ETV Bharat / sports

ଦୂତିଙ୍କ ନାମରେ ଫେକ୍‌ ଟ୍ବିଟର ଆକାଉଣ୍ଟ

author img

By

Published : May 27, 2019, 11:05 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର @duteechand

ଦୂତି ଚାନ୍ଦ ନାମରେ କେହି ଜଣେ ଟ୍ବିଟରେ ଏକ ଫେକ ଆକାଉଣ୍ଟ ଖୋଲି ତାଙ୍କ ବିଷୟରେ ଅପପ୍ରଚାର କରୁଛି । ଦୂତି ନିଜ ଟ୍ବିଟର ହ୍ୟାଣ୍ଡଲେରୁ ଏହି ସୂଚନା ଦେଇଛନ୍ତି ।

ହାଇଦ୍ରାବାଦ: ସୋସିଆଲ ମିଡିଆରେ କିଛି ନା କିଛି ବିଷୟ ବସ୍ତୁକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଦୌଡରାଣୀ ଦୂତି ଚାନ୍ଦ । ସମଲିଙ୍ଗୀ ସମ୍ପର୍କକୁ ନେଇ ହେଉ ବା ଫେସବୁକରେ ତାଙ୍କୁ ଅଶୀଳ୍ଳ କମେଣ୍ଟ ପ୍ରସଙ୍ଗ ହେଉ । ଏହି ଓଡିଆ ଆଥଲେଟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ଏବେ ସେ ଏକ ନୂଆ ଅଭିଯୋଗ ଆଣିଛନ୍ତି ।

Dutee Chand
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର @duteechand

ତାଙ୍କ ନାମରେ କେହି ଜଣେ ଟ୍ବିଟରେ ଏକ ଫେକ ଆକାଉଣ୍ଟ ଖୋଲି ତାଙ୍କ ବିଷୟରେ ଅପପ୍ରଚାର କରୁଛି । ଦୂତି ନିଜ ଟ୍ବିଟର ହ୍ୟାଣ୍ଡଲେରୁ ଏହି ସୂଚନା ଦେଇଛନ୍ତି । ଏଥି ସହିତ ସେହି ଆକାଉଣ୍ଟରୁ ଦୂରେଇ ରହିବାକୁ ଦୂତି ତାଙ୍କ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି । ଦୂତି ଆଜି ନିଜ ଟ୍ବିଟରେ ଲେଖିଛନ୍ତି, "କେହି ଜଣେ ମୋ ନାମରେ ଫେକ୍‌ ଆକାଉଣ୍ଟ ଖୋଲିଛି । ମୋର ସମସ୍ତଙ୍କୁ ଅନୁରୋଧ, ସେହି ଫେକ ଆକାଉଣ୍ଟ ଠାରୁ ଦୂରରେ ରୁହନ୍ତୁ । ଧନ୍ୟବାଦ ।"

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.