ETV Bharat / sports

ମହିଳା ପ୍ରିମିୟର ଲିଗ୍‌ ୨୦୨୪, ଆଜି ମୁମ୍ବାଇରେ ନିଲାମୀ ପ୍ରକ୍ରିୟା

author img

By ETV Bharat Odisha Team

Published : Dec 9, 2023, 7:32 AM IST

Etv Bharat
Etv Bharat

WPL Auction 2024: ଆଜି ଡବ୍ଲୁପିଏଲ ଦ୍ବିତୀୟ ସଂସ୍କଣ ପାଇଁ ନିଲାମୀ ପ୍ରକ୍ରିୟା । ମନ ପସନ୍ଦର ଖେଳାଳିଙ୍କୁ କିଣିବେ ଫ୍ରାଞ୍ଚାଇଜ ଟିମ । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ଆଇପିଏଲର ଦ୍ବିତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି । ଏଥି ପାଇଁ ଆଜି ବସିବ ନିଲାମୀ ହାଟ । ମୁମ୍ବାଇରେ ମହିଳା ପ୍ରିମିୟର ଲିଗ୍‌ 2024 ପାଇଁ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ମନ ପସନ୍ଦର ଖେଳାଳିଙ୍କୁ କିଣିବା ପାଇଁ 5 ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜୁରାଟ ଜିଆଣ୍ଟସ୍, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ୟୁପି ୱାରିଅର୍ସ ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦିତା ହେବ । ନିଲାମୀ ପାଇଁ ବିସିସିଆଇ 165 ଖେଳାଳିଙ୍କ ତାଲିକା ଜାରି କରିଛି । ଆଜିର ନିଲାମୀରେ 30 ଖେଳାଳି ବିକ୍ରି ହେବ । ସେମାନଙ୍କ ମଧ୍ୟରେ 9 ଜଣ ବିଦେଶୀ ଖେଳାଳି ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଡିସେମ୍ବର 9ରେ ମହିଳା ଆଇପିଏଲ ନିଲାମୀ

ଏହା ପୂର୍ବରୁ 5ଟି ଫ୍ରାଞ୍ଚାଇଜ୍‌ ଦଳ ଗୁଜୁରାଟ, ମୁମ୍ବାଇ, ବାଙ୍ଗାଲୋର, ଦିଲ୍ଲୀ ଓ ୟୁପି ସେମାନଙ୍କ ମନ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ ରଖି ଅନ୍ୟ ଖେଳାଳିଙ୍କୁ ନିଲାମ ପାଇଁ ମୁକ୍ତ କରିଥିଲେ । ମୋଟ 60 ଜଣ ଖେଳାଳି 5ଟି ଯାକ ଦଳରେ ସ୍ଥାନ ବଜାୟ ରଖିଥିବାବେଳେ ସେମାନଙ୍କ ମଧ୍ୟରେ 21 ଜଣ ବିଦେଶୀ ଖେଳାଳି ରହିଛନ୍ତି । 29 ଜଣ ଖେଳାଳିଙ୍କୁ ନିଲାମୀ ପାଇଁ ମୁକ୍ତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ବିସିସିଆଇ ଗଠନ କଲା ନୂଆ WPL କମିଟି, ରୋଜର ବିନ୍ନି ଅଧ୍ୟକ୍ଷ ଓ ଜୟ ଶାହ ଆବାହକ

ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ପ୍ରତ୍ୟେକ ଦଳ ଖେଳାଳି କ୍ରୟ ବାବଦରେ 12 କୋଟି ଟଙ୍କା ଦିଆଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିଅର୍ସ ଏହି ଅର୍ଥର ସମ୍ପୂର୍ଣ୍ଣ ବିନିଯୋଗ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନୋଟି ଦଳ ଗୁଜୁରାଟ ଜିଆଣ୍ଟସ 5 ଲକ୍ଷ ଟଙ୍କା, ଦିଲ୍ଲୀ 35 ଲକ୍ଷ ଟଙ୍କା ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ 10 ଲକ୍ଷ ଟଙ୍କା ବଳକା ରହିଥିଲା ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଡବ୍ଲୁପିଏଲର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିଲା । ଦ୍ବିତୀୟ ସଂସ୍କରଣ କେବେ କେଉଁଠି ମ୍ୟାଚ ଖେଳାଯିବ ସେନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । ପ୍ରଥମ ସଂସ୍କରଣରେ ସ୍ମୃତି ମାନ୍ଧାନା ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ । ବାଙ୍ଗାଲୋର ଟିମ ତାଙ୍କୁ 3.4 କୋଟି ଟଙ୍କାରେ କିଣିଥିଲା । ତେବେ ଦ୍ବିତୀୟ ସଂସ୍କରଣରେ ସବୁଠାରୁ ଦାମି ଖେଳାଳି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.