ETV Bharat / sports

ଡିସେମ୍ବର 9ରେ ମହିଳା ଆଇପିଏଲ ନିଲାମୀ

author img

By ETV Bharat Odisha Team

Published : Nov 25, 2023, 10:36 AM IST

WPL Season 2 auction
WPL Season 2 auction

ଡିସେମ୍ବରର 9ରେ ମହିଳା ପ୍ରିମିୟର ଲିଗ ନିଲାମୀ । ମୁମ୍ବାଇରେ ହେବ ନିଲାମୀ ପ୍ରକ୍ରିୟା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବ ମହିଳା ଆଇପିଏଲର ଦ୍ବିତୀୟ ସଂସ୍କରଣ । ଏନେଇ ଜୋରଦାର ପ୍ରସ୍ତୁତି ଚଳାଇଛି ବିସିସିଆଇ । ମହିଳା ପ୍ରିମିୟର ଲିଗ ପାଇଁ ଆସନ୍ତା ଡିସେମ୍ବର 9 ତାରିଖରେ ମୁମ୍ବାଇରେ ନିଲାମୀ ଆୟୋଜନ ହେବ । ଡବ୍ଲୁପିଏଲର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ 5ଟି ଦଳ ସେମାନଙ୍କ ରିଟେନସନ ଲିଷ୍ଟ ଘୋଷଣା କରିସାରିଛନ୍ତି । ଆସନ୍ତା ବର୍ଷ ଫେବୃଆରୀ ନହେଲେ ମାର୍ଚ୍ଚ ମାସରେ ଡବ୍ଲୁପିଏଲର ଦ୍ବିତୀୟ ସଂସ୍କରଣ ଆରମ୍ଭ ହେବ ବୋଲି କୁହାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡାନ୍ତ ତାରିଖ ଘୋଷଣା କରାଯାଇ ନାହିଁ ।

5ଟି ଫ୍ରାଞ୍ଚାଇଜ ଦଳ ବାଙ୍ଗାଲୋର, ଗୁଜୁରାଟ, ମୁମ୍ବାଇ, ଦିଲ୍ଲୀ ଓ ୟୁପି ମନ ପସନ୍ଦର ଖେଳାଳିଙ୍କୁ ରଖି ବାକି ସମସ୍ତ ଖେଳାଳିଙ୍କୁ ନିଲାମ ପାଇଁ ମୁକ୍ତ କରିଛନ୍ତି । ମୋଟ 60 ଜଣ ଖେଳାଳି 5ଟି ଯାକ ଦଳରେ ସ୍ଥାନ ବଜାୟୀ ରଖିଥିବା ବେଳେ ସେମାନଙ୍କ ମଧ୍ୟରେ 21 ଜଣ ବିଦେଶୀ ଖେଳାଳି ରହିଛନ୍ତି । 29 ଜଣ ଖେଳାଳିଙ୍କୁ ନିଲାମୀ ପାଇଁ ମୁକ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲ୍‌ 2024 ପାଇଁ ଜୋରଦାର ପ୍ରସ୍ତୁତି, ନିଲାମ ସୂଚୀରେ 590 ଖେଳାଳି

ଡବ୍ଲୁପିଏଲର ପ୍ରଥମ ସଂସ୍କରଣରେ ପ୍ରତ୍ୟେକ ଦଳ ଖେଳାଳି କ୍ରୟ ବାବଦରେ 12 କୋଟି ଟଙ୍କା ଦିଆଯାଇଥିଲା । କେବଳ ଦୁଇଟି ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିଅର୍ସ ଏହି ଅର୍ଥର ସମ୍ପୂର୍ଣ୍ଣ ବିନିଯୋଗ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ ତିନୋଟି ଦଳ ଗୁଜୁରାଟ ଜିଆଣ୍ଟସ 5 ଲକ୍ଷ ଟଙ୍କା, ଦିଲ୍ଲୀ 35 ଲକ୍ଷ ଟଙ୍କା ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ 10 ଲକ୍ଷ ଟଙ୍କା ବଳକା ରହିଥିଲା ।

ଚଳିତ ବର୍ଷ ଆରମ୍ଭରେ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଖେଳା ଯାଇଥିଲା । ମୁମ୍ବାଇର ତିନୋଟି ସ୍ଥାନରେ 22ଟି ମ୍ୟାଚ ଖେଳା ଯାଇଥିଲା । ବହୁ ବିଦେଶୀ କ୍ରିକେଟର ମଧ୍ୟ ସାମିଲ ହୋଇଥିଲେ । ତେବେ ଚଳିତ ଥର କେଉଁଠି ଓ କେବେ ମ୍ୟାଚ ଆରମ୍ଭ ହେବ ସେନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । ପ୍ରଥମ ସଂସ୍କରଣରେ ସ୍ମୃତି ମାନ୍ଧାନା ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ । ବାଙ୍ଗାଲୋର ଟିମ ତାଙ୍କୁ 3.4 କୋଟି ଟଙ୍କାରେ କିଣିଥିଲା । ସେହିପରି ଆସଲି ଗାର୍ଡେନରଙ୍କୁ ଗୁଜୁରାଟ ଜିଆଣ୍ଟସ 3.2 କୋଟି ଟଙ୍କାରେ କିଣିଥିଲା । 7ଜଣ ଖେଳାଳି 2କୋଟି ଟଙ୍କାରେ ନିଲାମୀ ହୋଇଥିଲେ । ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରଫି ହାତେଇଥିଲା । ଚଳିତ ବର୍ଷ କେଉଁ ଖେଳାଳି ସବୁଠାରୁ ଅଧିକ ଟଙ୍କାରେ ନିଲାମୀ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.