ETV Bharat / sports

Cricket World Cup 2023: ବିଶ୍ବକପରେ ପାକ୍ ବିପକ୍ଷରେ ଅପରାଜେୟ ଭାରତ, ମୋଟ 7ଟି ମ୍ୟାଚରେ ଧୂଳି ଚାଟିଛି ପାକିସ୍ତାନ

author img

By ETV Bharat Odisha Team

Published : Oct 12, 2023, 10:59 AM IST

ଆସନ୍ତା ଅକ୍ଟୋବର 14 ତାରିଖରେ ଭାରତ ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚ୍‌ ରହିଛି । ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ୍‌ ଜିିତି ନାହିଁ । ଭାରତ ଚଳିତ ବିଶ୍ବକପରେ ମଧ୍ୟ ପରମ୍ପରା ବଜାୟ ରଖିବାକୁ ଯୋଜନା କରିଛି । ଅଧିକ ପଢ଼ନ୍ତୁ

pakistan never won aganist india in world cup
cricket world cup 2023

ହାଇଦ୍ରାବାଦ: କ୍ରିକେଟ ଦୁନିଆର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନକୁ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ଆସନ୍ତା ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାକିସ୍ତାନ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ରହିଛି । ଭାରତ ଦିନିକିଆ ବିଶ୍ବକପରେ ଏଯାବତ ପାକିସ୍ତାନ ବିପକ୍ଷରେ ଅପରାଜେୟ ରହିଛି । ପାକିସ୍ତାନ 50 ଓଭର ବିଶ୍ବକପରେ ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ୍‌ ଜିତିନାହିଁ । ସମସ୍ତ 7ଟି ମ୍ୟାଚରେ ବାଜି ମାରିଛି ଭାରତ । ଅକ୍ଟୋବର 14 ତାରିଖରେ ହେବାକୁ ଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରି ପରମ୍ପରା ବଜାୟ ରଖିବାକୁ ଯୋଜନା କରିଛି ।

  • India vs Pakistan in Odi world cup:

    1992: Ind won by 43 runs.
    1996: Ind won by 39 runs.
    1999: Ind won by 47 runs.
    2003: Ind won by 6 wickets.
    2011: Ind won by 29 runs.
    2015: Ind won by 76 runs.
    2019 : Ind won by 89 runs.

    Years moving but streak continues for India. #INDvPAK

    — Johns. (@CricCrazyJohns) June 16, 2019 " class="align-text-top noRightClick twitterSection" data=" ">

ଅହମ୍ମଦାବାଦରେ ଦୁଇ ଦଳ ମଧ୍ୟରେ କେବଳ ଗୋଟିଏ ମ୍ୟାଚ ଖେଳାଯାଇଛି । 2005ରେ ଏହି ମୁକାବିଲା ହୋଇଥିଲା । ଏହି ସମୟରେ ପାକିସ୍ତାନ 6ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସରିଜି ଖେଳିବାକୁ ଭାରତ ଆସିଥିଲା । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତ ଏହି ସିରିଜରେ ପରାସ୍ତ ହୋଇଥିଲା । ଏହି ସିରିଜର ଏକ ମ୍ୟାଚରେ ସଚିନ ତେନ୍ଦୁଲକର 130 ବଲରେ 123 ରନ କରିଥିଲେ । ଯେଉଁଥିରେ 12 ଚୌକା ଓ ଗୋଟିଏ ଛକା ଥିଲା । ସୌରଭ ଗାଙ୍ଗୁଲି 60 ବଲରେ 47 ରନ କରିଥିଲେ । ଯୁବରାଜ ସିଂହ 35 ରନ କରିଥିଲେ । ଦଳୀୟ ସ୍କୋର 315 ହୋଇଥିଲା । ପାକିସ୍ତାନ 48 ଓଭରରେ ଏହି ଟାର୍ଗେଟ ହାସଲ କରିଥିଲା । ପାକିସ୍ତାନ ଏହି ମ୍ୟାଚ ଜିତି 2-2ରେ ସିରିଜ ବରାବର କରିଥିଲା । ସିରିଜ ଶେଷରେ ପାକିସ୍ତାନ 4-2ରେ ଜିତିଥିଲା । ମାତ୍ର ବିଶ୍ବକପ ମ୍ୟାଚରେ ଭାରତ ବିପକ୍ଷରେ ଗୋଟିଏ ବି ବିଜୟ ହାସଲ କରିନାହିଁ ।

  • ODI World Cup started in 1975 but India vs Pakistan faced off each other for the first time in 1992 - Since then they have faced in all World Cup expect 2007 (it was because both teams knocked out in the first round).

    — Johns. (@CricCrazyJohns) April 4, 2020 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Cricket World Cup 2023: ଭାରତ-ପାକିସ୍ତାନ ମ୍ୟାଚ ପାଇଁ ହୋଟେଲ ଭଡା ଆକାଶ ଛୁଆଁ

50 ଓଭର ଫର୍ମାଟରେ ପାକିସ୍ତାନ ବିପକ୍ଷରେ ଭାରତ 100 ପ୍ରତିଶତ ସଫଳ ଦଳ ସାବ୍ୟସ୍ତ ହୋଇଛି । ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ମୋଟ 7ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ନଜର ପକାନ୍ତୁ ସେହି ମ୍ୟାଚ ଉପରେ...

1. 1992ରେ ପାକିସ୍ତାନ ବିପକ୍ଷରେ ସିଡନୀରେ ପ୍ରଥମ ବିଶ୍ବକପ ମ୍ୟାଚ ଖେଳିଥିଲା । ଏହି ମ୍ୟାଚରେ 43ରନରେ ଜିତିଥିବା ଟିମ୍‌ ଇଣ୍ଡିଆ ।

2. 1996ରେ ବେଙ୍ଗାଲୁରୁରେ ଖେଳାଯାଇଥିବା ବିଶ୍ବକପ ସେମିଫାଇନାଲରେ ଭାରତ 39ରନ ଐତିହାସିକ ବିଜୟ ହାସଲ କରିଥିଲା ।

3. 1999 ବିଶ୍ବକପ ମ୍ୟାଚରେ ଭାରତ ଇଂଲଣ୍ଡର ମାଞ୍ଚେଷ୍ଟରରେ ଖେଳାଯାଇଥିବା ମୁକାବିଲାରେ 47 ରନରେ ବାଜି ମାରିଥିଲା ।

4. 2003ରେ ଦକ୍ଷିଣ ଆଫ୍ରିକାର ସେଞ୍ଚୁରିୟନରେ ଭାରତ ପାକିସ୍ତାନକୁ 6 ୱିକେଟରେ ମାତ ଦେଇଥିଲା ।

5.2011 ବିଶ୍ବକପରେ ମୋହାଲି ଗ୍ରାଉଣ୍ଡରେ ପାକିସ୍ତାନକୁ 29ରନରେ ପରାସ୍ତ କରିଥିଲା ।

6. 2015ରେ ଖେଳାଯାଇଥିବା ବିଶ୍ବକପ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ 76ରନରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ ।

7. 2019 ବିଶ୍ବକପରେ ଭାରତ ପାରିସ୍ତାକୁ 89 ରନରେ ପରାସ୍ତ କରିଥିଲା ।

  • INDIA vs PAKISTAN in the ICC World Cup:

    ▪ 1992: 🇮🇳 won by 43 runs...
    ▪ 1996: 🇮🇳 won by 39 runs...
    ▪ 1999: 🇮🇳 won by 47 runs...
    ▪ 2003: 🇮🇳 won by 6 wickets
    ▪ 2011: 🇮🇳 won by 29 runs...
    ▪ 2015: 🇮🇳 won by 76 runs...

    Such a Dominance by INDIA... 🙌#INDvPAK #CWC19 pic.twitter.com/A3CXTm55B9

    — Brutal Batsman  (@BrutalBatsman) June 15, 2019 " class="align-text-top noRightClick twitterSection" data=" ">

ଅହମ୍ମଦାବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ମୁକାବିଲା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ରୋମାଞ୍ଚ ଭରି ରହିଛି । ବିଶ୍ବକପ 2023ରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚରେ ଭାରତ ପଲ୍ଲା ଭାରି ରହିଥିବା ଦେଖିବାକୁ ମିଳିଛି । ଭାରତ ବିଶ୍ବକପରେ ପାକିସ୍ତାନକୁ ହରାଇପାର ପରମ୍ପରା ବଜାୟ ରଖିବ ବୋଲି ଆକଳନ କରିଛନ୍ତି କ୍ରୀଡ଼ା ସମୀକ୍ଷକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.