ETV Bharat / sports

ICC ODI Rankings: ବ୍ୟାଟିଂରେ ଉପରକୁ ଉଠିଲେ କୋହଲି-ରାହୁଲ, କୁଳଦୀପଙ୍କ ରାଙ୍କିଂରେ ବି ଉନ୍ନତି

author img

By ETV Bharat Odisha Team

Published : Oct 12, 2023, 12:42 PM IST

ICC rankings
ICC rankings

ଆଇସିସିର ଦିନିକିଆ ବୋଲିଂ ଓ ବ୍ୟାଟିଂ ମାନ୍ୟତା ପ୍ରକାଶ ପାଇଛି । କୋହଲି, ରାହୁଲ ଓ କୁଲଦୀପଙ୍କ ରାଙ୍କିଂରେ ପ୍ରମୋସନ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ପ୍ରକାଶ ପାଇଁ ICCର ଦିନିକିଆ ମାନ୍ୟତା । ବ୍ୟାଟିଂ ତାଲିକାରେ ସପ୍ତମ ସ୍ଥାନକୁ ଉଠିଛନ୍ତି ଭାରତୀୟ ବ୍ୟାଟର ବିରାଟ କୋହଲି। ପୂର୍ବରୁ ସେ ଏହି ତାଲିକାର ଅଷ୍ଟମ ସ୍ଥାନରେ ରହିଥିଲେ । ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ ପରେ ଦିନିକିଆ ବ୍ୟାଟିଂ ରାଙ୍କିଂରେ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଏହି ଷ୍ଟାର ବ୍ୟାଟର । ସେହିପରି କେଏଲ ରାହୁଲ ମଧ୍ୟ ଟପ 20ରେ ପ୍ରବେଶ କରିଛନ୍ତି । ପୂର୍ବରୁ ସେ ଦିନିକିଆ ବ୍ୟାଟିଂ ମାନ୍ୟତାର 21 ନମ୍ବର ସ୍ଥାନରେ ରହିଥିବା ବେଳେ ଏବେ 2ଟି ସ୍ଥାନ ଉପରକୁ ଉଠିଛନ୍ତି । ବିଶ୍ବକପରେ ଶ୍ରୀଲଙ୍କା ବିପକ୍ଷ ମାଚରେ ସେ 97 ରନ୍‌ କରିଥିବାରୁ ଦିନିକିଆ ମାନ୍ୟତାରେ ସେ ଉପରକୁ ଉଠିଛନ୍ତି । ସେହିପରି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶୁବମନ ଗିଲ । କିନ୍ତୁ ରୋହିତ ଶର୍ମା ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ସେ ପୂର୍ବରୁ 10 ନମ୍ବର ସ୍ଥାନରେ ଥିବା ବେଳେ ଏବେ 11 ନମ୍ବରକୁ ଖସି ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ବିଶ୍ବକପରେ ପାକ୍ ବିପକ୍ଷରେ ଅପରାଜେୟ ଭାରତ, ମୋଟ 7ଟି ମ୍ୟାଚରେ ଧୂଳି ଚାଟିଛି ପାକିସ୍ତାନ

ସେହିପରି ଆଇସିସିର ଦିନିକିଆ ବୋଲିଂ ମାନ୍ୟତାରେ ମହମ୍ମଦ ସିରାଜ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କୁଲଦୀପ ଯାଦବ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ପୂର୍ବରୁ ସେ 9 ନମ୍ବର ସ୍ଥାନରେ ଥିବା ବେଳେ ବୁଧବାର ପ୍ରକାଶିତ ଆଇସିସି ବୋଲିଂ ମାନ୍ୟତାରେ ସେ ଅଷ୍ଟମ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଜୋସ ହେଜେଲଉଡ୍‌ । ଜଶପ୍ରୀତ ବୁମରାଙ୍କ ରାଙ୍କି ଅପରିବର୍ତ୍ତିତ ରହିଛି । ସେ 21 ନମ୍ବର ସ୍ଥାନରେ ରହିଛନ୍ତି । କୁଳଦୀପ ଯାଦବ ବିଶ୍ବକପରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ 2ଟି ଓ୍ବିକେଟ ନେଇଥିଲେ। ସେହିପରି ଅଲରାଉଣ୍ଡର ମାନ୍ୟତାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟ କୌଣସି ଉନ୍ନତି ହୋଇନାହିଁ ସେ ସପ୍ତମ ସ୍ଥାନରେ ରହିଛନ୍ତି।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ହୋମଗ୍ରାଉଣ୍ଡ୍‌ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ ବୁମରା

ସେପ୍ଟେମ୍ବର 13 ତାରଖିରେ ପ୍ରକାଶ ପାଇଥିବା ICC ଦିନିକିଆ ବ୍ୟାଟର ରାଙ୍କିଂରେ ଗିଲ୍‌ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଥିଲେ । ଯାହା ସେ ଆଜି ପର୍ଯ୍ୟନ୍ତ ମଧ୍ୟ ବଜାୟ ରଖିଛନ୍ତି । କେବଳ ଗିଲ୍‌ ନୁହନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଏହି ତାଲିକାରେ ପ୍ରମୋସନ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.