ETV Bharat / sports

BWF World Championships: ସେମିରେ ହାରି କାଂସ୍ୟରେ ସନ୍ତୁଷ୍ଟ ପ୍ରଣୟ

author img

By ETV Bharat Odisha Team

Published : Aug 27, 2023, 7:46 AM IST

BWF World Championships
ସେମିରେ ହାରି କାଂସ୍ୟରେ ସନ୍ତୁଷ୍ଟ ପ୍ରଣୟ

ଭାରତର ଷ୍ଟାର ସଟଲର ଏଚଏସ ପ୍ରଣୟ ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । କଡା ଟକ୍କରରେ ଥାଇଲାଣ୍ଡର କୁନଲାବୁତ ବିତିସାର୍ଣ୍ଣଙ୍କଠୁ ପରାସ୍ତ ହୋଇ କାଂସ୍ୟ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଡେନମାର୍କରେ ଚାଲିଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତୀୟ ଷ୍ଟାର ସଟଲର ପ୍ରଣୟଙ୍କ ସ୍ବର୍ଣ୍ଣ ପଦକ ହାସଲ ସ୍ବପ୍ନ ଧୂଳିସାତ ହୋଇଛି । ଭାରତୀୟ ତାରକା ଏଚଏସ ପ୍ରଣୟ ସେମିଫାଇନାଲରେ ପରାସ୍ତ ହୋଇ ବ୍ରୋଞ୍ଚ ପଦକ ଜିତିଛନ୍ତି । କାଂସ୍ୟ ଜିତି ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଆନସିପରେ ଅଭିଯାନ ଶେଷ କରିଛନ୍ତି । ଏହା ସହିତ ପୁରୁଷ ସିଙ୍ଗଲ ବର୍ଗରେ ପଞ୍ଚମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଆନସିପରେ ପଦକ ଜିତିଛନ୍ତି ପ୍ରଣୟ ।

ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଏକକ ପ୍ରତିଯୋଗିତାରେ ସେମିଫାଇନାଲ ମୁକାବିଲାରେ ଏଚଏସ ପ୍ରଣୟ ଥାଇଲାଣ୍ଡର କୁନଲାବୁତ ବିତିସାର୍ଣ୍ଣଙ୍କଠୁ ଭେଟିଥିଲେ । ଦୁଇ ଜଣଙ୍କ ମଧ୍ୟରେ ଏକ କଡା ମୁକାବିଲା ହୋଇଥିଲା । ଥାଇଲାଣ୍ଡ ସଟଲର କୁନଲାବୁତ 21-18,13-21,14-21ରେ ପ୍ରଣୟଙ୍କୁ ପରାସ୍ତ କରିଥିଲେ । ଫଳରେ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛନ୍ତି ପ୍ରଣୟ । ପ୍ରଥମ ଗେମ ଜିତିଥିଲେ ମଧ୍ୟ ଦ୍ବିତୀୟ ଗେମରେ ପ୍ରଣୟ ଭଲ ପ୍ରଦର୍ଶନ କରିନଥିଲେ ।

ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ଭାରତର ଅଭିଜ୍ଞ ଖେଳାଳି ଏଚଏସ ପ୍ରଣୟ କ୍ବାର୍ଟର ଫାଇନାଲ ମୁକାବିଲାରେ ବିଶ୍ବର ଏକ ନମ୍ବର ଖେଳାଳି ଭିକ୍ଟର ଆକ୍ସଲସେନଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ । ପୁରୁଷ ବର୍ଗର ନବମ ସିଡ ପ୍ରଣୟ 13-21,21-15,21-16ରେ ଟପ ସିଡି ଡେନମାର୍କରେ ଆକ୍ସଲସେନଙ୍କୁ ପରାସ୍ତ କରି ପଦକ ପକ୍କା କରିଥିଲେ । ଏହି କ୍ବାର୍ଟର ଫାଇନାଲ ମ୍ୟାଚ ଜିତିବାକୁ ତାଙ୍କୁ 69ମିନିଟ ଲାଗିଥିଲା । ମାତ୍ର ସେମିଫାଇନାଲରେ ନିରାଶ ହୋଇଛନ୍ତି ପ୍ରଣୟ । ଥାଇଲାଣ୍ଡର କୁନଲାବୁତ ବିତିସାର୍ଣ୍ଣଙ୍କଠୁ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ପ୍ରଣୟ ।

ଏହା ବି ପଢନ୍ତୁ...BWF World Championships: ପ୍ରଣୟ, ଲକ୍ଷ୍ୟଙ୍କ ବିଜୟ ଅଭିଯାନ, ପ୍ରଥମ ରାଉଣ୍ଡରୁ କିଦାମ୍ବି ବିଦା

ଏହା ବି ପଢନ୍ତୁ...World Athlethics Championships Final: ଜାଭଲିନ୍‌ରେ ଭାରତ-ପାକ୍‌ ମୁକାବିଲା, ଅର୍ଶଦ କହିଲେ ନୀରଜ ସର୍ବଶ୍ରେଷ୍ଠ

ପ୍ରକାଶ ଥାଉ କି, ବ୍ୟାଡମିଣ୍ଟନ୍‌ ୱାର୍ଲ୍ଡ ଫେଡେରେସନ(ବିଡବ୍ଲୁଏଫ) ବିଶ୍ବ ଚମ୍ପିଆସନ୍‌ପିର 28 ତମ ସଂସ୍କରଣ ଅଗଷ୍ଟ 21 ତାରିଖରୁ ହେନ୍‌ମାର୍କ୍‌ର କୋପେନହେଗେନରେ ଆରମ୍ଭ ହୋଇଥିଲା । ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ ହୋଇଥିବା ବେଲେ ଅଭିଜ୍ଞ ପ୍ରଣୟ ଓ ଲକ୍ଷ୍ୟ ସେନ ପଦକ ଦାବିଦାର ରହିଥିଲେ । ଲକ୍ଷ୍ୟ ସେନ ପ୍ରି କ୍ବାର୍ଟରରୁ ବିଦା ହୋଇଥିଲେ । ବିଶେଷ କରି ଏହି ଚମ୍ପିଆନସିପରେ ପିଭି ସିନ୍ଧୁ ଓ ଦ୍ବିତୀୟ ସିଡ ସାତ୍ତ୍ବିକ-ଚିରାଗ ଯୋଡିଙ୍କ ଉପରେ ନଜର ରହିଥିଲା । ମାତ୍ର ସାତ୍ତ୍ବିକ ଚିରାଗଙ୍କର ପଦକ ସ୍ବପ୍ନ ଧୂଳିସାତ ହୋଇଛି । ଡବଲ୍ସ କ୍ବାର୍ଟରରେ ଏହି ଯୋଡି ବିଶ୍ବର 11 ନମ୍ବର ଯୋଡି ଡେନମାର୍କରେ କିମ ଆଷ୍ଟ୍ରପ ଓ ଆଣ୍ଡର୍ସ ସ୍କାରୂପ ରାସମୁସେନଙ୍କୁ ଭେଟିଥିଲେ । 21-18,21-19 ସେଟରେ ସାତ୍ତ୍ବିକ-ଚିରାଗ ପରାସ୍ତ ହୋଇଥିଲେ । ଚଳିତଥର ପୁରୁଷ ବର୍ଗରେ 64 ଜଣ, ମହିଳାରେ 48 ଜଣ ଖେଳାଳି ଭାଗ ନେଇଛନ୍ତି । ଡବଲ୍ସ (ପୁରୁଷ, ମହିଳା, ମିକ୍ସଡ) ପ୍ରତ୍ୟେକ 46ଟି ଲେଖାଏଁ ଯୋଡି ଅଂଶ ଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.