ETV Bharat / sports

T-20WC, ଆଜି ସମ୍ମାନ ପାଇଁ ନାମ୍ବିଆ ସହ ଖେଳିବ ଭାରତ

author img

By

Published : Nov 8, 2021, 7:53 AM IST

Updated : Nov 8, 2021, 2:54 PM IST

ଆଜି ସମ୍ମାନ ପାଇଁ ନାମ୍ବିଆ ସହ ଖେଳିବ ଭାରତ
ଆଜି ସମ୍ମାନ ପାଇଁ ନାମ୍ବିଆ ସହ ଖେଳିବ ଭାରତ

ଆଜି(ସୋମବାର) ସୁପର-୧୨ ରାଉଣ୍ଡରେ ଭାରତ ଓ ନାମ୍ବିଆ ମଧ୍ୟରେ ଏକ ମ୍ୟାଚ ଖେଳାଯିବ । ଏହି ମ୍ୟାଚର ଫଳାଫଳ କିଛି ପ୍ରଭାବ ପକାଇବ ନାହିଁ । ଭାରତ ଜିତିଲେ ମଧ୍ୟ କିଛି ଲାଭ ନାହିଁ । କେବଳ ସମ୍ମାନ ବଞ୍ଚାଇବାକୁ ଅନ୍ତିମ ମ୍ୟାଚ ଖେଳିବ ଭାରତ । ଅଧିକ ପଢନ୍ତୁ...

ଦୁବାଇ: ଚଳିତ ଟି-ଟେଣ୍ଟି ବିଶ୍ବକପ ସେମି ଦୌଡରୁ ବାଦ ପଡିଛି ଭାରତ । ବିଶ୍ବକପ ଜିତିବା ସ୍ବପ୍ନ ଭାଙ୍ଗି ଚୁରମାର ହୋଇଛି । କୋଟି କୋଟି କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି । ଆଜି(ସୋମବାର) ସୁପର-୧୨ ରାଉଣ୍ଡରେ ଭାରତ ଓ ନାମ୍ବିଆ ମଧ୍ୟରେ ଏକ ମ୍ୟାଚ ଖେଳାଯିବ । ଏହି ମ୍ୟାଚର ଫଳାଫଳ କିଛି ପ୍ରଭାବ ପକାଇବ ନାହିଁ । ଭାରତ ଜିତିଲେ ମଧ୍ୟ କିଛି ଲାଭ ନାହିଁ । କେବଳ ସମ୍ମାନ ବଞ୍ଚାଇବାକୁ ଅନ୍ତିମ ମ୍ୟାଚ ଖେଳିବ ଭାରତ ।

ଭାରତ ଶେଷ ଥର ପାଇଁ ୨୦୧୨ରେ ଟି-ଟେଣ୍ଟି ବିଶ୍ବକପ ସେମିଫାଇନାଲ ମ୍ୟାଚ ଖେଳି ନଥିଲା । ୨୦୧୫ ଓ ୨୦୧୯ରେ ଦିନିକିଆ ବିଶ୍ବକପରେ ଭାରତ ସେମିରେ ପ୍ରବେଶ କରିଥିଲା । ୨୦୧୪ରେ ଟି-ଟେଣ୍ଟି ବିଶ୍ବକପରେ ରନର୍ସ ଅପ ହୋଇଥିଲା ଓ ୨୦୧୬ରେ ସେମିଫାଇନାଲ ଖେଳିଥିଲା । ହେଲେ ଏଥର ସେତକ ବି ହେଲାନାହିଁ । ଲଗାତାର ତିନୋଟି ମ୍ୟାଚ ହାରିବା ପରେ ଦଳର ସତ୍ତା ହରାଇଥିଲା । ଯେଉଁ ଦୁଇଟି ମ୍ୟାଚ ଜିତି ସେମି ଆଶା ରହିଥିଲା ସେତକ ବି ଅଧାରେ ରହିଲା । ଗତକାଲି ଆଫଗାନିସ୍ତାନ ହାରିବା ପରେ ଭାରତର ସେମି ଆଶା ମଉଳିଯାଇଛି ।

ସେପଟେ ନାମ୍ବିଆ ପ୍ରଥମ କରି ବିଶ୍ବକପରେ ଖେଳିଛି । ଶୃଙ୍ଖଳିତ ପ୍ରଦର୍ଶନ କରି ସଫଳତା ମଧ୍ୟ ପାଇଛି । ଆଜିର ମ୍ୟାଚରେ ଭାରତ ବିପକ୍ଷରେ ଖେଳି ଅଭିଜ୍ଞତା ଅର୍ଜନ କରିବା ଲକ୍ଷ୍ୟରେ ରହିଛି ନାମ୍ବିଆ । ଏହି ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କିଛି ଆବଶ୍ୟକ ନାହିଁ । ସମ୍ମାନ ପାଇଁ ସବୁ ଦୁଃଖକୁ ଭୁଲି ଆଜି ଏକ ବିଶାଳ ସ୍କୋର କରିବାକୁ ପ୍ରୟାସ କରିବ ଟିମ ଇଣ୍ଡିଆ । ନାମ୍ବିଆ ପେସ ବୋଲିରଙ୍କ ସୁଇଂ ବୋଲିଂ ଭାରତୀୟଙ୍କ ପାଇଁ ପରୀକ୍ଷା ହେବ । ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କର ଏହା ଅନ୍ତିମ ମ୍ୟାଚ ହୋଇଥିବାରୁ ଶାସ୍ତ୍ରୀଙ୍କ ଲାଗି ଏହି ମ୍ୟାଚ ଜିତି ତାଙ୍କୁ ବିଦାୟ ଭେଟି ଦେବାକୁ ଭାରତ ଲକ୍ଷ୍ୟ ରଖିଥିବ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated :Nov 8, 2021, 2:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.