ETV Bharat / sports

WPL 2023: ଝୁଲଣ ମୁମ୍ବାଇ ବୋଲିଂ କୋଚ

author img

By

Published : Feb 2, 2023, 1:50 PM IST

womens premier league
jhulan goswami mumbai bowling coach

ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତୀୟ ମହିଳା ବୋଲର ଝୁଲଣ ଗୋସ୍ବାମୀ ମୁ୍ମ୍ବାଇ ଦଳର ବୋଲିଂ କୋଚ ନିଯୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମହିଳା ଆଇପିଏଲର ପ୍ରଥମ ସଂସ୍କରଣ । ଏନେଇ ସମସ୍ତ ପ୍ରସ୍ତୁତି ଜୋରଦାର ହୋଇଛି । ଖୁବଶୀଘ୍ର ମହିଳା ଆଇପିଏଲ ନିଲାମୀ ମଧ୍ୟ କରାଯିବାର ବ୍ୟବସ୍ଥା କରାଯାଉଛି । ଭାରତୀୟ ମହିଳା କ୍ରକେଟ ଦଳର ପୂର୍ବତନ ପେସ ବୋଲର ମୁମ୍ବାଇ ଦଳର ବୋଲିଂ କୋଚ ଓ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । କିଛି ଦିନ ତଳେ କିମ୍ବଦନ୍ତୀ କ୍ରିକେଟର ମିତାଲି ରାଜ ଗୁଜୁରାଟ ଜିଆଣ୍ଟସର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ ।

ଭାରତୀୟ ମହିଳା ଦଳର ଜଣେ ଅଭିଜ୍ଞ ଖେଳାଳି ଥିଲେ ଝୁଲଣ । 40 ବର୍ଷୀୟ ଝୁଲଣ ଗତବର୍ଷ ସେପ୍ଟେମ୍ବର 25 ତାରିଖରେ ସମସ୍ତ ଫର୍ମାଟରୁ ଅବସର ନେଇଥିଲେ । ଝୁଲଣ ତାଙ୍କ କ୍ୟାରିଅରରେ 5 ଥର ଦିନିକିଆ ବିଶ୍ବକପରେ ଭାଗ ନେଇଛନ୍ତି । 2005, 2009, 2013, 2017 ଏବଂ 2022 ବିଶ୍ବକପରେ ପ୍ରତିନିଧିତ୍ବ କରିଥିଲେ ଝୁଲଣ । ମହିଳା ବିଶ୍ବକପରେ ସର୍ବାଧିକ ୱିକେଟ ନେବାର ରେକର୍ଡ ତାଙ୍କ ନାମରେ ରହିଛି । ଝୁଲଣ ଗୋସ୍ବାମୀ ଭାରତୀୟ ମହିଳା କ୍ରିକେଟ ବୋଲିଂ ଜଗତରେ ଏକ ମାଇଲଷ୍ଟୋନ । ସେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗାଯୋଗରେ ଥିବା ସୂଚନା ମିଳିଥିଲା ମାତ୍ର ସେ ମୁମ୍ବାଇକୁ ଅଧିକ ପସନ୍ଦ କରିଥିଲେ । ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି ।

ଏହା ବି ପଢନ୍ତୁ...WPL Auction: ଚଳିତ ମାସ ଦ୍ବିତୀୟ ସପ୍ତାହରେ ହୋଇପାରେ ନିଲାମୀ

ସେ 204ଟି ଦିନିକିଆ ମ୍ୟାଚ ଖେଳି 255ଟି ୱିକେଟ ନେଇଛନ୍ତି । 12ଟି ଟେଷ୍ଟ ମ୍ୟାଚ ଖେଳି 44ଟି ୱିକେଟ ନେଇଥିବାବେଳେ 60ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳି 56ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । ଅଭିଜ୍ଞତା ନେଇ ତାଙ୍କୁ ମହିଳା ଆଇପିଏଲ ମୁମ୍ବାଇ ଦଳର ବୋଲିଂ କୋଚ ଓ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଖୁବଶୀଘ୍ର ଝୁଲଣଙ୍କ ଜୀବନ ଉପରେ ଆଧାରିତ ଏକ ଫିଲ୍ମ ଆସିବାକୁ ଯାଉଛି । ଯାହାର ନାମ ହେଉଛି ଚକଦା ଏକ୍ସପ୍ରେସ । ଯେଉଁଥିରେ ଝୁଲଣଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶର୍ମା ।

ଏହା ବି ପଢନ୍ତୁ...WPL: ଗୁଜୁରାଟ ଜିଆଣ୍ଟସ ମେଣ୍ଟର ହେଲେ ମିତାଲି

ପ୍ରକାଶ ଥାଉ କି, ଚଳିତ ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ୫ଟି ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମର ବିକ୍ରି ହୋଇସାରିଛି । ଏଥିରେ ସବୁଠୁ ଅଧିକ ଦାମର ଅହମ୍ମଦାବାଦ ଟିମ ଦେଇଛି । ଯାହା ଆଦାନୀ ଗ୍ରୁପ ଲଗାଇଛି । ଏହା ପରେ ମୁମ୍ବାଇ ଟିମକୁ ଇଣ୍ଡିଆୱିନ ସ୍ପୋର୍ଟସ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ । ତେବେ ଚଳିତ ଥର ମହିଳା IPLରେ ଆଦାନୀ ଗ୍ରୁପ ଏବଂ ଅମ୍ବାନୀ ଗ୍ରୁପ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆଶା ରହିଛି । ଚଳିତ ମାସ ଦ୍ବିତୀୟ ସପ୍ତାହରେ ମହିଳା ଆଇପିଏଲ ଖେଳାଳି ନିଲାମୀ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.