ETV Bharat / sports

ଲଢୁଆ ପ୍ରଦର୍ଶନ ପାଇଁ ମହିଳା ହକି ଟିମକୁ ନବୀନଙ୍କ ଶୁଭେଚ୍ଛା

author img

By

Published : Aug 6, 2021, 10:02 AM IST

CM Naveen patnaik Congratulates womens Hockey team India for brave fight against Great Britain
ଲଢୁଆ ପ୍ରଦର୍ଶନ ପାଇଁ ମହିଳା ହକି ଟିମକୁ ନବୀନଙ୍କ ଶୁଭେଚ୍ଛା

ଟୋକିଓ ଅଲମ୍ପିକର ମହିଳା ହକିରେ ବ୍ରୋଞ୍ଜ ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଛି ଭାରତ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଚଳିତ ଟୋକିଓ ଅଲମ୍ପିକର ମହିଳା ହକିରେ ବ୍ରୋଞ୍ଜ ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଛି ଭାରତ । ଗ୍ରେଟ ବ୍ରିଟେନ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା । ଏପରିକି ଏକ ସମୟରେ ମ୍ୟାଚ ଆରମ୍ଭରୁ ପଛୁଆ ଥିବା ରାନୀ ରାମପାଲଙ୍କ ଟିମ ଦମଦାର କମବ୍ୟାକ ସହ ବ୍ରିଟେନକୁ ପଛରେ ପକାଇ ବିଜୟ ଆଡକୁ ମୁହାଁଇଥିଲା । ମାତ୍ର ମ୍ୟାଚର ଶେଷ ଭାଗରେ ଏକାଧିକ ବାର ଭାରତୀୟ ଖେଳାଳିଙ୍କୁ ଗ୍ରୀନ କାର୍ଡ ଓ ୟେଲୋ କାର୍ଡ ମିଳିବା ଯୋଗେଁ ବେଞ୍ଚ୍‌ରେ ବସିବାକୁ ପଡିଲା ।

  • Congratulate Indian Women's Hockey Team for putting up a brave fight against Great Britain at #Tokyo2020. Keep your fighting spirit up and keep inspiring. Wish you all the very best for future. #Cheer4India#womenhockeyindia

    — Naveen Patnaik (@Naveen_Odisha) August 6, 2021 " class="align-text-top noRightClick twitterSection" data=" ">

ଏହାକୁ ସୁଯୋଗ ନେଇ ବ୍ରିଟେନ ପେନାଲିଟି କର୍ଣ୍ଣର ସାହାଯ୍ୟରେ ଗୋଲ୍‌ କରିବାକୁ ସଫଳ ହେଲା ଓ ଭାରତ ହାତରୁ ୪-୩ରେ ମ୍ୟାଚ ଛଡାଇନେଲା । ତେବେ ବ୍ରୋଞ୍ଜ ପଦକ ହାସଲ କରିପାରିନଥିଲେ ମଧ୍ୟ ଭାରତୀୟ ମହିଳା ହକି ଟିମର ଲଢୁଆ ପ୍ରଦର୍ଶନ ଦେଶବାସୀଙ୍କ ହୃଦୟ ଜିତିପାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେଁ ଲଢୁଆ ଖେଳ ପ୍ରଦର୍ଶନ ପାଇଁ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ନବୀନ ଟ୍ବିଟରେ ଲେଖିଛନ୍ତି, "ଗ୍ରେଟ ବ୍ରିଟେନ ବିପକ୍ଷରେ ଭାରତୀୟ ମହିଳା ଟିମର ପ୍ରଦର୍ଶନ ପ୍ରଶଂଶନୀୟ । ଲଢୁଆ ଖେଳ ପାଇଁ ଶୁଭେଚ୍ଛା । ଆଗକୁ ଏପରି ଲଢେଇ ଜାରିରହୁ ଓ ପ୍ରେରଣାର ଉତ୍ସ ହେଉ । ଭବିଷ୍ୟତ ପାଇଁ ଶୁଭେଚ୍ଛା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.