ETV Bharat / sports

Diamond League: ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କ ନୀରଜଙ୍କୁ ଶୁଭେଚ୍ଛା

author img

By

Published : Sep 9, 2022, 4:23 PM IST

Updated : Sep 9, 2022, 7:00 PM IST

Diamond League : PM and sports minister congratulate to Neeraj Chopra
Diamond League: ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କ ନୀରଜଙ୍କୁ ଶେଭେଚ୍ଛା

ସୁଇଜରଲ୍ୟାଣ୍ଡର ଜୁରିଚରେ ଅନୁଷ୍ଠିତ ହୋଇଥିବା ଡାଇମଣ୍ଡ ଲିଗ ଫାଇନାଲରେ ପ୍ରଥମେ ଭାତରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି (Diamond League Trophy) ହାସଲ କରିଛନ୍ତି ନୀରଜ ଚୋପ୍ରା । ତାଙ୍କର ଏହି ସଫଳତା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅଲମ୍ପିଆନ ନୀରଜ ଚୋପ୍ରା (Neeraj Chopra) ଗୋଟେ ପରେ ଗୋଟେ ଐତିହାସିକ ରେକର୍ଡ ସୃଷ୍ଟି କରିବାରେ ଲାଗିଛନ୍ତି । ସୁଇଜରଲ୍ୟାଣ୍ଡରେ ଜୁରିଚରେ ଅନୁଷ୍ଠିତ ହୋଇଥିବା ଡାଇମଣ୍ଡ ଲିଗ ଫାଇନାଲରେ ପ୍ରଥମେ ଭାତରତୀୟ ଭାବରେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ହାସଲ କରିଛନ୍ତି ନୀରଜ ଚୋପ୍ରା । ତାଙ୍କର ଏହି ସଫଳତା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଫାଇନାଲରେ ୮୮.୪୪ ମିଟର ଜାଭଲିନ ଫିଙ୍ଗି ଡାଇମଣ୍ଡ ଲିଗ ଟ୍ରଫି ଦେଶକୁ ଭେଟି ଦେଇଛନ୍ତି ସୁନା ପୁଅ ନୀରଜ । ତାଙ୍କର ଆଉ ଏକ କିର୍ତ୍ତୀମାନ ପରେ ନୀରଜଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

  • Congratulations to @Neeraj_chopra1 for scripting history yet again by becoming the first Indian to win the prestigious Diamond League Trophy. He has demonstrated great dedication and consistency. His repeated successes show the great strides Indian athletics is making. pic.twitter.com/dlkXU77Xt5

    — Narendra Modi (@narendramodi) September 9, 2022 " class="align-text-top noRightClick twitterSection" data=" ">

ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ଜିତିବାରେ ପ୍ରଥମ ଭାରତୀୟ ହୋଇଥିବାରୁ ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ (PM Modi congratulates Olympic gold medallist )। "ନୀରଜ ସମର୍ପଣ ଭାବନା ସହିତ ପୂର୍ବ ଭଳି ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ତାଙ୍କର ବାରମ୍ବାର ସଫଳତା ହାସଲରୁ ଜଣାପଡୁଛି କି ଭାରତୀୟ ଆଥଲେଟିକ୍ସ ପ୍ରଗତି ପଥରେ ଗତି କରୁଛି ।"

ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ନୀରଜଙ୍କର ଏହି ସଫଳତାକୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି (Union Sports Minister Anurag Thakur congratulated ace javelin thrower Neeraj Chopra ) । ସେ ଲେଖିଛନ୍ତି "ଡାଇମଣ୍ଡ ଲିଗ ଫାଇନାଲରେ ପ୍ରଥମ ଭାରତୀୟ ଭାବରେ ଟ୍ରଫି ହାସଲ କରି ଆଉ ଏକ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କ ନାମରେ ଏକ ସଫଳତାର ଫର୍ଦ୍ଦ ଯୋଡିହୋଇଛି । ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତୀୟ ଖେଳକୁ ଏକ ନୂତନ ଶିଖରରେ ପହଁଞ୍ଚାଇଛନ୍ତି । ଭାରତୀୟ କ୍ରୀଡା ବିଭାଗ ଆପଣଙ୍କର ଏହି ଯାତ୍ରାରେ ସହଭାଗୀ ହୋଇଥିବାରୁ ଗର୍ବିତ । ଶୁଭେଚ୍ଛା ଚମ୍ପିଆନ ।"

ସମ୍ମାନଜନକ ଡାଇମଣ୍ଡ ଲିଗ ଫାଇନାଲ ରାଉଣ୍ଡରେ ନୀରଜ ୮୮.୪୪ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ ନୀରଜ । ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ସମକକ୍ଷ ହୋଇ ପାରିନଥିଲେ । ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିଲେ ନୀରଜ । ଏହା ପରେ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ, ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ ନୀରଜ ।

Last Updated :Sep 9, 2022, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.