ETV Bharat / sports

ଜ୍ଞାନେନ୍ଦ୍ର ନିଙ୍ଗୋମବାମ ହକି ଇଣ୍ଡିଆର ନୂଆ ସଭାପତି

author img

By

Published : Jul 10, 2020, 4:29 PM IST

Gyanendro Ningombam named as Hockey India's officiating president
ହକି ଇଣ୍ଡିଆର ନୂଆ ସଭାପତି ହେଲେ ଜ୍ଞାନେନ୍ଦ୍ର ନିଙ୍ଗୋମବାମ

ହକି ଇଣ୍ଡିଆର ନୂତନ ସଭାପତି ହୋଇଛନ୍ତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ । ଶୁକ୍ରବାର ଅନୁଷ୍ଠିତ ହକି ଇଣ୍ଡିଆର କାର୍ଯ୍ୟନିବାହୀ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ନୂଆଦିଲ୍ଲୀ: ହକି ଇଣ୍ଡିଆର ନୂତନ ସଭାପତି ହୋଇଛନ୍ତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ । ଶୁକ୍ରବାର ଅନୁଷ୍ଠିତ ହକି ଇଣ୍ଡିଆର କାର୍ଯ୍ୟନିବାହୀ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଜୁଲାଇ 7ରେ ମହମ୍ମଦ ମୁସ୍ତାକ ଅହମ୍ମଦ ହକି ଇଣ୍ଡିଆ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଆଜି ଅନୁଷ୍ଠିତ ବୋର୍ଡ ବୈଠକରେ, ଇସ୍ତଫା ପତ୍ର ଗ୍ରହଣ କରାଯାଇଥିଲା । ପରେ ହକି ଇଣ୍ଡିଆ ସମ୍ବିଧାନର ନିୟମାବଳୀ ଅନୁଯାୟୀ ସିନିୟର ଭାଇ-ପ୍ରେସିଡେଣ୍ଟ ପଦରେ କାର୍ଯ୍ୟରତ ଥିବା ଜ୍ଞାନେନ୍ଦ୍ର ନିଙ୍ଗୋମବାମଙ୍କୁ ବୋର୍ଡ ପକ୍ଷରୁ ସଭାପତି ରୂପେ ମନୋନୀତ କରାଯାଇଥିଲା ।

ବିଦାୟୀ ସଭାପତି ମୁସ୍ତାକ ଅହମ୍ମଦ ସଭାପତି ଭାବେ କାର୍ଯ୍ୟ କରିବା ପୂର୍ବରୁ ଜାତୀୟ ପରିଚାଳନା ବୋର୍ଡର ସାଧାରଣ ସମ୍ପାଦକ ଥିଲେ । ତାଙ୍କ ସମୟରେ ସଫଳତାର ସହ ସମ୍ମାନଜନକ FIH ପୁରୁଷ ବିଶ୍ବକପ 2018 ଓ FIH ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ 2019ର ଆୟୋଜନ କରିଥିଲା । ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଟିମ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ନିଙ୍ଗୋମବାମ ତୃଣମୂଳ ସ୍ତରରେ ହକି ପ୍ରତିଭାର ଅନ୍ବେଷଣ ଓ ସୁଯୋଗ ନେଇ ମଣୀପୁର ହକି ଆସୋସିଏସନ ସହ କିଛି ବର୍ଷ କାର୍ଯ୍ୟ କରିଛନ୍ତି । ମିୟାମର ସମ୍ପାଦକ ମଧ୍ୟ ରହିଛନ୍ତି । ମଣୀପୁର ହକିର ମୁଖ୍ୟ କାର୍ଯ୍ୟନିବାହୀ ଅଫିସର ଭାବେ 2009ରୁ 2014 ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ଏହାପରେ ମଣୀପୁର ହକିର ଉପ-ସଭାପତି ଭାବେ ନିର୍ବାଚିତ ହୋଇ 2014ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.