ETV Bharat / sports

ଅଲମ୍ପିକ୍‌ ଚମ୍ପିଆନ ନୀରଜଙ୍କୁ ଭେଟିବାକୁ ପିତା ଉତ୍ସୁକ

author img

By

Published : Aug 9, 2021, 5:33 PM IST

We are just excited to meet him as soon as possible: Neeraj Chopra's father
ଅଲମ୍ପିକ୍‌ ଚମ୍ପିଆନ ନୀରଜଙ୍କୁ ଭେଟିବାକୁ ପିତା ଉତ୍ସୁକ

ଅଲମ୍ପିକ୍‌ ଚମ୍ପିଆନ ନୀରଜ ଚୋପ୍ରାଙ୍କ ପରିବାର ତାଙ୍କୁ ସ୍ବାଗତ କରିବାକୁ ଦିଲ୍ଲୀରେ ଅପେକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ପାନିପତ: ଅଲମ୍ପିକ୍‌ ଚମ୍ପିଆନ ନୀରଜ ଚୋପ୍ରାଙ୍କ ପରିବାର ତାଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଛନ୍ତି । ନୀରଜଙ୍କ ପିତା କହିଛନ୍ତି, "ଯେତେ ଶୀଘ୍ର ସମ୍ଭବ ଆମେ ତାଙ୍କୁ ଦେଖିବାକୁ ଉତ୍ସୁକ । ମୁଁ ଅଭିନନ୍ଦନ ଜଣାଉଛି । ଯାହା କରି ଦେଖାଇବାକୁ କଥା ଦେଇଥିଲା, ତାହା ସତ କରିଛି ।"

ରବିବାର ହରିୟାଣା ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ହରିୟାଣା ସରକାର ପୂର୍ବରୁ 6 କୋଟି ଟଙ୍କା ପୁରସ୍କାର ରାଶି ଓ କ୍ଳାସ୍‌ 1 ସରକାରୀ ଚାକିରି ମଧ୍ୟ ଘୋଷଣା କରିଛନ୍ତି ।

ନୀରଜ ଶନିବାର 87.58 ମିଟର ଦୂରକୁ ଜାଭେଲିନ ଫିଙ୍ଗି ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ । ପୂର୍ବରୁ ଅଭିନବ ବିନ୍ଦ୍ରା ବ୍ୟକ୍ତିଗତ ବର୍ଗରେ ଭାରତକୁ ସ୍ବର୍ଣ୍ଣ ପଦକ ଦେଇଥିଲେ । ଫଳରେ ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ନୀରଜ ବ୍ୟକ୍ତିଗତ ବର୍ଗରେ ଦେଶ ପାଇଁ ଅଲମ୍ପିକ ପଦକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.