ETV Bharat / sports

ପାରାଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ପ୍ରମୋଦଙ୍କ ସହ କଥା ହେଲେ ନବୀନ, ଧର୍ମେନ୍ଦ୍ର

author img

By

Published : Sep 4, 2021, 10:08 PM IST

Paralympics: CM Naveen patnaik, Union education minister congratulate Odia suttler pramod bhagat
ପାରାଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ପ୍ରମୋଦଙ୍କ ସହ କଥା ହେଲେ ନବୀନ, ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରମୋଦଙ୍କ ସହ ସିଧାସଳଖ କଥାହେବା ସହ ଅଭିନନ୍ଦନ ଜଣାଇଛନ୍ତି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କଲ୍‌ ମାଧ୍ୟମରେ ପ୍ରମୋଦଙ୍କ ସହ କଥାହୋଇ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଛିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରମୋଦଙ୍କ ସହ ସିଧାସଳଖ କଥାହେବା ସହ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କଲ୍‌ ମାଧ୍ୟମରେ ପ୍ରମୋଦଙ୍କ ସହ କଥାହୋଇ ଶୁଭେଚ୍ଛା ଜଣାଇଛନ୍ତି ।

''ବିଶ୍ବ ଚମ୍ପିଆନ ଏବଂ ଦେଶର ସର୍ବୋତ୍ତମ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ପାଇଁ ଆଜି ଆମେ ସମସ୍ତେ ଗର୍ବିତ । ପାରାଲମ୍ପିକ୍ସରେ ତାଙ୍କର ସ୍ବର୍ଣ୍ଣିମ ପଦକ ବିଜୟ ପ୍ରଦର୍ଶନ ଯୁବ ସମାଜକୁ ପ୍ରେରଣା ଦେବ,'' କହିଛନ୍ତି ଧର୍ମେନ୍ଦ୍ର ।

  • ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଆମ ରାଜ୍ୟ ଓଡ଼ିଶା ଏବଂ ଦେଶକୁ ଗୌରବାନ୍ୱିତ କରିଥିବା @PramodBhagat83 ଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇଲି । pic.twitter.com/K4aj8m8v56

    — Dharmendra Pradhan (@dpradhanbjp) September 4, 2021 " class="align-text-top noRightClick twitterSection" data=" ">

ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରମୋଦଙ୍କ ହୋମଟାଉନ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।

ଫାଇନାଲରେ ବ୍ରିଟେନ ପ୍ରତିଦ୍ବନ୍ଦ୍ବୀ ଡାନ୍‌ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ପ୍ରମୋଦ ତାଙ୍କ ବ୍ରିଟେନ ପ୍ରତିଦ୍ବନ୍ଦ୍ବୀଙ୍କୁ ୨୧-୧୪, ୨୧-୧୭ ସେଟ୍‌ରେ ହରାଇଥିଲେ। ସିଧାସଳଖ ୨ଟି ସେଟ୍‌ରେ ଜବରଦସ୍ତ ପ୍ରଦର୍ଶନ ସହ ବିଜୟୀ ହୋଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.