ETV Bharat / sports

T-20 WC, ନାମ୍ବିଆକୁ ହରାଇ ସେମିରେ ପାକିସ୍ତାନ

author img

By

Published : Nov 3, 2021, 7:14 AM IST

ନାମ୍ବିଆକୁ ହରାଇ ସେମିରେ ପାକିସ୍ତାନ
ନାମ୍ବିଆକୁ ହରାଇ ସେମିରେ ପାକିସ୍ତାନ

ଗୋଟିଏ ପରେ ଗୋଟିଏ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଜିତିବାରେ ଲାଗିଛି ବାବର ବାହିନୀ । ଟି-ଟେଣ୍ଟି ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ନାମ୍ବିଆକୁ ୪୫ ରନରେ ହରାଇଛି । ଦ୍ବିତୀୟ ଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି । ଅଧିକ ପଢନ୍ତୁ...

ଆବୁଧାବି: ଜିତିବା ନିଶାରେ ପାକିସ୍ତାନ । ଗୋଟିଏ ପରେ ଗୋଟିଏ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଜିତିବାରେ ଲାଗିଛି ବାବର ବାହିନୀ । ଟି-ଟେଣ୍ଟି ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ନାମ୍ବିଆକୁ ୪୫ ରନରେ ହରାଇଛି ପାକିସ୍ତାନ । ଦ୍ବିତୀୟ ଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି । ମହମ୍ମହ ରିଜୱାନୀ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଦୁଇ ଓପନର ବାବର ଆଜନ ଓ ମହମ୍ମଦ ରିଜୱାନୀ ଆକ୍ରମଣାତ୍ମକ ସଟ ଖେଳିଥିଲେ । ପ୍ରଥମ ୱିକେଟ ବେଳକୁ ଦଳ ୧୧୩ରନ କରିଥିଲା । ୧୫ ତମ ଓଭରରେ ବାବର ଡେଭିଡ ୱିସଙ୍କ ଶିକାର ହୋଇଥିଲେ । ବାବର ୪୯ ବଲରେ ୭୦ ରନ କରିଥିଲେ । ପରେ ପଖାର ମାତ୍ର ୫ରନ କରି ଆଉଟ ହୋଇଥିଲେ । ରିଜୱାନୀଙ୍କୁ ଆଉଟ କରିବାରେ ଅସମର୍ଥ ଥିଲା ନାମ୍ବିଆ । ରିଜୱାନୀ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋର ୧୮୯ରେ ପହଞ୍ଚାଇଥିଲେ । ୫୦ଟି ବଲରେ ୭୯ ରନ କରିଥିଲେ ରିଜୱାନୀ । ନାମ୍ବିଆକୁ ୧୯୦ର ଟାର୍ଗେଟ ଦେଇଥିଲା ବାବର ବାହିନୀ ।

୧୯୦ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନାମ୍ବିଆ । ଜବାବରେ ନାମ୍ବିଆ ୮ ରନରେ ପ୍ରଥମ ୱିକେଟ ଭାବରେ ମାଇକଲେ ଭାନ ଲିଙ୍ଗେନଙ୍କୁ ହରାଇଥିଲା । ଏହାପରେ କ୍ରେଗ ୱିଲିୟମ୍ସ ଅପରାଜିତ ଓପନର ଷ୍ଟିଫେନ ବାର୍ଡଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଦଳୀୟ ସ୍କୋର ୫୫ ବେଳେ ଦ୍ବିତୀୟ ୱିକେଟ ପତନ ହୋଇଥିଲା । ଏହାପରେ ଦଳ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ଡେଭିଡ ୱିସ ଓ ଜାନ ନିକୋଲ ଇଟନ ଶେଷ ପର୍ଯ୍ୟନ୍ତ ଲଢିଥିଲେ । ହେଲେ ଦଳକୁ ବିଜୟୀ କରି ପାରିନଥିଲେ । ନାମ୍ବିଆ ୫ ୱିକେଟ ହରାଇ ୧୪୪ ରନ କରିବାରେ ସକ୍ଷମ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.