ETV Bharat / sports

ୱିମ୍ବଲଡନ: ଅଙ୍କିତା-ରାମନାଥନଙ୍କୁ ହରାଇ 2ୟ ରାଉଣ୍ଡରେ ସାନିଆ-ବୋପାନ୍ନା ଯୋଡି

author img

By

Published : Jul 2, 2021, 8:49 PM IST

Wimbledon: Sania Mirza and Bopanna defeat Ankita Raina, Ramanathan to enter 2nd round
ୱିମ୍ବଲଡନ: ଅଙ୍କିତା-ରାମନାଥନଙ୍କୁ ହରାଇ 2ୟ ରାଉଣ୍ଡରେ ସାନିଆ-ବୋପାନ୍ନା ଯୋଡି

ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମୀର୍ଜା ଓ ପାର୍ଟନର ରୋହନ ବୋପାନ୍ନା ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଅଧିକ ପଢନ୍ତୁ...

ଲଣ୍ଡନ: ଚଳିତ ୱିମ୍ବଲଡନ ଚମ୍ପିଆନସିପରେ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ ଦୁଇ ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମୀର୍ଜା ଓ ଅଙ୍କିତା ରାଇନା । ସାନିଆ ଓ ମିକ୍ସଡ ଡବଲ୍ସ ପାର୍ଟନର ରୋହନ ବୋପାନ୍ନା ପ୍ରଥମ ରାଉଣ୍ଡରେ ଅଙ୍କିତା ଓ ରାମକୁମାର ରାମନାଥନଙ୍କୁ ହରାଇଛନ୍ତି ।

6-2, 7-6 ଦୁଇଟି ସିଧାସଳଖ ସେଟ୍‌ରେ ସାନିଆ ଓ ବୋପାନ୍ନା, ଅଙ୍କିତା-ରାମନାଥନ ଯୋଡିଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ସେଟ୍‌ରେ ପରାଜୟ ପରେ ଅଙ୍କିତା-ରାମନାଥନ ଯୋଡି ଦ୍ବିତୀୟ ସେଟ୍‌ରେ କମବ୍ୟାକ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଆକ୍ରମଣାତ୍ମକ ରଣନୀତ ସହ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ବିଜୟୀ ହୋଇଥିଲା ସାନିଆ ଓ ବୋପାନ୍ନା ।

ଦୁଇ ଭାରତୀୟ ଯୋଡିଙ୍କ ମଧ୍ୟରେ ହୋଇଥିବା ଏହି ମୁକାବିଲା ଏକଘଣ୍ଟା 9 ମିନିଟ ଧରି ଚାଲିଥିଲା। ଏଥିରେ ସାନିଆ ଓ ତାଙ୍କ ପାର୍ଟନର 69 ପଏଣ୍ଟ ହାସଲ କରିଥିଲେ ଯାହାକି ପ୍ରତିନ୍ଦ୍ବନ୍ଦ୍ବୀଙ୍କ ଠାରୁ 11 ଅଧିକ ।

ଗୁରୁବାର ସାନିଆ ମୀର୍ଜା ଓ ତାଙ୍କର ଡବଲ୍ସ ପାର୍ଟନର ବେଥାନି ମାଟେକ-ସାଣ୍ଡସ ୱିମ୍ବଲଡନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.