ETV Bharat / sports

ଦୂତିଙ୍କୁ ପ୍ରଶଂସାରେ ଆମେରିକାନ ସ୍ପ୍ରିଣ୍ଟର

author img

By

Published : Oct 18, 2019, 10:28 AM IST

ଦୂତିଙ୍କୁ ପ୍ରଶଂସାରେ ଆମେରିକାନ ସ୍ପ୍ରିଣ୍ଟର

ଓଡିଶାର ଦୌଡରାଣୀ ଦୂତି ଚାନ୍ଦଙ୍କରେ ପ୍ରଶଂସାରେ ଅଲମ୍ପିକ ମେଡାଲିଷ୍ଟ ତଥା ଆମେରିକାନ ସ୍ପ୍ରିଣ୍ଟର କାର୍ମେଲିଟା ଜେଟେର।

ନୂଆଦିଲ୍ଲୀ: ଓଡିଶାର ଦୌଡରାଣୀ ଦୂତି ଚାନ୍ଦଙ୍କରେ ପ୍ରଶଂସାରେ ଅଲମ୍ପିକ ମେଡାଲିଷ୍ଟ ତଥା ଆମେରିକାନ ସ୍ପ୍ରିଣ୍ଟର କାର୍ମେଲିଟା ଜେଟେର । ଭାରତ ଗସ୍ତରେ ଆସିଥିବା ଏହି ଆମେରିକାନ ସ୍ପ୍ରିଣ୍ଟର ଏକ କ୍ରୀଡା ସମ୍ମିଳନୀରେ ଯୋଗ ଦେଇ ଭାରତର ଅଲମ୍ପିକ ପ୍ରଦର୍ଶନ ଉପରେ ମତ ରଖିଛନ୍ତି । ଏହି ପରିପେକ୍ଷୀରେ ସେ ଦୂତିଙ୍କ ନାମ ନେଇ କହିଛନ୍ତି, ଦୂତି ଜଣେ ବିଚକ୍ଷଣ ସ୍ପ୍ରିଣ୍ଟର ।

ଆଗାମୀ ଅଲମ୍ପିକରେ ଭାରତର ପ୍ରଦର୍ଶନ କେମିତ ରହିବ ବୋଲି ପ୍ରଶ୍ନର ଉତ୍ତର ଏମିତ ରଖିଛନ୍ତି କାର୍ମେଲିଟା । ସେ କହିଛନ୍ତି, "ଅଲମ୍ପିକ ଗେମରେ ମୁଁ ଦୂତିଙ୍କୁ ଦୌଡୁଥିବାରେ ଦେଖିଛି । ସେ ଦେଶ ତଥା ଦେଶ ବାହାରେ ବହୁତ କୃତିତ୍ବ ଅର୍ଜନ କରିଛନ୍ତି । ଆଶା କରୁଛି ଦୂତିଙ୍କ ପରି ଯୁବ ଖେଳାଳି ଆଗେଇ ଆସି ଭାରତକୁ ଅଲମ୍ପିକରେ ପ୍ରତିନିଧିତ୍ବ କରନ୍ତୁ।"

ଦେଖନ୍ତୁ ଭିଡିଓ

ତେବେ 3ଥର ଅଲମ୍ପିକ ବିଜେତା କାର୍ମେଲିଟା ଜେଟେର 15ତମ ଦିଲ୍ଲୀ ହାପ ମାରଥନର ଅନ୍ତର୍ଜାତୀୟ ଆମ୍ବାସଡର ବନିଛନ୍ତି । ଏହି ମାରାଥନ ପାଇଁ ସେ ଖୁବ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.