ETV Bharat / sports

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଖେଳିବ ମହିଳା ହକି ଟିମ ଇଣ୍ଡିଆ

author img

By

Published : Oct 15, 2019, 4:38 AM IST

ଫଟୋ ସୌଜନ୍ୟ: twitter@TheHockeyIndia

ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଛି । ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପୂର୍ବରୁ ଭାରତୀୟ ଦଳ ଦୁଇଟି ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଛି । ନଭେମ୍ବର 1 ଓ 2ତାରିଖରେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ଦୁଇଟି ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିବ ବୋଲି ସୂଚନା ମିଳିଛି ।

ଆନ୍ତର୍ଜାତିକ ମ୍ୟାଚ ପୂର୍ବରୁ, ଅଭ୍ୟାସ ମ୍ୟାଚ ଦେଖିବାର ମଜା ମଧ୍ୟ ହକିପ୍ରେମୀ ମାନେ ଉଠାଇ ପାରିବେ । ଯାହାକି ଅଭ୍ୟାସ ମ୍ୟାଚର ବିନା ପ୍ରବେଶ ଶୁଳ୍କ ଜରିଆରେ ଦର୍ଶକ ଉପଭୋଗ କରିପାରିବେ ।

ଆସନ୍ତା 19 ଓ 16 ତାରିଖରେ ଭାରତୀୟ ଟିମର ଅଭ୍ୟାସ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି । ତେବେ ମ୍ୟାଚ ଆରମ୍ଭର ନିର୍ଦ୍ଦିଷ୍ଟ ସମୟ ସ୍ଥିର ହୋଇନାହିଁ । ଦର୍ଶକମାନେ ଷ୍ଟାଡିୟମର ପୂର୍ବ, ଉତ୍ତର ଓ ଦକ୍ଷିଣ ପ୍ୟାଭିଲିୟନରେ ବସି ଅଭ୍ୟାସ ମ୍ୟାଚ ଉପଭୋଗ କରିପାରିବେ ବୋଲି ସୂଚନା ମିଳିଛି।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଆସନ୍ତା 1 ଓ 2 ତାରିଖରେ ଆନ୍ତର୍ଜାତିକ ମ୍ୟାଚ ଖେଳିବାକୁ ଯାଉଛି।କିନ୍ତୁ ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ଦୁଇଟି ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିବ ବୋଲି ସୂଚନା ମିଳିଛି।ଯାହାକି ମଧ୍ୟ ଦଳ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଥିବା ସୂଚନା ମିଳିଛି।ଆନ୍ତର୍ଜାତିକ ମ୍ୟାଚ ପୂର୍ବରୁ ଖେଳାଯିବାକୁ ଥିବା ଏହି ଅଭ୍ୟାସ ମ୍ୟାଚ ର ମଜ୍ଜା ଖେଳପ୍ରେମୀ ମାନେ ନେଇ ପାରିବେ ବୋଲି ଜଣାପଡିଛି।ଯାହାକି ବିନା ପ୍ରବେଶ ଶୁଳ୍କ ଜରିଆରେ।
Body:ଆସନ୍ତା 19 ଓ 16 ତାରିଖ ରେ ଖେଳାଯିବାକୁ ଥିବା ଏହି ଅଭ୍ୟାସ ମ୍ୟାଚ ଭାରତୀୟ ଟିମ କାହା ସହିତ ଓ କେତେବେଳେ ଖେଳିବ ବୋଲି ସୂଚନା ମିଳି ନ ଥିବାବେଳେ ଦର୍ଶକମାନେ ଷ୍ଟାଡିୟମ ର ପୂର୍ବ ,ଉତ୍ତର ଓ ଦକ୍ଷିଣ ପ୍ୟାଅଭିଲିୟନ ରେ ବସି ଏହାକୁ ଉପଭୋଗ କରିପାରିବେ ବୋଲି ସୂଚନା ମିଳିଛି।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.