ETV Bharat / sports

ଶେଷହେଲା ୨୭ତମ ଓଡିଶା ଟେବୁଲ ଟେନିସ ପ୍ରତିଯୋଗିତା

author img

By

Published : Nov 2, 2021, 8:58 PM IST

Updated : Nov 2, 2021, 10:47 PM IST

27th Odisha Table Tennis championship conclude, bikash kumar, swetapadma win trophy
ଶେଷହେଲା ୨୭ତମ ଓଡିଶା ଟେବୁଲ ଟେନିସ ପ୍ରତିଯୋଗିତା

ଜବାହରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମରେ ଶେଷହେଲା 27ତମ ଓଡିଶା ଟେବୁଲ ଟେନିସ ପ୍ରତିଯୋଗିତା । ଅଧିକ ପଢନ୍ତୁ...

କଟକ: ଜବାହରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମରେ ଶେଷହେଲା 27ତମ ଓଡିଶା ଟେବୁଲ ଟେନିସ ପ୍ରତିଯୋଗିତା । ପୁରୁଷ ବର୍ଗରେ ରାଉରକେଲାର ବିକାଶ କୁମାର ସିଂ ଟ୍ରଫି ହାତେଇଛନ୍ତି । ସେହିପରି ମହିଳା ବର୍ଗରେ ରାଜଧାନୀ ଭୁବନେଶ୍ବରର ଶ୍ବେତପଦ୍ମା ହାତେଇଛନ୍ତି ବିଜୟ ଟ୍ରଫି ।

ଶେଷହେଲା ୨୭ତମ ଓଡିଶା ଟେବୁଲ ଟେନିସ ପ୍ରତିଯୋଗିତା

ଏହି ପ୍ରତିଯୋଗିତା ଗତମାସ 29 ତାରିଖରୁ ଆରମ୍ଭ ହୋଇଥିଲା । ଆଜିର ଉଦ୍‌ଯାପନୀ ଦିବସରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ବିଜୟୀ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏଥିସହ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଖେଳାଳିଙ୍କୁ କ୍ରୀଡା ସମ୍ବନ୍ଧୀୟ ଅନେକ ମହତ୍ତ୍ବପୂର୍ଣ୍ଣ କଥା କହିଥିଲେ ।

ରାଜ୍ୟ ଟେବୁଲ ଟେନିସ କ୍ରୀଡା ସଂଘର ଏକାଡେମୀ ସ୍ବପ୍ନ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated :Nov 2, 2021, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.