ETV Bharat / sports

Womens World Cup: ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ରୋମାଞ୍ଚକର ବିଜୟ

author img

By

Published : Mar 11, 2022, 5:15 PM IST

ମହିଳା କ୍ରିକେଟ ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ରୋମାଞ୍ଚକର ବିଜୟ । ଶେଷ ଓଭରରେ ଗୁରୁତ୍ବପୂର୍ଣ୍ଣ ୨ଟି ୱିକେଟ ହାସଲ କରିବା ସହ ପାକିସ୍ତାନକୁ ୬ ରନ୍‌ରେ ହରାଇଛି ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ

women's World Cup: Ismail shines with the ball as South Africa clinch thriller against Pakistan
Women's World Cup: ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ରୋମାଞ୍ଚକର ବିଜୟ

ମାଉଣ୍ଟ ମାଉଙ୍ଗନୁଇ(ନ୍ୟୁଜିଲାଣ୍ଡ): ଚଳିତ ମହିଳା କ୍ରିକେଟ ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ରୋମାଞ୍ଚକର ବିଜୟ । ଶେଷ ଓଭରରେ ଗୁରୁତ୍ବପୂର୍ଣ୍ଣ ୨ଟି ୱିକେଟ ହାସଲ କରିବା ସହ ପାକିସ୍ତାନ ବିପକ୍ଷରେ ୬ ରନ୍‌ର ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଫଳରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବିଶମାହ ମାରୁଫଙ୍କ ନେତୃତ୍ବାଧିନ ପାକିସ୍ତାନ ଟିମ ଟୁର୍ନାମେଣ୍ଟର ଲିଗ ପର୍ଯ୍ୟାୟରେ ଆଉ ଏକ ପରାଜୟର ସାମ୍ନା କରିଛି ।

ପାକିସ୍ତାନ ଶେଷ ଓଭରରେ ବିଜୟ ପାଇଁ ୧୦ ରନ୍‌ ଆବଶ୍ୟକ କରୁଥିବାବେଳେ, ଇସମେଲ ଦୁଇଟି ଅକ୍ତିଆର କରିବା ସହ ମାତ୍ର ୩ ରନ୍‌ ବ୍ୟୟ କରିଥିଲେ । ଏଥିସହ ଦକ୍ଷିଣ ଆଫ୍ରିକାକୁ ଟୁର୍ନାମେଣ୍ଟର ଦ୍ବିତୀୟ ବିଜୟ ଭେଟିଦେଇଥିଲେ । ପୂର୍ବରୁ ପାକିସ୍ତାନ ସ୍ପିନର ଗୁଲମ ଫାତିମାଙ୍କ ୩ଟି ୱିକେଟ ଦଖଲ ସହ କଞ୍ଜୁସି ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକାକୁ ୨୨୩ ରନ୍‌ରେ ରୋକିଥିଲା ପାକିସ୍ତାନ । ଦକ୍ଷିଣ ଆଫ୍ରିକା କ୍ୟାପେଟନ ସୁନର ଲୁସ ୬୨ ଓ ଓପନର ଲାଉରା ୱଲଭାରଡଟ୍‌ ୭୫ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ପରେ ଓମାନିଆ ସୋହେଲ ୬୫ ଓ ନିଦା ଦାରଙ୍କ ୫୫ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ସତ୍ତ୍ବେ ଦକ୍ଷିଣ ଆଫ୍ରିକାର ବୋଲର ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍‌ରେ ଅପରାଜେୟ ରହିବା ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଯାଇଛି । ଅନ୍ୟପଟେ ପାକିସ୍ତାନ ଲଗାତାର ୩ଟି ପରାଜୟ ପରେ ପଏଣ୍ଟ ଟେବୁଲର ଶେଷ ଭାଗରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.