ETV Bharat / sports

Cricket World Cup 2023: ହୋମଗ୍ରାଉଣ୍ଡ୍‌ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ ବୁମରା

author img

By ETV Bharat Odisha Team

Published : Oct 12, 2023, 10:17 AM IST

Jasprit Bumrah
Jasprit Bumrah

ବିଶ୍ବକପରେ ଶନିବାର ପାକିସ୍ତାନ ବିପକ୍ଷରେ ତୃତୟୀ ମ୍ୟାଚ୍ ଖେଳିବ ଭାରତ । ତେବେ ଏହି ମ୍ୟାଚ୍‌ ନରେନ୍ଦ୍ର ମେଦି ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ସମସ୍ତଙ୍କ ନଜର ବୁମରାଙ୍କ ଉପରେ ରହିବ । ଏହି ଷ୍ଟାର ବୋଲର ନିଜର ହୋମ୍‌ଗ୍ରାଉଣ୍ଡରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି।

ନୂଆଦିଲ୍ଲୀ: ଆଫଗାନ୍ତିସ୍ତାନ ବିପକ୍ଷରେ ମ୍ୟାଚ ଜିତି ବିଶ୍ବକପରେ ବିଜୟ ଅଭିଯାନ ଜାରି ରଖିଛି ଭାରତ । ଆସନ୍ତା 14 ତାରିଖରେ ପାକିସ୍ତାନ ସହ ତୃତୀୟ ମ୍ୟାଚ ଖେଳିବ ଭାରତ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ହେବାକୁ ଥିବା ବେଳେ ତୃତୀୟ ମ୍ୟାଚରେ ମଧ୍ୟ ଭାରତ ବିଜୟୀ ହେବା ନେଇ ଲକ୍ଷ୍ୟ ରଖିଛି । ବିଶ୍ବକପର ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍‌ରେ ଫାଷ୍ଟ ବୋଲର ଜଶପ୍ରୀତ ବୁମରାଙ୍କ ପ୍ରଦର୍ଶନ ଭଲ ରହିଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି । କାରଣ ନିଜ ହୋମଗ୍ରାଉଣ୍ଡରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି ବୁମରା ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ବର୍ଷ ପୂର୍ବେ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ବୁମରା। ଏବେ ମଧ୍ୟ ନିଜ ହୋମଗ୍ରାଉଣ୍ଡରେ ଖେଳିବେ କିନ୍ତୁ ସାମ୍ନାରେ ଚିର ପ୍ରତିଦ୍ବନ୍ଦି ପାକିସ୍ତାନ ରହିଛି। ଘାତକଙ୍କ ବୋଲିଂରେ ସେ ପାକିସ୍ତାନ ବ୍ୟାଟରଙ୍କ ବ୍ୟାଟ ଚଳାଇ ଦେବେ ନାହିଁ ବୋଲି ଆଶା କରାଯାଉଛି। ପୂର୍ବ ମ୍ୟାଚ ଅପେକ୍ଷା ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିକରୁ ଅଧିକ ଓ୍ବିକେଟ ନେଇପାରନ୍ତି।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ରୋହିତ ଶର୍ମା କହିଲେ ରେକର୍ଡକୁ ନେଇ ବିଶେଷ ଚିନ୍ତିତ ହୁଏନି

ବୁମରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ଘରୋଇ ଗ୍ରାଉଣ୍ଡରେ ମୁଁ ମ୍ୟାଚ ଖେଳିବାକୁ ଯାଉଛି । ବର୍ତ୍ତମାନ ମୁଁ ପରିବାର ଠାରୁ ଦୂରରେ ଥିବାରୁ ଏହି ମ୍ୟାଚକୁ ନେଇ ବେଶ ଖୁସି ଅଛି। ମୁଁ ମୋ ମାଆଙ୍କୁ ଦେଖିବାକୁ ବହୁତ ଉତ୍ସାହି ଅଛି। ଘରୋଇ ଗ୍ରାଉଣ୍ଡରେ କେବେବି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହିଁ । କେବଳ ଟେଷ୍ଟ ମ୍ୟାଚ ଖେଳିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚକୁ ନେଇ ମୁଁ ବହୁତ ଉତ୍ସାହି। ବହୁତ ଲୋକେ ମଧ୍ୟ ମୋତେ ଦେଖିବାକୁ ଆସିବେ। ସେହି ସମୟକୁ ମୁଁ ଅପେକ୍ଷା କରିଛି ।"

ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳି 4ଟି ଓ୍ବିକେଟ୍‌ ନେଇଥିଲେ ବୁମରା । ତେଣୁ ପାକିସ୍ତାନ ବିପକ୍ଷରେ ତାଙ୍କର ପ୍ରଦର୍ଶନ ନେି ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ, ପ୍ରତ୍ୟେକ ଦଳର ବ୍ୟାଟର ଓ ବୋଲର ରହିବେ। ଆମର ମଧ୍ୟ ବ୍ୟାଟର ଓ ବୋଲର ମଧ୍ୟ ଅଛନ୍ତି । ଆମେ କୌଣସି ସ୍ବତନ୍ତ୍ର ଟିମ୍‌ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି ହେଉନାହିୁଁ, ଆମେ ଅନ୍ୟମାନଙ୍କ ଅପେକ୍ଷା ନିଜ ଉପରେ ଅଧିକ ଧ୍ୟାନ ଦେଉଛି, କିଭଳି ଅନ୍ୟ ମାନଙ୍କଠାରୁ ଭଲ ପ୍ରଦର୍ଶନ କରିବୁ । ଯଦି ଆମର ନିୟନ୍ତ୍ରଣରେ କିଛି ଥାଏ ତେବେ ଆମେ ତାହା କରୁ ବୋଲି କହିଛନ୍ତି ବୁମରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.