ETV Bharat / sports

Cricket World Cup 2023: ଭାରତ-ପାକିସ୍ତାନ ମ୍ୟାଚ ପାଇଁ ହୋଟେଲ ଭଡା ଆକାଶ ଛୁଆଁ

author img

By ETV Bharat Odisha Team

Published : Oct 12, 2023, 9:58 AM IST

Updated : Oct 12, 2023, 10:07 AM IST

ଆସନ୍ତା ଅକ୍ଟୋବର 14 ତାରିଖରେ ଭାରତ ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚ ରହିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ନେଇ ଅହମ୍ମଦାବାଦର ବଡ ବଡ ହୋଟଲ ବୁକ୍‌ ସରିଲାଣି । ହୋଟଲ ଭଡ଼ା ଆକାଶ ଛୁଆଁ ହୋଇଛି । ଅଧିକ ପଢ଼ନ୍ତୁ

Cricket World Cup 2023
Hotel price increased for india pakistan match

ଅହମ୍ମଦାବାଦ: ଆଇସିସି ଦିନିିକିଆ କ୍ରିକେଟ ବିଶ୍ବକପ୍‌ ଜାରି ରହିଛି । ଭାରତ ତାର ଦୁଇଟି ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛି । ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି । କ୍ରିକେଟର ସବୁଠୁ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଭାରତ ବନାମ ପାକିସ୍ତାନ ମଧ୍ୟରେ ଅକ୍ଟୋବର 14 ତାରିଖରେ ଖେଳାଯିବ । ଦୁନିଆର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ଅହମ୍ମଦବାଦର ନରେନ୍ଦ୍ର ମୋଦି ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ । ଏହି ହାଇଭୋଲ୍ଟେଜ ମ୍ୟାଚ୍‌ ପାଇଁ ଅହମ୍ମଦାବାଦର ସମସ୍ତ ହୋଟେଲ ଦର ଆକାଶ ଛୁଆଁ ହୋଇଛି । ଭାରତ ପାକିସ୍ତାନ ପାଇଁ ପ୍ରାୟ ସମସ୍ତ ପଞ୍ଚ ତାରକା ହୋଟେଲ ବୁକ୍‌ ହୋଇଛି ଓ ତାର ଦର ମଧ୍ୟ ଅଧିକ ରହିଛି ।

  • Updates on some hotel charges ahead of India vs Pakistan match. [Espn Cricinfo]

    - Star hotels charging upwards of 3,50,000 for 2 nights.

    - An average hotel that was 4000 per night has increased to 60,000 pic.twitter.com/vcmXI7egEs

    — Johns. (@CricCrazyJohns) August 15, 2023 " class="align-text-top noRightClick twitterSection" data=" ">

ଅହମ୍ମଦାବାଦର ଆଶ୍ରମ ରୋଡ୍‌ ସ୍ଥିତ ହୟାତ ରାଜେସିରେ କୌଣସି ରୁମ ଉପଲବ୍ଧ ନାହିଁ । କେବଳ ବଡ ବଡ ଡିପ୍ଲୋମାର୍ଟ ସୁଇଟସ ଖାଲି ରହିଛି ଯାହାର ଦାମ 24 ଘଣ୍ଟା ପାଇଁ ଟ୍ୟାକ୍ସ ସମେତ 2.40 ଲକ୍ଷ ରହିଛି । 13 ଓ 14 ତାରିଖ ପାଇଁ ବସ୍ତ୍ରାପୁରରେ ଥିବା ହାୟତ ହୋଟେଲ ଚାର୍ଚ୍ଚ ଟ୍ୟାସ୍ସ ସମେତ 75 ହଜାର ଟଙ୍କା ରହିଛି । ଅହମ୍ମଦାବାଦର ରାମଦେବନଗରୀ ସ୍ଥିତ କଣ୍ଟ୍ରି ମୈରିୟଟ ହୋଟେଲ ମଧ୍ଯ ଅନ୍ୟ ପଞ୍ଚ ତାରକା ହୋଟଲ ପରି । ଅକ୍ଟୋବର 13 ଓ 14 ତାରିଖରେ ଏହି ହୋଟଲର ଗୋଟିଏ ରୁମ୍‌ର ଭଡ଼ା 70 ହଜାରରୁ ଅଧିକ ଟଙ୍କା ରହିଛି । 18 ପ୍ରତିଶତ ଟ୍ୟାକ୍ସ ସହ ମୋଟ 82 ହଜାର 600 ଟଙ୍କା ରହିଛି । ଆଇପିଏଲ ଟିମ୍‌ ଏହି ହୋଟେଲରେ ରହିଥିଲେ । ବିଶ୍ବକପ ବ୍ୟତୀତ ଭାରତ ଓ ଇଂଲଣ୍ଡ ଦଳ ଏଠାରେ ରହିଥିଲେ ।

  • Hotel charges in Ahmedabad ahead of India vs Pakistan match in World Cup 2023:- (ESPNcricinfo)

    •An average hotels - 4000 per night to 60,000 rupees.

    •Star hotels - 3,50,000 for 2 nights. pic.twitter.com/GYHY6Y3fLd

    — CricketMAN2 (@ImTanujSingh) August 15, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...World Cup 2023: କୋହଲି-ନବୀନ ମନୋମାଳିନ୍ୟରେ ପୂର୍ଣ୍ଣଚ୍ଛେଦ, ମ୍ୟାଚ୍‌ ପରେ ହାତ ମିଳାଇଲେ ଦୁଇ ଖେଳାଳି

ଭାରତ ବିଶ୍ବକପର ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଓ ଦ୍ବିତୀୟ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଜିତିଛି । ଆଜି ଭାରତୀୟ କ୍ରିକେଟ ଦଳ ଅହମ୍ମଦାବାଦ ଗସ୍ତ କରିବ । ଆଇଟିସି ନର୍ମଦା ହୋଟେଲରେ ଭାରତୀୟ ଦଳ ରହିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମଧ୍ୟ ଗୋଟିଏ ବି ରୁମ ଖାଲି ନାହିଁ । ସବୁ ବୁକ ରହିଛି । ଇଟଭି ଭାରତକୁ ସୂଚନା ଦେଇ ଆଇଟିସି ନର୍ମଦା ହୋଟେଲ ବୁକିଂ ଡେକ୍ସର ରଜତ କହିଛନ୍ତି, ଜଣେ ବ୍ୟକ୍ତି 24 ଘଣ୍ଟା ପାଇଁ 42 ହଜାର ଟଙ୍କା ଦେଇ ରୁମ୍‌ ବୁକ୍‌ କରିଛନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ହିଟ୍‌ମ୍ୟାନ୍‌ଙ୍କ ବିସ୍ଫୋରକ ଶତକ, ୮ ୱିକେଟ୍‌ରେ ଜିତିଲା ଭାରତ

ଅହମ୍ମଦାବାଦରେ ବିଶ୍ବକପ୍‌ କ୍ରିକେଟ ତାହା ପୁଣି ଭାରତ ପାକିସ୍ତାନ ମ୍ୟାଚ ଆୟୋଜନ ହେବା ବରଦାନ ସାବ୍ୟସ୍ତ ହୋଇଛି । ବିଶ୍ବକପର ଉଦଘାଟନୀ ମ୍ୟାଚ ମଧ୍ୟରେ ଅହମ୍ମଦାବାଦରେ ଖେଳାଯାଇଥିଲା । ନଭେମ୍ବର 19 ତାରିଖରେ ଫାଇନାଲ ମ୍ୟାଚ ମଧ୍ୟ ଖେଳାଯିବ । ବିଶ୍ବକପ ମ୍ୟାଚ ପାଇଁ ଅହମ୍ମଦାବାଦର ପଞ୍ଚ ତାରକା ହୋଟେଲ ସମେତ ବିଭିନ୍ନ ହୋଟେଲ ଏବେ ପ୍ୟାକ ରହିଛି । ଅହମ୍ମଦବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ 1 ଲକ୍ଷ 10ହଜାର ଦର୍ଶକ ବସିବାର କ୍ଷମତା ରହିଛି । ଭାରତ ପାକିସ୍ତାନ ମ୍ୟାଚରେ ଷ୍ଟାଡିୟମ ଫୁଲ ହୋଇଯିବା ଅମୁମାନ କରାଯାଉଛି ।

Last Updated : Oct 12, 2023, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.