ETV Bharat / sports

T-20 WC; ଆଜି ବାଂଲାଦେଶ ବନାମ ଅଷ୍ଟ୍ରେଲିଆ ମୁକାବିଲା

author img

By

Published : Nov 4, 2021, 7:40 AM IST

ଆଜି ବାଂଲାଦେଶ ବନାମ ଆଷ୍ଟ୍ରେଲିଆ ମୁକାବିଲା
ଆଜି ବାଂଲାଦେଶ ବନାମ ଆଷ୍ଟ୍ରେଲିଆ ମୁକାବିଲା

ଚଳିତ ଟି-ଟେଣ୍ଟି ବିଶ୍ବକପର ସୁପର-୧୨(ଗ୍ରୁପ-1) ରାଉଣ୍ଡରେ ଆଜି(ଗୁରୁବାର)ଅଷ୍ଟ୍ରେଲିଆ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ଅଧିକ ପଢନ୍ତୁ...

ଆବୁଧାବି: ଚାଲିଥିବା ଟି-ଟେଣ୍ଟି ବିଶ୍ବକପର ସୁପର-୧୨(ଗ୍ରୁପ-1) ରାଉଣ୍ଡରେ ଆଜି(ଗୁରୁବାର)ଅଷ୍ଟ୍ରେଲିଆ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ୩ଟି ମ୍ୟାଚରୁ ଅଷ୍ଟ୍ରେଲିଆ ୨ଟିରେ ବିଜୟ ହାସଲ କରିବା ସହିତ ୪ ପଏଣ୍ଟ ହାସଲ କରିଛି । ଅନ୍ୟପକ୍ଷେ ବାଂଲାଦେଶ ବିପର୍ଯ୍ୟୟ ଘଟାଇବା ସହ ସମ୍ମାନର ସହ ସ୍ବଦେଶ ଫେରିବାକୁ ଚାହିଁବ ।

ଇଂଲଣ୍ଡଠାରୁ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ ମନୋବଳ ହରାଇଛି । ଆଜି ମନୋବଳକୁ ଦୃଢ କରି ବାଂଲାଦେଶକୁ ହରାଇବାକୁ ପରିଶ୍ରମ କରିବାକୁ ପଡିବ । ବାଂଲାଦେଶର ଷ୍ଟାର ଖେଳାଳି ସାକିବ ଆହତ ହୋଇ ବାଦ ପଡିଛନ୍ତି । ତାଙ୍କ ଅନୁପସ୍ଥିତିରେ ଦଳ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ବାଂଲାଦେଶକୁ ମ୍ୟାଚ ଜିତିବାକୁ ହେଲେ ସମସ୍ତ ବଳ ଖଟାଇବାକୁ ପଡିବ ।

ଅଷ୍ଟ୍ରେଲିଆର ବୋଲିଂ ବିଭାଗ ପୂର୍ବଭଳି ଶକ୍ତିଶାଳୀ ରହିଛି । ବ୍ୟାଟ୍ସମ୍ୟାନମାନେ ଫର୍ମରେ ନଥିବାରୁ ବିଫଳ ପ୍ରଦର୍ଶନ ଦେଖିବାକୁ ମିଳିପାରେ । ଡେଭିଡ ୱାର୍ଣ୍ଣର ଓ ଆରୋନ ଫିଞ୍ଚଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାକୁ ପଡିବ । ଦୁଇ ଓପନର ପ୍ରଦର୍ଶନ ଭଲ ରହିଲେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିବ। ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଆଇପିଏଲର ସଫଳତାକୁ ଟି-୨୦ରେ ଦୋହରାଇବାକୁ ଚେଷ୍ଟା କରିବେ ।

ଅଷ୍ଟ୍ରେଲିଆ ସାମ୍ଭାବ୍ୟ ଏକାଦଶ; ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ(ଅଧିନାୟକ), ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ,ମାର୍କସ ଷ୍ଟଇନିସ, ମାଥ୍ୟୁ ୱେଡ, ପାଟ କମିନ୍ସ, ମିଚେଲ ଷ୍ଟିର୍କ, ଆଡାମ ଜାମ୍ପା, ଜୋସ ହାଜେଲଉଡ ।

ବାଂଲାଦେଶ ସାମ୍ଭାବ୍ୟ ଏକାଦଶ; ମହମ୍ମଦ ୱାର୍ଣ୍ଣର, ଲିଟନ ଦାସ. ସୌମ୍ୟ ସରକାର, ମୁସଫିକର ରହିମ, ମହମୁଦୁଲ୍ଲା, ଅଫିଫ ହୋସେନ, ଶମିମ ହୋସେନ, ମେହଦି ହାସାନ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ଶରିଫୁଲ ଇସଲାମ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.