ETV Bharat / sports

WPL: ଗୁଜୁରାଟ ଜିଆଣ୍ଟସ ମେଣ୍ଟର ହେଲେ ମିତାଲି

author img

By

Published : Jan 29, 2023, 9:48 AM IST

କିମ୍ବଦନ୍ତୀ କ୍ରିକେଟର ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କୁ ଗୁରୁ ଦାୟିତ୍ବ । ମିତାଲି ହେଲେ ମହିଳା ପ୍ରିମିୟର ଲିଗ ଗୁଜୁରାଟ ଜିଆଣ୍ଟସ ଫ୍ରାଞ୍ଚାଇଜର ମେଣ୍ଟର । ଅଧିକ ପଢନ୍ତୁ

ମିତାଲି ରାଜ
ମିତାଲି ରାଜ

ଅହମ୍ମଦାବାଦ: ମିତାଲି ରାଜଙ୍କୁ ମେଣ୍ଟର ଭାବରେ ନିଯୁକ୍ତ କଲା ଗୁଜୁରାଟ ଜିଆଣ୍ଟସ । କିମ୍ବଦନ୍ତୀ କ୍ରିକେଟର ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କୁ ଗୁରୁ ଦାୟିତ୍ବ । ମିତାଲି ହେଲେ ମହିଳା ପ୍ରିମିୟର ଲିଗ ଗୁଜୁରାଟ ଜିଆଣ୍ଟସ ଫ୍ରାଞ୍ଚାଇଜିର ମେଣ୍ଟର । ମହିଳା ପ୍ରିମିୟର ଲିଗ ପାଇଁ ଦଳଗୁଡିକର ନିଲାମୀ ଶେଷ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ନେଇ ମିଡିଆ ରିପୋର୍ଟରେ କୁହାଯାଇଛି ।

ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ମିତାଲି ରାଜ ୨୦୨୨ ବର୍ଷରେ କ୍ରିକେଟରୁ ଅବସର ନେଇ ୨୩ ବର୍ଷର ଲମ୍ବା କ୍ୟାରିୟରର ପୂର୍ଣ୍ଣଛେଦ ପକାଇଥିଲେ । ୪୦ ବର୍ଷିୟ ମିତାଲି ରାଜଙ୍କୁ ଏବେ ନୂଆ ଦାୟିତ୍ବ ମିଳିଛି । ମହିଳା ପ୍ରିମିୟର ଲିଗ୍‌ରେ ଗୁଜୁରାଟ ଜିଆଣ୍ଟସ ତାଙ୍କୁ ମେଣ୍ଟର ଭାବରେ ଭରସା କରିଛି । ତେବେ ମିତାଲି ତାଙ୍କର ଦାୟିତ୍ବକୁ ସୁଚାର ରୂପେ ତୁଲାଇବା ସହିତ ମହିଳା କ୍ରିକେଟକୁ ତୃଣ ମୂଳ ସ୍ତରରୁ ପ୍ରୋତ୍ସାହିତ କରିବେ ।

  • Adani Sportsline’s is jubilant to have on board Padma Shri and former Indian captain of the women’s national #cricket team, Mithali Raj as a mentor & advisor for the women’s premier league. We all are looking forward to scoring some great innings with this partnership. @M_Raj03

    — Pranav Adani (@PranavAdani) January 28, 2023 " class="align-text-top noRightClick twitterSection" data=" ">

ଗୁଜୁରାଟ ଜିଆଣ୍ଟସରେ ମିତାଲି ରାଜଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବା ପରେ ସେ ବେଶ୍ ଖୁସି ଥିବା କହିଛନ୍ତି । ଏନେଇ ସେ କହିଥିଲେ "ମହିଳା ପ୍ରିମୟର ଲିଗ୍‌ର ପ୍ରଥମ ସଂସ୍କରଣ ମହିଳା କ୍ରିକେଟକୁ ଆଗକୁ ବଢାଇବା ପାଇଁ ବେଶ୍ ସହାୟକ ହେବ । ଆଦାନୀ ଗ୍ରୁପରେ ମୋତେ ମେଣ୍ଟର ଭାବରେ ଗୁରୁ ଦାୟିତ୍ବ ମିଳିବା ଏହା ମୋ ପାଇଁ ସୌଭାଗ୍ୟର କଥା । ମହିଳା କ୍ରିକେଟରଙ୍କ କୌଶଳ ବିକାଶ ପାଇଁ ଏହି ମହିଳା ପ୍ରିମିୟର ଲିଗ ସହାୟକ ହେବ । ଯୁବକଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏତିରେ ବେଶ୍ ଉତ୍ସାହିତ ହେବେ ।" ସେହିପରି ଅଦାନୀ ଏଣ୍ଟରପ୍ରାଇଜେସ୍‌ର ନିର୍ଦ୍ଦେଶକ ପ୍ରଣବ ଆଦାନୀ କହିଛନ୍ତି "ମିତାଲି ରାଜ ଭାରତୀୟ ଖେଳାଳିଙ୍କ ପାଇଁ ପ୍ରେରଣା । ମହିଳା ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ୫ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି ।" ଏହି ଟିମ୍‌ଗୁଡ଼ିକ ହେଲା ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ୍‌ ଟିମ୍‌ର ନିଲାମୀ ହୋଇସାରିଛି । ଆଦାନୀ ସ୍ସୋର୍ଟସ ଲାଇନ, ଅହମ୍ମଦାବାଦ, ସବୁଠୁ ଅଧିକ ୧୨୮୯ କୋଟି ଟଙ୍କାରେ ନିଲାମ ହୋଇଛି ।

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟିକା ମିତାଲି ରାଜ ଚଳିତ ବର୍ଷ ଜୁନ ୮ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଥିଲେ । ବର୍ଷ ୧୯୯୯ରେ ସେ ୧୬ ବର୍ଷ ବୟସରୁ କ୍ରିକେଟ ଦୁନିଆରେ ପାଦ ଥାପିଥିଲେ । ସେ ଟିମ ଇଣ୍ଡିଆ ତରଫରୁ ୧୨ ଟି ଟେଷ୍ଟ, ୨୩୨ଟି ଦିନିକିଆ ଏବଂ ୮୯ ଟି ଟି୨୦ ମ୍ୟାଚ ଖେଳିଛନ୍ତି । ମିତାଲି ରାଜଙ୍କ ଅଧିନାୟକତ୍ବରେ ଭାରତ ବିଶ୍ବକପରେ ଦୁଇଥର ଉପବିଜେତା ରହିଛି । ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ମିତାଲି ବିଶ୍ବର ସର୍ବାଧିକ ରନ ସଂଗ୍ରହ କରିଥିବା କ୍ରିକେଟର । ସେ ୭ଟି ଶତକ ଏବଂ ୬୪ଟି ଅର୍ଦ୍ଧଶତକ ସହିତ ୭୮୦୫ ରନ ସଂଗ୍ରହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.