ନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡ୍‌ର ନାମ ଫଳକ ସ୍ଥାନୀୟ ଓସୱାନ ହଲ ଠାରେ ଉନ୍ମୋଚନ କରିଥିଲେ । ଏହି ଆଭାସି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ପରିବହନ ବିଭାଗର ଉତ୍ତର କେନ୍ଦ୍ରାଞ୍ଚଳ ଡେପୁଟି କମିଶନର ସମୀର କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.