ETV Bharat / sports

ଭାରତୀୟ ମହିଳା ହକି ଟିମର ଜର୍ମାନୀ ଗସ୍ତ ଶେଷ

author img

By

Published : Mar 4, 2021, 10:46 PM IST

Indian women's hockey team's Germany tour ends with 1-2 defeat
ଭାରତୀୟ ମହିଳା ହକି ଟିମର ଜର୍ମାନୀ ଗସ୍ତ ଶେଷ

ବିଶ୍ବ ହକି ମାନ୍ୟତାର 3 ନଂ ସ୍ଥାନରେ ଥିବା ଜର୍ମାନୀ ପକ୍ଷରୁ ମ୍ୟାଚର 29ତମ ମିନିଟରେ ନାଓମି ହେୟନ ଓ 37ତମ ମିନିଟରେ ଚାର୍ଲୋଟ ଷ୍ଟାପେନହର୍ଷ୍ଟ ଗୋଲ୍‌ କରିଥିଲେ । ଅନ୍ୟପଟେ ଭାରତ ପକ୍ଷରୁ ଲାଲ୍ରେସିଆମି 51ତମ ମିନିଟରେ ଏକମାତ୍ର ଗୋଲ୍‌ କରିଥିଲେ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଭାରତୀୟ ମହିଳା ହକି ଟିମ ଗୁରୁବାର ଜର୍ମାନୀ ଗସ୍ତ ଶେଷ କରିଛି । ଚତୁର୍ଥ ତଥା ଶେଷ ମ୍ୟାଚରେ 1-2 ପରାଜୟ ସହ ଅଭିଯାନ ଶେଷ କରିଛି ରାନୀ ରାମପାଲଙ୍କ ଟିମ ।

ବିଶ୍ବ ହକି ମାନ୍ୟତାର 3 ନଂ ସ୍ଥାନରେ ଥିବା ଜର୍ମାନୀ ପକ୍ଷରୁ ମ୍ୟାଚର 29ତମ ମିନିଟରେ ନାଓମି ହେୟନ ଓ 37ତମ ମିନିଟରେ ଚାର୍ଲୋଟ ଷ୍ଟାପେନହର୍ଷ୍ଟ ଗୋଲ୍‌ କରିଥିଲେ । ଅନ୍ୟପଟେ ଭାରତ ପକ୍ଷରୁ ଲାଲ୍ରେସିଆମି 51ତମ ମିନିଟରେ ଏକମାତ୍ର ଗୋଲ୍‌ କରିଥିଲେ ।

ଭାରତୀୟ ଖେଳାଳି ଅଧିକ ଗୋଲ୍‌ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଶେଷ ପର୍ଯ୍ୟନ୍ତ ଘରୋଇ ଦଳ ଆଗୁଆ ରହିବା ସହ ବିଜୟୀ ହୋଇଥିଲା । ମହାମାରୀ କୋରୋନା ଭାଇରସ ପରେ ମହିଳା ହକି ଟିମ ଇଣ୍ଡିଆର ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା । ଟୋକିଓ ଅଲମ୍ପିକ ପ୍ରସ୍ତୁତି ଦୃଷ୍ଟିରୁ ଏହି ଟୁର୍ଣ୍ଣାମେଣ୍ଟ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.