INDVSAUS Hockey Series: ତୃତୀୟ ମ୍ୟାଚ 1-1ରେ ବରାବର, 2-0ରେ ଅଷ୍ଟ୍ରେଲିଆର ସିରିଜ ସିଲ

author img

By

Published : May 22, 2023, 2:20 PM IST

women Hockey Series

ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ 1-1ରେ ଡ୍ର' ରହିଛି । ପ୍ରଥମ ଦୁଇ ମ୍ୟାଚ୍‌ରେ ବାଜି ମାରି ନେଇଥିଲା ଆୟୋଜକ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମହିଳା ହକି ସିରିଜ ତୃତୀୟ ମ୍ୟାଚ ଡ୍ର ହୋଇଛି । 1-1 ଗୋଲରେ ମ୍ୟାଚ ଡ୍ର ରହିଛି । ଘରୋଇ ଅଷ୍ଟ୍ରେଲିଆ 2-0ରେ ସିରିଜରେ ବିଜୟ ହାସଲ କରିଛି । ତୃତୀୟ ମ୍ୟାଚରେ ଭାରତୀୟ ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କା ତୃତୀୟ କ୍ବାର୍ଟରରେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିବାରୁ ମ୍ୟାଚକୁ ଡ୍ର ରଖିବାରେ ସଫଳ ହୋଇଥିଲା ଭାରତୀୟ ମହିଳା ହକି ଦଳ । ପ୍ରଥମ ଦୁଇ ମ୍ୟାଚ ଜିତି 3 ମ୍ୟାଚ ବିଶିଷ୍ଟ ସିିରିଜକୁ 2-0ରେ ହାତେଇଛି ଅଷ୍ଟ୍ରେଲିଆ ।

ଏହା ବି ପଢନ୍ତୁ...ମୁଁ ପଲିଗ୍ରାଫ ଟେଷ୍ଟ ପାଇଁ ପ୍ରସ୍ତୁତ, ଯଦି ଭିନେଶ ଓ ବଜରଙ୍ଗଙ୍କ ହେବ: ବ୍ରିଜଭୂଷଣ

ମ୍ୟାଚ ଆରମ୍ଭକୁ ଆଟାକିଂ ମୁଡ୍‌ରେ ଖେଳିଥିଲେ ଦୁଇଦଳ । ସିରିଜ କ୍ଲିନ୍‌ ସୁଇପ ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆ ସ୍ବପ୍ନ ଧୂଳିସାତ କରିଥିଲା ଭାରତ । ତୃତୀୟ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିଲା ମହିଳା ହକି ଦଳ । କେହି କାହକୁ ଗୋଲ କରିବାକୁ ସୁଯୋଗ ଦେଉ ନଥିଲେ । ପ୍ରଥମାର୍ଦ୍ଦରେ ଗୋଲ ହୋଇନଥିଲା । ଦ୍ବିତୀୟ କ୍ବାର୍ଟରର 25ତମ ମିନିଟରେ ଘରୋଇ ଦଳର ମାଡିସନ ବ୍ରୁକ୍ସ ଗୋଲ କରିଥିଲେ । ଫଳରେ ଅଷ୍ଟ୍ରେଲିଆ 1-0ରେ ଆଗୁଆ ଥିଲା । ତୃତୀୟ କ୍ବାର୍ଟରରେ ଭାରତ ଲଢୁଆ ପ୍ରତ୍ୟାବର୍ତ୍ତନ କରିଥିଲା । 42ତମ ମିନିଟରେ ଓଡିଶା ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କା ଗୋଲ୍‌ କରିଥିଲେ । ଦୀପଗ୍ରେସଙ୍କ ଗୋଲ୍‌ ବଳରେ ମ୍ୟାଚ୍‌କୁ ଡ୍ର' ରଖିବାରେ ସଫଳ ହୋଇଥିଲା ଭାରତ । ଦୀପଗ୍ରେସ ଏକ୍କା ତୃତୀୟ କ୍ବାର୍ଟରରେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ ।

ତୃତୀୟ ମ୍ୟାଚ ଖେଳିବା ସହିତ ଭାରତୀୟ ଦଳର ଅଧିନାୟିକା ସବିତା ପୁନିଆ 250ତମ ମ୍ୟାଚ ପୂରଣ କରିଛନ୍ତି । ସେହିପରି ନିକି ପ୍ରଧାନ 150ତମ ଅନ୍ତର୍ଜାତୀୟ ମ୍ୟାଚ କ୍ଲବରେ ସାମିଲ ହୋଇଛନ୍ତି । ବିଶ୍ବ ମାନ୍ୟତାରେ ଭାରତୀୟ ମହିଳା ହକି ଦଳ ବର୍ତ୍ତମାନ ଅଷ୍ଟମ ସ୍ଥାନରେ ରହିଛି । ଏହି ସିରିଜ ପରେ ଭାରତ ଅଷ୍ଟ୍ରେଲିଆ -ଏ ବିପକ୍ଷରେ 3ଟି ଅଭ୍ୟାସ ମ୍ୟାଚ ଖେଳିବ । ଆଗକୁ ଆୟୋଜିତ ହେବାକୁ ଥିବା ହାଙ୍ଗଝୁ ଏସିଆନ ଗେମ୍ସ ନେଇ ପ୍ରଶିକ୍ଷଣ ଓ ଅଭ୍ୟାସ ପାଇଁ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ଗସ୍ତ କରିଛି ।

ଏହା ବି ପଢନ୍ତୁ...INDVSAUS Hockey Series: 2-4 ଗୋଲରେ ପ୍ରଥମ ମ୍ୟାଚ ହାରିଲା ଭାରତ

ପ୍ରକାଶଥାଉ କି, ମେ' 18 ତାରିଖରୁ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ହକି ସିରିଜ ଆରମ୍ଭ ହୋଇଛି । ଭାରତ ପ୍ରଥମ ଓ ଦ୍ବିତୀୟ ମ୍ୟାଚ ପରାସ୍ତରେ ପରାସ୍ତ ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ 2-4 ଗୋଲ୍‌ରେ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ 2-3 ଗୋଲ୍‌ରେ ପରାସ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.