ETV Bharat / sports

ମହିଳା ବିଶ୍ବକପ କ୍ବାଲିଫାୟର ମ୍ୟାଚ୍‌ର ଆୟୋଜକ ଜିମ୍ବାୱେ

author img

By

Published : Aug 19, 2021, 4:25 PM IST

ନଭେମ୍ବର ୨୧ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଜିମ୍ବାୱେକୁ ମିଳିଲା ମହିଳା କ୍ରିକେଟ ବିଶ୍ବକପ ୨୦୨୨ କ୍ବାଲିଫାୟର । ଅଧିକ ପଢନ୍ତୁ...

Zimbabwe to host 2022 Women's Cricket World Cup qualifiers
ମହିଳା ବିଶ୍ବକପ କ୍ବାଲିଫାୟର ମ୍ୟାଚ୍‌ର ଆୟୋଜକ ଜିମ୍ବାୱେ

ଦୁବାଇ: ଜିମ୍ବାୱେକୁ ମିଳିଲା ମହିଳା କ୍ରିକେଟ ବିଶ୍ବକପ ୨୦୨୨ କ୍ବାଲିଫାୟର ମ୍ୟାଚ୍‌ର ଆୟୋଜକ ମାନ୍ୟତା । ନଭେମ୍ବର ୨୧ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁ‌ଡିକ ଖେଳାଯିବ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଗୁରୁବାର ଘୋଷଣା କରିଛି ।

ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ ମଧ୍ୟରେ ୩ଟି ସ୍ଥାନ ପାଇଁ ଲଢେଇ ହେବ । ୧୦ଟି ଟିମ ହେଉଛନ୍ତି, ବାଂଲାଦେଶ, ଆୟରଲାଣ୍ଡ, ନେଦରଲାଣ୍ଡ, ପାକିସ୍ତାନ, ପପୁଆ ନ୍ୟୁ ଗିନିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଆମେରିକା, ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ । ଆସନ୍ତାବର୍ଷ ନ୍ୟୁଜିଲାଣ୍ଡରେ ମାର୍ଚ୍ଚ ୪ରୁ ଏପ୍ରିଲ ୩ ମଧ୍ୟରେ ଖେଳାଯିବାକୁ ଥିବା ମହିଳା ବିଶ୍ବକପ ପାଇଁ ୩ଟି ଟିମ ଯୋଗ୍ୟତା ଅର୍ଜନ କରିବେ ।

ପୂର୍ବରୁ ଆଇସିସି ମହିଳା ଚମ୍ପିଆନସିପ୍‌ ମାଧ୍ୟମରେ ୫ଟି ଟିମ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ଦକ୍ଷିଣ ଆଫ୍ରିକା ଓ ଆୟୋଜକ ନ୍ୟୁଜିଲାଣ୍ଡ ଏହି ତାଲିକାରେ ରହିଛନ୍ତି ।

"ICC ମହିଳା କ୍ରିକେଟ ବିଶ୍ବକପ କ୍ବାଲିଫାୟାର୍ସ ଅନ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା । ଏହା କେବଳ ଟିମଙ୍କୁ ଆଗାମୀ ବିଶ୍ବକପ ଟିକେଟ ଦେବନି ବରଂ ICC ମହିଳା ଚମ୍ପିଆନସିପ୍‌ର ପରବର୍ତ୍ତୀ ସଂସ୍କରଣରେ ଶୀର୍ଷ ଦୁଇଟି ଅଂଶଗ୍ରହଣ ଟିମ ନିର୍ଣ୍ଣୟ କରିବ ।" ଏହା କହିଛନ୍ତି, ICCର ଇଭେଣ୍ଟ୍‌ସ ମୁଖ୍ୟ କ୍ରିସ ଟାଟଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.