India Open: ବିଜୟରୁ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

author img

By

Published : Jan 11, 2022, 10:44 PM IST

India Open: PV Sindhu advances into second round

ଦୁଇଥରର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ, ଶ୍ରୀକ୍ରୀଷ୍ଣା ପ୍ରିୟା କୁଦରବଳିଙ୍କୁ ୨୧-୫, ୨୧-୧୬ ରେ ହରାଇ ଚଳିତ ଇଣ୍ଡିଆ ଓପନ ୨୦୨୨ ମହିଳା ସିଙ୍ଗଲ୍ସ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦୁଇଥରର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଚଳିତ ଇଣ୍ଡିଆ ଓପନ ୨୦୨୨ ମହିଳା ସିଙ୍ଗଲ୍ସ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । କେଡି ଯାଦବ ଇଣ୍ଡୋର୍‌ ହଲ୍‌ ନୂଆଦିଲ୍ଲୀରେ ମଙ୍ଗଳବାର ଠାରୁ ଏହି ମେଗା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି ।

ଏହାମଧ୍ୟ ପଢନ୍ତୁ: India vs South Africa, 3rd Test: ବିରାଟଙ୍କ ଅର୍ଦ୍ଧଶତକ, ଭାରତ ୨୨୩ ରନ୍‌ରେ ଅଲଆଉଟ୍‌

ଶ୍ରୀକ୍ରୀଷ୍ଣା ପ୍ରିୟା କୁଦରବଳିଙ୍କୁ ୨୧-୫, ୨୧-୧୬ ରେ ହରାଇଛନ୍ତି ସିନ୍ଧୁ । ଏହି ମ୍ୟାଚ୍‌ ୨୭ ମିନିଟ ଧରି ଖେଳାଯାଇଥିଲା । ରାଉଣ୍ଡ ୧୬ରେ ସିନ୍ଧୁ ଇରା ଶର୍ମା କିମ୍ବା ଇଜିପ୍ଟର ଡୋହା ହେନିଙ୍କୁ ଭେଟିପାରନ୍ତି । ଅନ୍ୟପଟେ ବିଶ୍ବ ଚମ୍ପିଆନ ସିଙ୍ଗାପୁରର ଲୋହ କିନ ୟିୟୁ ଏକ ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡାଇବା ସହ ଲୋହ କିନଙ୍କୁ ୧୬-୨୧, ୨୧-୪, ୨-୧୩ରେ ହରାଇଛନ୍ତି ।

ବିଶ୍ବ ଚାମ୍ପିଅନସିପ ସ୍ବର୍ଣ୍ଣ ପଦକ ପରେ ଏହା ତାଙ୍କର ପ୍ରଥମ ମ୍ୟାଚ୍‌ ଥିଲା । ସେହିପରି ଅନ୍ୟ ମ୍ୟାଚ୍‌ରେ କେ ସାଇ ପ୍ରତୀକ ଓ ଗାୟତ୍ରୀ ଗୋପୀଚାନ୍ଦ ୨୧-୧୬, ୧୬-୨୧, ୨୧-୧୭ରେ ଇଶାନ ଭତନଗର ଓ ତନିଷା କାଷ୍ଟ୍ରୋଙ୍କୁ ହରାଇଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.