ETV Bharat / sports

ପୁଣି ଆରମ୍ଭ ହେବ କଳିଙ୍ଗ କପ

author img

By

Published : Mar 15, 2021, 6:43 AM IST

କଳିଙ୍ଗ କପ
କଳିଙ୍ଗ କପ

ଦୀର୍ଘ ବର୍ଷ ପରେ ପୁଣି ଆରମ୍ଭ ହେବ ମେଗା ଫୁଟବଲ ପ୍ରତିଯୋଗିତା କଳିଙ୍ଗ କପ୍‌ । ଅଧିକ ପଢନ୍ତୁ...

କଟକ: ଅପେକ୍ଷାର ଘଟିଲା ଅନ୍ତ । ଦୀର୍ଘ ବର୍ଷ ପରେ ପୁଣି ଆରମ୍ଭ ହେବ ପ୍ରସିଦ୍ଧ କଳିଙ୍ଗ କପ । ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଏହି ମେଗା ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ପ୍ରକ୍ରିୟା ।

ଟୁର୍ଣ୍ଣାମେଣ୍ଟରେ ଆଇଲିଗ ଓ ଇଣ୍ଡିଆନ ସୁପର ଲିଗର କିଛି ଦଳ ଅଂଶ ଗ୍ରହଣ କରିବେ । ଏହାସହ ରାଜ୍ୟର କିଛି ଫୁଟବଲ କ୍ଳବକୁ ମିଶାଇ ଆଗାମୀ କଳିଙ୍ଗ କପରେ ଖେଳାଯିବା ନେଇ ନିଷ୍ପତି ହୋଇଛି ।

ଆଜି ଓଡିଶା ଅଲମ୍ପିକ ସଂଘରେ ଫାଓ (ଓଡିଶା ଫୁଟବଲ ସଂଘ )ର ବସିଥିବା ବୈଠକରେ ଏପରି ନିଷ୍ପତି ହୋଇଛି । ସେହିପରି ଆଗାମୀ ଦିନରେ ବିଭିନ୍ନ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ବୈଠକରେ 2019- 20 ଓ 2020-21 ପାଇଁ ବାର୍ଷିକ ବଜେଟ ଉପସ୍ଥାପନ କରିଥିଲେ ସମ୍ପାଦକ ଆର୍ଶିବାଦ ବେହେରା । ରାଜ୍ୟ ସରକାରଙ୍କ ସହାୟତାରେ ଏହି କଳିଙ୍ଗ କପ ଆୟୋଜନ ହେବ । ଏହାଛଡା ଫୁଟବଲ କୋଚ ପ୍ରଶିକ୍ଷଣ ଓ ରେଫରି ଦକ୍ଷତାକୁ ଆହୁରି ମଜଭୁତ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.