ETV Bharat / sports

Tokyo Olympics: ବ୍ରୋଞ୍ଜ ପଦକ ମ୍ୟାଚ ହାରିଲେ ଜୋକଭିକ

author img

By

Published : Jul 31, 2021, 4:44 PM IST

Tokyo Olympics: Djokovic loses bronze medal match to Pablo Busta
Tokyo Olympics: ବ୍ରୋଞ୍ଜ ପଦକ ମ୍ୟାଚ ହାରିଲେ ଜୋକଭିକ

ସ୍ପେନର ପାବଲୋ କାରେନୋ ୬-୪, ୬-୭, ୬-୩ ସେଟ୍‌ରେ ଜୋକଭିକଙ୍କୁ ହରାଇ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି । ଅଧିକ ପଢନ୍ତୁ...

ଟୋକିଓ: ବିଶ୍ବ ନମ୍ବର ୧ ନୋଭାକ ଜୋକଭିକ ଟୋକିଓ ଅଲମ୍ପିକ ଟେନିସ ପ୍ରତିଯୋଗିତାର ବ୍ରୋଞ୍ଜ ପଦକ ମ୍ୟାଚରେ ପରାସ୍ତ । ସ୍ପେନର ପାବଲୋ କାରେନୋ ବୁଷ୍ଟାଙ୍କୁ ଠାରୁ ଜୋକଭିକଙ୍କୁ ପରାଜୟ ମିଳିଛି ।

କାରେନୋ ୬-୪, ୬-୭, ୬-୩ ସେଟ୍‌ରେ ଜୋକଭିକଙ୍କୁ ହରାଇ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି । ୩ ସେଟ୍‌ ବିଶିଷ୍ଟ ଏହି ବ୍ରୋଞ୍ଜ ପଦ ମ୍ୟାଚ ଦୁଇ ଘଣ୍ଟା ୪୭ ମିନିଟ ଧରି ଖେଳାଯାଇଥିଲା ।

ପ୍ରଥମ ସେଟ୍‌ରେ ଦମଦାର ପ୍ରଦର୍ଶନ ସହ ଜୋକଭିକଙ୍କୁ ମାତ ଦେଇଥିଲେ କାରେନୋ । ସର୍ବିୟାନ ଟେନିସ ସୁପରଷ୍ଟାରଙ୍କ ପାଖରେ କୌଣସି ଜବାବ ନଥିଲା । ପ୍ରଥମ ସେଟ୍‌ରେ ପରାସ୍ତ ହେବାପରେ ବିଶ୍ବ ମାନ୍ୟତାର ନମ୍ବର ୧ ଖେଳାଳି ପରବର୍ତ୍ତୀ ଦୁଇଟି ସେଟ୍‌ ଜିତିବାକୁ ଚାପରେ ଆସିଯାଇଥିଲେ ।

ଦ୍ବିତୀୟ ସେଟ୍‌ରେ କମବ୍ୟାକ କରିଥିଲେ ଓ ୭-୬ରେ ବିଜୟୀ ହୋଇଥିଲେ । ଫଳରେ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ମ୍ୟାଚ ଯାଇଥିଲା । ମାତ୍ର ନିର୍ଣ୍ଣାୟକ ସେଟ୍‌ରେ ପ୍ରଦର୍ଶନ ଦୋହରାଇବାରେ ବିଫଳ ହୋଇଥିଲେ ଜୋକଭିକ ଓ ପରାସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.