ETV Bharat / sports

T20 World Cup: ନଜିବଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୧୨୪ରେ ଅଟକିଲା ଆଫଗାନିସ୍ତାନ

author img

By

Published : Nov 7, 2021, 5:27 PM IST

T20 World Cup: najib's fifty help Afghanistan to set a target of 125 runs against New Zealand
T20 World Cup: ନଜିବଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୧୨୪ରେ ଅଟକିଲା ଆଫଗାନିସ୍ତାନ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୪ ରନ୍‌ ସଂଗ୍ରହ କରିଛି । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

ଆବୁଧାବି: ଚଳିତ ଟି-୨୦ ବିଶ୍ବକପରେ ସୁପର ୧୨ ମୁକାବିଲା ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୪ ରନ୍‌ ସଂଗ୍ରହ କରିଛି । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଆଫଗାନିସ୍ତାନ ପକ୍ଷରୁ ନଜିବୁଲ୍ଲା ଜର୍ଡାନ ୪୮ ବଲ୍‌ରୁ ୭୩ ରନ୍‌ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । କ୍ୟାପଟେନ ମହମ୍ମଦ ନବି ୧୪ ଓ ଗୁଲବାଦିନ ନେଇବ ୧୫ ରନ୍‌ର ଇଂନିସ ଖେଳିଛନ୍ତି ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ଟି ଓ ଟିମ ସାଉଦି ୨ଟି ୱିକେଟ ହାତେଇଛନ୍ତି । ଆଡାମ ମିଲନେ, ଜେମ୍ସ ନିଶାମ ଓ ଇସ ସୋଢିଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.