ETV Bharat / sports

IND VS AUS Hockey Series: 2-3 ଗୋଲରେ ହାରିଲା ଭାରତ

author img

By

Published : May 26, 2023, 9:00 AM IST

ଅଷ୍ଟ୍ରେଲିଆ ଗସ୍ତରେ ଥିବା ମହିଳା ଭାରତୀୟ ହକି ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ଏ' ବିପକ୍ଷରେ ପରାସ୍ତ ହୋଇଛି । ଅଧିକ ପଢନ୍ତୁ

INDVSAUS Hockey Series
ମହିଳା ହକି

ନୂଆଦିଲ୍ଲୀ: ମହିଳା ଭାରତୀୟ ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ସିନିୟର ମହିଳା ଦଳ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ 3-2 ଗୋଲରେ ବାଜି ମାରି ନେଇଛି ।

ଅଷ୍ଟ୍ରେଲିଆ-ଏ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମ କ୍ବାର୍ଟରରେ କେହି କାହାକୁ ଗୋଲ କରିବାକୁ ସୁଯୋଗ ଦେଇନଥିଲେ । ଦ୍ବିତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ-ଏ ଦଳ 2ମିନିଟରେ 2ଟି ଗୋଲ ଦେଇ ଆଗୁଆ ରହିଥିଲା । ଦ୍ବିତୀୟ କ୍ବାର୍ଟରରେ 18ତମ ମିନିଟରେ ଆଲିସି ଆର୍ନଟ ଓ 20ତମ ମିନିୟରେ ରୁବି ହାରିସ ଏହି ଦୁଇଟି ଗୋଲ ସ୍କୋର କରିଥିଲେ । ତୃତୀୟ କ୍ବାର୍ଟରର 35ତମ ମିନିଟରେ ରୁବି ଆଉ ଏକ ଗୋଲ କରିଥିଲା । ଫଳରେ ଦଳ 3-0ରେ ଆଗୁଆ ରହିଥିଲା ।

40ତମ ମିନିଟରେ ସାଲିମା ଟେଟେ ଭାରତ ପାଇଁ ଗୋଲ କରି ଖାତା ଖୋଲିଥିଲେ । ଅନ୍ତିମ କ୍ବାର୍ଟରରେ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଭାରତ ଆଉ ଗୋଟିଏ ଗୋଲ ସ୍କୋର ପରିଶୋଧ କରିବାରେ ସଫଳ ହୋଇଥିଲେ । 54ତମ ମିନିଟରେ ଭାରତ ପାଇଁ ଦ୍ବିତୀୟ ଗୋଲ ସଙ୍ଗୀତା କୁମାରୀ କରିଥିଲେ । ଶେଷ 6 ମିନିଟରେ ଭାରତ ମ୍ୟାଚଟିକୁ ଡ୍ର କରିବାକୁ ଜୋରଦାର ପ୍ରୟାସ କରିଥିଲା । ମାତ୍ର ନିରାଶ ହୋଇଥିଲା । ଫଳରେ ଅଷ୍ଟ୍ରେଲିଆ-ଏ ମ୍ୟାଚଟିକୁ 3-2 ଗୋଲରେ କବଜା କରି ନେଇଥିଲା । ଭାରତ ଓ ଅଷ୍ଟ୍ରେଲିଆ-ଏ ଦଳ ମଧ୍ୟରେ ଶେଷ ଲିଗ ମ୍ୟାଚ ଆସନ୍ତାକାଲି (ଶନିବାର) ରହିଛି । ତେବେ ଏହି ମ୍ୟାଚରେ ଅଧିନାୟିକା ସବିତା ପୁନିଆଙ୍କ ରଣନୀତିି କାମ ଦେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

ଏହା ବି ପଢନ୍ତୁ...INDVSAUS Hockey Series: ତୃତୀୟ ମ୍ୟାଚ 1-1ରେ ବରାବର, 2-0ରେ ଅଷ୍ଟ୍ରେଲିଆର ସିରିଜ ସିଲ

ଏହା ବି ପଢନ୍ତୁ...Junior Asia Cup: ଭାରତର ବିଜୟଧାରା ଜାରି, 3-1ରେ ହାରିଲା ଜାପାନ

ପ୍ରକାଶଥାଉ କି, ମେ 18 ତାରିଖରୁ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ହକି ସିରିଜ ଆରମ୍ଭ ହୋଇଛି । ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ 3ଟି ମ୍ୟାଚ ଖେଳିଥିଲା ଭାରତ । ପ୍ରଥମ ଓ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଯଥାକ୍ରମେ 2-4 ଓ 2-3 ଗୋଲରେ ବିଜୟ ହାସଲ କରିଥିଲା । ତୃତୀୟ ମ୍ୟାଚ 1-1ରେ ବରାବର ଥିଲା ମାତ୍ର ପ୍ରଥମ ଦୁଇ ମ୍ୟାଚ ଜିତି 3 ମ୍ୟାଚ ବିଶିଷ୍ଟ ସିରିଜକୁ 2-0ରେ ଜିତିଥିଲା ଅଷ୍ଟ୍ରେଲିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.