ETV Bharat / sports

kuortane Games: କୋର୍ଟେନ ଗେମ୍ସରେ ସ୍ବର୍ଣ୍ଣ ଜିତିଲେ ନୀରଜ

author img

By

Published : Jun 19, 2022, 10:09 AM IST

ସ୍ବର୍ଣ୍ଣ ଜିତିଲେ ନୀରଜ
ସ୍ବର୍ଣ୍ଣ ଜିତିଲେ ନୀରଜ

ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜିତିଛନ୍ତି ନୀରଜ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଗ୍ରୋ ଇଭେଣ୍ଟ ଜିତି ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ । 4 ଦିନ ଭିତରେ ସେ ବିଶ୍ବ ଚମ୍ପିଅନ ଗ୍ରେନେଡାର ଆଣ୍ଡରସନ ପିଟର୍ସଙ୍କୁ ଦ୍ବିତୀୟ ଥର ପାଇଁ ପରାସ୍ତ କରିଛନ୍ତି । 86.69ମିଟର ଜାଭେଲିନ ଫିଙ୍ଗି ଏହି ଇଭେଣ୍ଟ ଜିତିଛନ୍ତି 24 ବର୍ଷୀୟ ନୀରଜ ନୀରଜ ।

ଏହା ବି ପଢନ୍ତୁ...Paavo Nurmi Games 2022: ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାତେଇଲେ ନୀରଜ

ଇଭେଣ୍ଟରେ 2012 ଅଲିମ୍ପିକ୍ସ ଚମ୍ପିଅନ ତ୍ରିନିଦାଦ ତବାଗୋର କେଶରନ ୱାଲକଟ (86.64) ଦୂରତା ଜାଭଲିନ ଫିଙ୍ଗି ଦ୍ବିତୀୟ ଓ ଆଣ୍ଡରସନ ପିଟର୍ସ (84.75) ସ୍କୋର ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏହାପୂର୍ବରୁ ନୀରଜ ଫିନଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେନ୍ସରେ ନୂଆ ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାସଲ କରିଥିଲେ ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା । 89.30 ମିଟର ଜାଭେଲିନ ପିଙ୍ଗି ଏହି ସଫଳତା ହାସଲ କରିଥିଲେ ନୀରଜ । କୋର୍ଟେନ ଗେମ୍ସରେ ବିଜୟ 30 ଜୁନରେ ହେବାକୁ ଥିବା ଡାଇମଣ୍ଡ ଲିଗ ପାଇଁ ଆତ୍ମବିଶ୍ବାସ ବଢାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.