ETV Bharat / state

Panchayat Polls: ପ୍ରଚାର ବେଳେ ସରପଞ୍ଚ ପ୍ରାର୍ଥୀ ନିଖୋଜ

author img

By

Published : Feb 9, 2022, 9:06 AM IST

Updated : Feb 9, 2022, 10:46 AM IST

ସରପଞ୍ଚ ପାର୍ଥୀ ନିଖୋଜ !
ସରପଞ୍ଚ ପାର୍ଥୀ ନିଖୋଜ !

ରାଜ୍ୟରେ ପାଖଉଛି ପଞ୍ଚାୟତ ପରୀକ୍ଷା । ଏନେଇ ସରଗରମ ହୋଇଛି ରାଜନୀତି । ଏଭଳି ସ୍ଥିତିରେ ଅନୁଗୋଳ ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ନିଖୋଜ ହୋଇଛନ୍ତି । ଅଧିକ ପଢନ୍ତୁ

ଅନୁଗୋଳ: ରାଜ୍ୟରେ ପାଖଉଛି ପଞ୍ଚାୟତ ପରୀକ୍ଷା । ଏନେଇ ସରଗରମ ହୋଇଛି ରାଜନୀତି । ଏଭଳି ସ୍ଥିତିରେ ଅନୁଗୋଳ ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ନିଖୋଜ ହୋଇଛନ୍ତି । ଏଯାଏଁ ସରପଞ୍ଚ ପାର୍ଥୀ ମନୋଜ ସେଠୀଙ୍କ ଖୋଜ ଖବର ମିଳି ପାରିନାହିଁ । ପରିବାର ଓ ସମର୍ଥକ ଛେଣ୍ଡିପଦା ଥାନାରେ ଅପହରଣ ଅଭିଯୋଗ ଆଣିଛନ୍ତି ।

ସରପଞ୍ଚ ପାର୍ଥୀ ନିଖୋଜ !
ସରପଞ୍ଚ ପାର୍ଥୀ ନିଖୋଜ !

ଗତକାଲି ସନ୍ଧ୍ୟାରୁ ମନୋଜ ନିଖୋଜ ଅଛନ୍ତି । ପ୍ରଚାର ପାଇଁ ଘରୁ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ଫେରି ନାହାନ୍ତି । ତାଙ୍କ ମୋବାଇଲ ଅଫ ରହିଛି । ପରିବାର ଲୋକ ଓ ଗ୍ରାମବାସୀ ମାନେ ବହୁ ଖୋଜାଖୋଜି କରିଛନ୍ତି ହେଲେ ତାଙ୍କର କୌଣସି ସନ୍ଧାନ ପାଇ ପାରିନାହାନ୍ତି । ତାଙ୍କ ସ୍ତ୍ରୀଙ୍କ କହିବା କଥା ଯେ ସରପଞ୍ଚ ପ୍ରାର୍ଥୀ ହେବା ଦିନ ଠାରୁ ତାଙ୍କୁ ଧମକ ମିଳୁଥିଲା । ଏଣୁ ତାଙ୍କୁ ଅପହରଣ କରାଯାଇଛି ବୋଲି କହିଛନ୍ତି ମନୋଜଙ୍କ ପତ୍ନୀ ।

ସରପଞ୍ଚ ପାର୍ଥୀ ନିଖୋଜ !
ସରପଞ୍ଚ ପାର୍ଥୀ ନିଖୋଜ !

ଗ୍ରାମବାସୀ ଓ ସମର୍ଥକମାନେ ଛେଣ୍ଡିପଦା ଥାନାରେ ଅପହରଣ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଛେଣ୍ଡିପଦା ପୋଲିସ ଘଟଣାର ତଦନ୍ତ କରୁଛି । ତାଙ୍କ ଫୋନ ଟ୍ରାକିଂ କରାଯାଇ ସେହି ଆଧାରରେ ପୋଲିସ ତାଙ୍କୁ ଖୋଜୁଥିବା ସୂଚନା ମିଳିଛି । ଖାଲି ଅନୁଗୋଳ ନିକଟରେ ଢେଙ୍କାନାଳ, ମାଲକାନଗିରିର ପ୍ରାର୍ଥୀ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଛି ।

ସରପଞ୍ଚ ପାର୍ଥୀ ନିଖୋଜ !

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Last Updated :Feb 9, 2022, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.