ETV Bharat / sports

Australian Open 2023 Men's Single: ନିଜର ଦଶମ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାତେଇଲେ ଜୋକଭିକ

author img

By

Published : Jan 29, 2023, 8:53 PM IST

ନୋଭାକ ଜୋକଭିକ
ନୋଭାକ ଜୋକଭିକ

ଅଷ୍ଟ୍ରେଲିଆ ଗ୍ରାଣ୍ଡ ସ୍ଲାମ ୨୦୨୩ ପୁରୁଷ ସିଙ୍ଗଲ ମୁକାବିଲାରେ ନୋଭାକ ଜୋକଭିକ ଗ୍ରୀସର ସ୍ଟେଫାନସ ସିତାସିପାସଙ୍କୁ ୬-୩, ୭-୬, ୭-୬ ସେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡ ସ୍ଲାମ ୨୦୨୩ ପୁରୁଷ ସିଙ୍ଗଲ ହାତେଇବାରେ ସଫଳ ରହିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡ ସ୍ଲାମ ୨୦୨୩ ପୁରୁଷ ସିଙ୍ଗଲ ଟାଇଟଲ ହାତେଇଲେ ନୋଭାକ ଜୋକଭିକ । ସର୍ବିୟାର ଏହି ଖେଳାଳିଙ୍କ ପାଇଁ ଆଜି (ରବିବାର) ଐତିହାସିକ ଦିନ । ସର୍ବିୟାର ଖେଳାଳି ନୋଭାକ ଜୋକଭିକ ଆଜି ୧୦ ଥର ପାଇଁ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାତେବାରେ ସକ୍ଷମ ହୋଇଛନ୍ତି । ଏବଂ ୨୨ ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ ହାତେଇବା ସହିତ ସେ ସ୍ପେନର ଟେନିସ ଖେଳାଳି ରାଫେଲ ନାଡାଲଙ୍କ ରେକର୍ଡ ସହିତ ନିଜ ରେକର୍ଡ ବରାବର କରିଛନ୍ତି । ଅଷ୍ଟ୍ରେଲିଆ ଗ୍ରାଣ୍ଡ ସ୍ଲାମ ୨୦୨୩ ପୁରୁଷ ସିଙ୍ଗଲ ମୁକାବିଲାରେ ନୋଭାକ ଜୋକଭିକ ଗ୍ରୀସର ସ୍ଟେଫାନସ ସିତାସିପାସଙ୍କୁ ୬-୩, ୭-୬, ୭-୬ ସେଟରେ ପରାସ୍ତ କରି ଟାଇଟଲ ହାତେଇବାରେ ସଫଳ ରହିଛନ୍ତି ।

ଆରମ୍ଭରୁ ଉଭୟ ପ୍ରତିନ୍ଦ୍ବନ୍ଦୀଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ନିଜର ଦଶମ ଅଷ୍ଟ୍ରେଲିଆ ଗ୍ରାଣ୍ଡ ସ୍ଲାମ ଟାଇଟଲ ହାତେଇବା ଲକ୍ଷ୍ୟରେ ଆଟାକିଂ ମୋଡରେ ଖେଳିଥିଲେ ସର୍ବିୟାର ଏହି ଖେଳାଳି । ସେ ପ୍ରଥମ ସେଟରେ ଦମଦାର ଖେଳ ଆରମ୍ଭ କରି ୬-୩ ପଏଣ୍ଟରେ ଆଗୁଆ ରହି ବିଜୟ ଲାଭ କରିଥିଲେ । ଦ୍ବିତୀୟ ସେଟରେ ଉଭୟ ପ୍ରତିଦ୍ବନ୍ଦୀ ନୋଭାକ ଜୋକଭିକ ଏବଂ ସ୍ଟେଫାନସ ସିତାସିପାସ ମଧ୍ୟରେ କଡା ଟକ୍କର ହୋଇଥିଲା । ହେଲେ ଦ୍ବିତୀୟ ସେଟର ଫାଇନାଲ ଜାଟ ବେଳକୁ ନୋଭାକ ଜୋକଭିକ ୭-୬ ପଏଣ୍ଟରେ ବାଜି ମାରି ନେଇଥିଲେ । ସେହିପରି ତୃତୀୟ ସେଟରେ ସ୍ଟେଫାନସ ସିତାସିପାସ କମବ୍ୟାକ କରିବା ପାଇଁ ନିଜର ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ନୋଭାକ ଜୋକଭିକଙ୍କ ପ୍ରଦର୍ଶନ ଆଗରେ ବିଫଳ ରହିଥିଲେ । ତୃତୀୟ ସେଟରେ ମଧ୍ୟ ଜୋକଭିକ ୭-୬ ପଏଣ୍ଟରେ ସିତାସିପାସଙ୍କ ପରାସ୍ତ କରି ଟାଇଟଲ ବାଜିମାତ କରଥିଲେ ।

ନୋଭାକ ଜୋକଭିକ ଏବଂ ସ୍ଟେଫାନସ ସିତାସିପାସ ଏପର୍ଯ୍ୟନ୍ତ ୧୩ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ନୋଭାକ ଜୋକଭିକ ୧୧ ଟି ମୁକାବିଲା ବିଜୟ ହାସଲ କରିଛନ୍ତି । ଏବଂ ସ୍ଟେଫାନସ ସିତାସିପାସ ମାତ୍ର ୨ ଥର ବିଜୟ ହାସଲ କରିବାରେ ସଫଳ ରହିଥିଲେ । ଉଭୟ ୬ ଟି ଅଲଗା ଅଲଗା ଟାଇଟଲରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ସମସ୍ତ ମୁକାବିଲା ଜୋକଭିକଙ୍କ ସପକ୍ଷରେ ଯାଇଥିଲା । ସର୍ବିୟାର ନୋଭାକ ଜୋକଭିକ ୧୦ ଥର ପାଇଁ ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡ ସ୍ଲାମ ଟାଇଟଲ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି । ୧୦ ଥର ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପହଞ୍ଚିଥିବା ନୋଭାକ ଜୋକଭିକ ୧୦ ଥର ଟାଇଟଲ ହାତେଇବାରେ ସଫଳ ରହିଛନ୍ତି । ସେ ବର୍ଷ ୨୦୦୮, ୨୦୧୧, ୨୦୧୨, ୨୦୧୩, ୨୦୧୫, ୨୦୧୬, ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୩ରେ ଏହି ଟାଇଟଲ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.