ETV Bharat / sports

National Games 2023: ଜାଭେଲିନରେ ବ୍ରୋଞ୍ଜ ଜିତିଲେ କିଶୋର, କାୟାକିଂ ଓ କାନୋଇଂରେ 2 ପଦକ

author img

By ETV Bharat Odisha Team

Published : Nov 5, 2023, 9:42 AM IST

National Games 2023
Kishore Kumar Jena

37ତମ ଜାତୀୟ କ୍ରୀଡା ଜାଭେଲିନ ଥ୍ରୋ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି ଓଡିଶାର ଷ୍ଟାର ଜାଭେଲିନ ଫିଙ୍ଗାଳୀ କିଶୋର କୁମାର ଜେନା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଗୋଆରେ ଚାଲିଥିବା 37ତମ ଜାତୀୟ କ୍ରିଡାରେ ପଦକ ହାସଲ କରିଛନ୍ତି ଓଡ଼ିଶାର କିଶୋର କୁମାର ଜେନା । ଜାଭେଲିନ୍‌ ଥ୍ରୋ' ଇଭେଣ୍ଟ୍‌ରେ ଜାଭେଲିନ୍‌ ତାରକା କିଶୋର ଜେନା କାଂସ୍ୟ ପଦକ ଜିତିଛନ୍ତି । ବିଶ୍ବ ଚମ୍ପିଆନସିପ୍‌ ଏବଂ ଏସୀୟ କ୍ରୀଡ଼ାରେ ଦମଦାର ପ୍ରଦର୍ଶନ କରିଥିବା କିଶୋର ଜେନା ଜାତୀୟ କ୍ରୀଡାରେ ସ୍ବର୍ଣ୍ଣ ଜିତିବେ ବୋଲି ଆକଳନ କରାଯାଉଥିଲା । ମାତ୍ର ସେ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । 78.47 ମିଟର ଦୂର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି କିଶୋର । ଆଥେଲେଟିକ୍ସରେ ଏହା ଓଡ଼ିଶାର ସପ୍ତମ ପଦକ । ଶିବପାଲ ସିଂହ 81.17 ମିଟର ଜାଭେଲିନ୍‌ ଫିଙ୍ଗି ସ୍ବର୍ଣ୍ଣ ପଦକ ଜତିଛନ୍ତି । ଡିପି ମନୁ 80.48 ମିନିଟ ଜାଭେଲିନ୍‌ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି । 38 ପଦକ ସହ ଓଡ଼ିଶା 16 ନମ୍ବର ସ୍ଥାନରେ ରହିଛି । ମୋଟ ପଦକରେ 6ଟି ସ୍ୱର୍ଣ୍ଣ, 11ଟି ରୌପ୍ୟ ଓ 21ଟି ବ୍ରୋଞ୍ଜ୍‌ ପଦକ ରହିଛି ।

କାୟାକିଂ ଓ କାନୋଇଂରେ 2 ପଦକ: କାନୋଇଂ ଏବଂ କାୟାକିଂର ପୁରୁଷ କେ-2 ଏମ୍ 1000ମିଟର ଇଭେଣ୍ଟରେ ଟି.ଏନଗାସେପମ ଏବଂ କେ. ହାଙ୍ଗମ୍ବାମ୍‌ ନାନୋଇ ମେଇତେଲ ଯୋଡ଼ି ପୋପ୍ୟ ପଦକ ଜିତିଛନ୍ତି । ସେହିପରି ସି-2ଏମ 1000ମିଟର ଇଭେଣ୍ଟରେ ପିଏଚ୍‌ ବୋରିଶ ସିଂହ ଅଭିଳାଶ ସିଙ୍ଘମ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...Asian Games 2023: ଚାଇନାରେ ଚମକିଲେ ଓଡ଼ିଆ ପୁଅ, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ

ଲନ୍ ବଲରେ ମହିଳା ଜିତିଲେ ପ୍ରଥମ ପଦକ: 37ତମ ଜାତୀୟ କ୍ରୀଡ଼ାରେ ଲନ୍ ବଲ ଇଭେଣ୍ଟ୍‌ରେ ମହିଳା ଫୋର୍ସ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛି । ରୋଶନୀ ସାହୁ, ରାଜେଶ୍ବରୀ ସେଠ, ବିଷ୍ଣୁପ୍ରିୟା ବହିଦାର ଓ ପଦ୍ମାଶିନୀ ପୁତେଲଙ୍କୁ ନେଇ ଗଠିତ ମହିଳା ଲନ୍‌ ବଲ୍‌ ଦଳ ରାଜ୍ୟ ପାଇଁ ପ୍ରଥମ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...National Games 2023: ଜାତୀୟ କ୍ରୀଡାରେ ଚମକିଲେ ଓଡିଆ ଝିଅ, ଦୁଇଟି ବ୍ରୋଞ୍ଜ ଜିତିଲେ ସାଇକ୍ଲିଷ୍ଟ ସ୍ବସ୍ତି ସିଂ

ପ୍ରକାଶ ଥାଉ କି, ଓଡିଶାର ଷ୍ଟାର ଜାଭେଲିନ ଫିଙ୍ଗାଳୀ ଚୀନରେ ଚାଲିଥିବା ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ । କ୍ୟାରିୟରର ବେଷ୍ଟ୍‌ ଥ୍ରୋ' ୮୭.୫୪ ମିଟର ଦୂରତାକୁ ଜାଭେଲିନ ‍ଫିଙ୍ଗି ଏହି ରୌପ୍ୟ ପଦକ ହାସଲ କରିଥିଲେ କିଶୋର । ଏହା ପୂର୍ବରୁ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ କିଶୋର । ପଦକ ଜିତିନଥିଲେ ବି ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିଲେ କିଶୋର ଜେନା । ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ 84.77 ମିଟର ଜାଭେଲିନ ଫିଙ୍ଗି କ୍ୟାରିଅରର ଶ୍ରେଷ୍ଠ ଦମଦାର ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଥିଲେ । ଏହା ପୂର୍ବରୁ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ-5ରେ 82.53ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.