ETV Bharat / sports

WPL Auction: ଚଳିତ ମାସ ଦ୍ବିତୀୟ ସପ୍ତାହରେ ହୋଇପାରେ ନିଲାମୀ

author img

By

Published : Feb 2, 2023, 8:00 AM IST

ପ୍ରଥମ ମହିଳା ଆଇପିଏଲ ନିଲାମୀ ନେଇ ସମୟସୀମା ଧାର୍ଯ୍ୟ ହୋଇଛି । ଚଳିତମାସ ଫେବୃଆରୀ ଦ୍ବିତୀୟ ସପ୍ତାହରେ ନିଲାମୀ ହୋଇପାରେ । ଅଧିକ ପଢନ୍ତୁ

WPL Auction
ମହିଳା ଆଇପିଏଲ ନିଲାମୀ 2023

ହାଇଦ୍ରାବାଦ: ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମହିଳା ପ୍ରିମିୟର ଲିଗ ନେଇ ଖୁବ ଶୀଘ୍ର ନିଲାମୀ ହେବାକୁ ଯାଉଛି । ଚଳିତମାସ ଦ୍ବିତୀୟ ସପ୍ତାହରେ ମହିଳା ଆଇପିଏଲ ନିଲାମୀ ହୋଇପାରେ । ମୁମ୍ବାଇ ପ୍ରଥମ ସଂସ୍କରଣ ଆୟୋଜନ କରିବ । ଏହି ମହିଳା IPLର ପ୍ରଥମ ସଂସ୍କରଣରେ ୫ ଦଳ ଖେଳିବେ ।

ଫେବୃଆରୀ 11ରେ ଦିଲ୍ଲୀ କିମ୍ବା 13 ତାରିଖରେ ମୁମ୍ବାଇରେ ନିଲାମୀ ହୋଇପାରେ । ଏ ସପ୍ତାହରେ ବିସିସିଆଇ ନିଲାମୀ ନେଇ ଚୂଡାନ୍ତ ନିଷ୍ପତ୍ତି ନେବ । ପୂର୍ବରୁ ବିସିସିଆଇ ମୁମ୍ବାଇରେ ଫେବୃଆରୀ 6 ତାରିଖରେ ନିଲାମୀ ପାଇଁ ତାରିଖ ସ୍ଥିର କରିଥିଲା । ମାତ୍ର ଦୁଇଟି କାରଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । WPL କିଣିଥିବା 5ଟି ଫ୍ରାଞ୍ଚାଇଜରୁ 4ଟି ୟୁଏଇରେ ଚାଲିଥିବା ଆଇଏଲଟି 20 ଏବଂ ଏସଏ20 ସମ୍ପୃକ୍ତ ରହିଛନ୍ତି ତେଣୁ ଫେବୃଆରୀ 6 ତାରିଖକୁ ପରିବର୍ତ୍ତନ କରାଯାଇଥିଲା ।

ଏହା ବି ପଢନ୍ତୁ...ରାଇନାଙ୍କ ରେକର୍ଡ ଭାଙ୍ଗିଲେ ଗିଲ, ତିନୋଟି ଫର୍ମାଟରେ ଶତକ ହାସଲରେ ସର୍ବକନିଷ୍ଠ ଭାରତୀୟ

ଆଇଏଲଟି20 ଓ ଏସଏ20ର ଫାଇନାଲ ଫେବୃଆରୀ 11 ଓ 12 ତାରିଖରେ ଖେଳାଯିବ । ତେଣୁ ଫ୍ରାଞ୍ଚାଇଜ ମାଲିକ ଏବଂ ସ୍ପୋର୍ଟ୍ସ ଷ୍ଟାଫମାନେ ନିଜ ନିଜ ଦଳ ସହ ମୁମ୍ବାଇରେ ପହଞ୍ଚିବେ । ଦ୍ବିତୀୟ କାରଣ ଦେଲା ଦଳ କିଣିବା ପରେ ପ୍ରଶିକ୍ଷଣ ଓ ଷ୍ଟାଫ ଯୋଗାଡ କରିବା ଲାଗି କମ ସମୟ ମିଳିଥିବା । ତେଣୁ ଫେବୃଆରୀ 6କୁ ଘୁଞ୍ଚାଇବାକୁ ଫ୍ରାଞ୍ଚାଇଜ ଗୁଡିକ ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଣ୍ଡର ୧୯ ମହିଳା ଟିମକୁ ସମ୍ବର୍ଦ୍ଧନା , BCCI ଦେଲା ୫ କୋଟିର ଚେକ୍

ଚଳିତ ମହିଳା ପ୍ରିମିୟର ଲିଗ ସଂସ୍କରଣରେ ୫ଟି ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମର ବିକ୍ରି ହୋଇସାରିଛି । ଏଥିରେ ସବୁଠୁ ଅଧିକ ଦାମର ଅହମ୍ମଦାବାଦ ଟିମ ଦେଇଛି । ଯାହା ଆଦାନୀ ଗ୍ରୁପ ଲଗାଇଛି । ଏହା ପରେ ମୁମ୍ବାଇ ଟିମକୁ ଇଣ୍ଡିଆୱିନ ସ୍ପୋର୍ଟସ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ । ତେବେ ଚଳିତ ଥର ମହିଳା IPLରେ ଆଦାନୀ ଗ୍ରୁପ ଏବଂ ଆମ୍ବାନୀ ଗ୍ରୁପ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆଶା ରହିଛି ।

ମହିଳା ପ୍ରିମିୟର ଲିଗ ୫ ଟିମ-ଆଦାନୀ ସ୍ସୋର୍ଟସ ଲାଇନ, ଅହମ୍ମଦାବାଦ, ୧୨୮୯ କୋଟି ଟଙ୍କା । ଇଣ୍ଡିଆୱିନ ସ୍ସୋର୍ଟସ, ରିଲାଏନ୍ସ ଗ୍ରୁପ, ୯୧୨.୯୯ କୋଟି ଟଙ୍କା । ରୋୟାଲ ଚ୍ୟାଲେଞ୍ଜର୍ସ ସ୍ସୋର୍ଟସ, ବେଙ୍ଗାଲୁରୁ, ୯୦୧ କୋଟି ଟଙ୍କା । JSW GMR କ୍ରିକେଟ, ଦିଲ୍ଲୀ, ୮୧୦ କୋଟି ଟଙ୍କା । କୈପ୍ରୀ ଗ୍ଲୋବାଲ ହୋଲ୍ଡିଙ୍ଗ୍ସ, ଲକ୍ଷ୍ନୌ, ୭୫୭ କୋଟି ଟଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.