ETV Bharat / sports

ଖେଳରତ୍ନ ପୁରସ୍କାର: ହକି ଇଣ୍ଡିଆ ପକ୍ଷରୁ କ୍ୟାପଟେନ ରାନୀ ରାମପାଲ୍ ମନୋନୀତ

author img

By

Published : Jun 2, 2020, 4:41 PM IST

Indian women's Hockey Team captain Rani Rampal recommended for Khel Ratna
ଖେଳରତ୍ନ ପୁରସ୍କାର: ହକି ଇଣ୍ଡିଆ ପକ୍ଷରୁ କ୍ୟାପଟେନ ରାନୀ ରାମପାଲ୍ ମନୋନୀତ

ଦେଶର ସର୍ବୋଚ୍ଚ କ୍ରୀଡାସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ହକି ଫେଡେରେସନ ପକ୍ଷରୁ ମନୋନୀତ ହୋଇଛନ୍ତି ହକି ଟିମ ଇଣ୍ଡିଆ କ୍ୟାପଟେନ ରାନୀ ରାମପାଲ ।

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡାସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ରାନୀ ରାମପାଲ । ଏହି ସମ୍ମାନଜନକ ସମ୍ମାନ ପାଇଁ ହକି ଇଣ୍ଡିଆ ପକ୍ଷରୁ ମହିଳା ହକି ଟିମ ଇଣ୍ଡିଆ କ୍ୟାପଟେନ ମନୋନୀତ ହୋଇଛନ୍ତି ।

ଏଥିସହିତ ବନ୍ଦନା କାଟାରିୟା, ମୋନିକା ଓ ହରମନପ୍ରିତ ସିଂହ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ।

ଭେଟେରାନ ତୁଷାର ଖଣ୍ଡର ଓ ଆର ପି ସିଂହଙ୍କୁ ମେଜର ଧ୍ୟାନଚାନ୍ଦ ଆୱାର୍ଡ ଲାଇଫ ଟାଇମ ଆଚିଭମେଣ୍ଟ ପାଇଁ ମନୋନୀତ କରିଛି ହକି ଫେଡେରେସନ ।

ଖେଳ ମନ୍ତ୍ରଣାଳୟ ଦ୍ବାରା ଗଠିତ ସ୍ବତନ୍ତ୍ର ପ୍ୟାନେଲ ବିଭିନ୍ନ ଫେଡେରେସନ ଦ୍ବାରା ମନୋନୀତ ହୋଇଥିବା ଖେଳାଳିଙ୍କୁ ଚୟନ କରିବେ । ଏହାପରେ ଜାତୀୟ କ୍ରୀଡା ଦିବସ ଅଗଷ୍ଟ 29ରେ ସମସ୍ତ ଆୱାର୍ଡ ପ୍ରଦାନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.