India vs South Africa, 3rd Test: ବିରାଟଙ୍କ ଅର୍ଦ୍ଧଶତକ, ଭାରତ ୨୨୩ ରନ୍‌ରେ ଅଲଆଉଟ

author img

By

Published : Jan 11, 2022, 9:20 PM IST

Updated : Jan 11, 2022, 10:23 PM IST

India vs South Africa 3rd Test Kohli top scores as Iget bowled out for 223

କେପଟାଉନ ଟେଷ୍ଟରେ ଭାରତ ପ୍ରଥମ ଇଂନିସରେ ୨୨୩ ରନ୍‌ରେ ଅଲଆଉଟ୍‌ । କ୍ୟାପଟେନ ବିରାଟ କୋହଲି ଖେଳିଲେ 79 ରନ୍‌ର ଦମଦାର ଅର୍ଦ୍ଧଶତକୀୟ ଇଂନିସ । ଅଧିକ ପଢନ୍ତୁ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା କ୍ୟାପଟେନ ଡିନ ଏଲଗାରଙ୍କ ୱିକେଟ ହରାଇ ୧୭ ରନ୍‌ ସଂଗ୍ରହ କରିଛି । ଫଳରେ ଭାରତର ଠାରୁ ୨୦୬ ରନ୍‌ ପଛରେ ରହିଛି । ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରିବା ପରେ ଭାରତ ପ୍ରଥମ ଇଂନିସରେ ୨୨୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା । କ୍ୟାପଟେନ ବିରାଟ କୋହଲି ସର୍ବାଧିକ 79 ରନ୍‌ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

୧୪୧/୪ରୁ ତୃତୀୟ ସେସନ ଖେଳ ଆରମ୍ଭ କରିଥିବା ଭାରତୀୟ ଟିମ ତୃତୀୟ ସେସନରେ ୮୨ ରନ୍‌ ଯୋଡିବା ସହ ୬ ୱିକେଟ ହରାଇଥିଲା । କ୍ୟାପଟେନ ବିରାଟ କୋହଲି ଲୟରେ ନଜର ଆସିବା ସହ ନିଜର ୭୧ତମ ଶତକ ଆଡକୁ ଅଗ୍ରସର ହୋଇଥିଲେ । ମାତ୍ର ୭୯ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ କାଗିସୋ ରବାଡାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଏହାପରେ କୋହଲିଙ୍କ ଶତକ ଅପେକ୍ଷାରେ ଥିବା ଭାରତୀୟ ଫ୍ୟାନ୍ସ ନିରାଶ ହୋଇଥିଲେ । ଚେତେଶ୍ବର ପୂଜାରା ୪୩, ଋଷଭ ପନ୍ତ ୨୭ ରନ୍‌ର ଇଂନିସ ଖେଳିଥିଲେ । ଦୁଇ ଓପନର କେଏଲ ରାହୁଲ ୧୨ ଓ ମୟଙ୍କ ଅଗ୍ରୱାଲ ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଦକ୍ଷିଣ ଆଫ୍ରିକା ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୪ଟି ୱିକେଟ ହାସଲ କରି ସଫଳତମ ବୋଲର ରହିଛନ୍ତି । ସେହିପରି ମାର୍କୋ ଜାନସେନ ୩ଟି ୱିକେଟ ହାତେଇଥିଲେ । ଓଲିଭର, ନିଙ୍ଗିଡି ଓ ମହାରାଜଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ସଂକ୍ଷିପ୍ତ ସ୍କୋର: ଭାରତ ୨୨୩ ଅଲଆଉଟ୍‌, ୭୭.୩ ଓଭର(ବିରାଟ କୋହଲି ୭୯, ଚେତେଶ୍ବର ପୂଜାରା ୪୩, କାଗିସୋ ରବାଡା ୪-୭୩) ବନାମ ଦକ୍ଷିଣ ଆଫ୍ରିକା ।

IANS

Last Updated :Jan 11, 2022, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.